ମୂର୍ତ୍ତି ବିସର୍ଜନ ବେଳେ ଡେଇଁ ପଡ଼ିଲେ, ଗଣ୍ଡରୁ ମିଳିଲା ଯୁବକଙ୍କ ମୃତଦେହ

ଖଲ୍ଲିକୋଟ(ଶିଲୁ ବିଶ୍ୱାଳ): ସାଥୀମାନଙ୍କ ସହ ମୂର୍ତ୍ତି ବିସର୍ଜନ ପାଇଁ ଚିଲିକା ଯାଇଥିଲେ। ହେଲେ ଘରକୁ ଫେରିଲା ମୃତଦେହ। ଆଜି ଏମିତି ଅଘଟଣ  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗାଁରେ ଘଟିଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗାଁରେ ୧୪ ଦିନ ଧରି ଶ୍ରୀରାମ ନବମୀ ଉତ୍ସବ ଚାଲିଥିଲା। ଗାଁର କେତେକ ଯୁବକ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ବିସର୍ଜନ କରିବା ପାଇଁ ଡଙ୍ଗାରେ ଚିଲିକା ଭିତରକୁ ଯାଇଥିଲେ। ଚିଲିକା ଗଣ୍ଡରେ ମୂର୍ତ୍ତି ବିସର୍ଜନ କରିବା […]

Khallikote

Manoranjan Sial
  • Published: Wednesday, 05 May 2021
  • , Updated: 05 May 2021, 06:50 PM IST

ଖଲ୍ଲିକୋଟ(ଶିଲୁ ବିଶ୍ୱାଳ): ସାଥୀମାନଙ୍କ ସହ ମୂର୍ତ୍ତି ବିସର୍ଜନ ପାଇଁ ଚିଲିକା ଯାଇଥିଲେ। ହେଲେ ଘରକୁ ଫେରିଲା ମୃତଦେହ। ଆଜି ଏମିତି ଅଘଟଣ  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗାଁରେ ଘଟିଛି।

ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗାଁରେ ୧୪ ଦିନ ଧରି ଶ୍ରୀରାମ ନବମୀ ଉତ୍ସବ ଚାଲିଥିଲା। ଗାଁର କେତେକ ଯୁବକ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ବିସର୍ଜନ କରିବା ପାଇଁ ଡଙ୍ଗାରେ ଚିଲିକା ଭିତରକୁ ଯାଇଥିଲେ। ଚିଲିକା ଗଣ୍ଡରେ ମୂର୍ତ୍ତି ବିସର୍ଜନ କରିବା ବେଳେ କେତେକ ଯୁବକ ଡେଇଁ ପଡ଼ିଥିଲେ। ସେମାନଙ୍କ ଭିତରୁ ୩ ଜଣଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଛନ୍ତି। ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଚିଲିକାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ହେଉଛି ଆଲପୁର ଗାଁ ବିଭୁତି ତରାଇ। ଡଙ୍ଗାରେ ଯାଇଥିବା ଅନ୍ୟ ସାଥୀମାନେ ସୁରକ୍ଷିତ ଭାବେ ଘରକୁ ଫେରିଆସିଛନ୍ତି।

Related story