ଶ୍ୱଶୁର ଘର ସାମ୍ନାରେ ଫାଙ୍କା ଗୁଳି ଚଳାଇଲା ଜ୍ୱାଇଁ

ଖୋର୍ଦ୍ଧା(ବଳରାମ ଲେଙ୍କା): ଶ୍ୱଶୁର ଘର ସାମ୍ନାରେ ଫାଙ୍କା ଗୁଳି ଚଳାଇଲା। ଆଜି ଏପରି ଘଟଣା ରାଜଧାନୀ ଉପକଣ୍ଠ ଖୋର୍ଦ୍ଧାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖୋର୍ଦ୍ଧା ଟାଉନ୍‌ ଥାନା ଗୁରୁଜଙ୍ଗ ଦେୱାନସାହି ସ୍ଥିତ ଶ୍ୱଶୁର ଘରକୁ ଜ୍ୱାଇଁ ରାମ ଦାସ ଆସିଥିଲା। ପରେ ସେ ଶ୍ୱଶୁର ଘର ସମ୍ମୁଖରେ ଛିଡ଼ା ହୋଇ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଗୋଟିଏ ଗୁଳି ଶ୍ୱଶୁର […]

firing

Manoranjan Sial
  • Published: Thursday, 11 February 2021
  • , Updated: 11 February 2021, 10:07 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଶ୍ୱଶୁର ଘର ସାମ୍ନାରେ ଫାଙ୍କା ଗୁଳି ଚଳାଇଲା। ଆଜି ଏପରି ଘଟଣା ରାଜଧାନୀ ଉପକଣ୍ଠ ଖୋର୍ଦ୍ଧାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଖୋର୍ଦ୍ଧା ଟାଉନ୍‌ ଥାନା ଗୁରୁଜଙ୍ଗ ଦେୱାନସାହି ସ୍ଥିତ ଶ୍ୱଶୁର ଘରକୁ ଜ୍ୱାଇଁ ରାମ ଦାସ ଆସିଥିଲା। ପରେ ସେ ଶ୍ୱଶୁର ଘର ସମ୍ମୁଖରେ ଛିଡ଼ା ହୋଇ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଗୋଟିଏ ଗୁଳି ଶ୍ୱଶୁର ଘର କବାଟରେ ବାଜିଥିବା ବେଳେ ଅନ୍ୟଟି କାନ୍ଥରେ ବାଜିଛି। ଗୁଳି ମାଡ଼ରେ କେହିମୃତାହତ ହୋଇନାହାନ୍ତି। ଗୁଳି ଚଳାଇବା ପରେ ରାମ ଦାସ ସେଠାରୁ ଚମ୍ପଟ ମାରିଥିଲା।

ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରୁ ୨ଟି ଖୋକା ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିପାରିପାରିନି। ଅନ୍ୟପକ୍ଷରେ କେଉଁ କାରଣରୁ ଗୁଳି ଚାଳନା ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Related story