ବୁଡ଼ି ଯାଉଥିଲେ, ବଞ୍ଚାଇ ଦେଲେ

ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲି ପୁରୀ ସମୁଦ୍ରକୁ ଗାଧୋଇବାକୁ ଯାଇ ଭାସି ଯାଉଥିବା ବେଳେ ଜଣେ ଯୁବକଙ୍କୁ ଲାଇଫ୍‌ ଗାର୍ଡମାନେ ଉଦ୍ଧାର କରିଛନ୍ତି।   ତାଙ୍କ ନାଁ ରାଜା ସାହୁ। ତାଙ୍କ ଘର ଭୁବନେଶ୍ୱର ଇନଫୋସିଟି ଥାନା ଅଧୀନ ଶିଖରଚଣ୍ଡୀ ଅଞ୍ଚଳରେ। ଗତକାଲି ରାଜା ସମୁଦ୍ରକୁ ଗାଧୋଇବାକୁ ଯାଇ ବୁଡ଼ି ଯାଉଥିଲେ।  ଖବର ପାଇ ଘଟଣାସ୍ଥଳରେ ୩ ଲାଇଫଗାର୍ଡ ପହଞ୍ଚିଥିଲେ। ସେମାନେ ଆଖି ପିଛୁଳାକେ ପାଣିକୁ ଡେଇଁ ଟୁବ୍ ମାଧ୍ୟମରେ ରାଜାଙ୍କୁ ଟାଣି ଟାଣି କୂଳକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା […]

puri.jpg999

Tapaswini Nayak
  • Published: Tuesday, 08 October 2019
  • , Updated: 08 October 2019, 12:51 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲି ପୁରୀ ସମୁଦ୍ରକୁ ଗାଧୋଇବାକୁ ଯାଇ ଭାସି ଯାଉଥିବା ବେଳେ ଜଣେ ଯୁବକଙ୍କୁ ଲାଇଫ୍‌ ଗାର୍ଡମାନେ ଉଦ୍ଧାର କରିଛନ୍ତି।   ତାଙ୍କ ନାଁ ରାଜା ସାହୁ। ତାଙ୍କ ଘର ଭୁବନେଶ୍ୱର ଇନଫୋସିଟି ଥାନା ଅଧୀନ ଶିଖରଚଣ୍ଡୀ ଅଞ୍ଚଳରେ।

ଗତକାଲି ରାଜା ସମୁଦ୍ରକୁ ଗାଧୋଇବାକୁ ଯାଇ ବୁଡ଼ି ଯାଉଥିଲେ।  ଖବର ପାଇ ଘଟଣାସ୍ଥଳରେ ୩ ଲାଇଫଗାର୍ଡ ପହଞ୍ଚିଥିଲେ। ସେମାନେ ଆଖି ପିଛୁଳାକେ ପାଣିକୁ ଡେଇଁ ଟୁବ୍ ମାଧ୍ୟମରେ ରାଜାଙ୍କୁ ଟାଣି ଟାଣି କୂଳକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ରାଜା ଏବେ ସୁସ୍ଥ ଥିବା ଜଣାପଡ଼ିଛି । ଉଦ୍ଧାର ବେଳର ଭିଜୁଆଲ କ୍ୟାମେରାରେ କଏଦ ହେଇଛି।

https://youtu.be/pAf0Bqm-QW4

Related story