ଘରେ ଏମିତି ବନ୍ଧା ହୋଇ ପଡ଼ି ରହିଥିଲେ ଲମ୍ବୋଦର: ବାପା କହିଲେ, ସମସ୍ତଙ୍କୁ ବାଡ଼ାପିଟା କରୁଥିଲା...

ସବୁ ବାପା ଚାହେଁ ତା ପୁଅ ତାକୁ ଟପିଯାଉ, ସେ ବଡ଼ ମଣିଷ ହେଉ। ସେଥିପାଇଁ ପୁଅ ପାଇଁ ବାପା ସବୁକିଛି କରିଥାନ୍ତି। ଏମିତିକି ବେଳେବେଳେ ନିଜେ ନଖାଇ, ନିଜ ପାଇଁ କିଛି ନକିଣି ପୁଅ ପାଇଁ ହିଁ ସବୁ ଟଙ୍କା ସଞ୍ଚୟ କରିଥାନ୍ତି। କିନ୍ତୁ ବେଳେବେଳେ ପିତୃତ୍ୱ ବି ଭୁଲ୍ ବାଟରେ ଯାଏ। ପୁଅର ଦୁଷ୍ଟାମୀ ପାଖରେ କଠୋର ହୋଇଯାଏ ବାପା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ। ଯେଉଁଠି ବାପଟିଏ ନିଜ […]

lambodar

Ordigital Desk
  • Published: Monday, 21 May 2018
  • , Updated: 21 May 2018, 07:28 PM IST

ସବୁ ବାପା ଚାହେଁ ତା ପୁଅ ତାକୁ ଟପିଯାଉ, ସେ ବଡ଼ ମଣିଷ ହେଉ। ସେଥିପାଇଁ ପୁଅ ପାଇଁ ବାପା ସବୁକିଛି କରିଥାନ୍ତି। ଏମିତିକି ବେଳେବେଳେ ନିଜେ ନଖାଇ, ନିଜ ପାଇଁ କିଛି ନକିଣି ପୁଅ ପାଇଁ ହିଁ ସବୁ ଟଙ୍କା ସଞ୍ଚୟ କରିଥାନ୍ତି। କିନ୍ତୁ ବେଳେବେଳେ ପିତୃତ୍ୱ ବି ଭୁଲ୍ ବାଟରେ ଯାଏ। ପୁଅର ଦୁଷ୍ଟାମୀ ପାଖରେ କଠୋର ହୋଇଯାଏ ବାପା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ। ଯେଉଁଠି ବାପଟିଏ ନିଜ ଭେଣ୍ଡିଆ ପୁଅକୁ ବାନ୍ଧି ଘରେ ବନ୍ଦୀ କରି ରଖିଥିଲା।

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ମକୁଆକଟେଣି ପଞ୍ଚାୟତ ପଥରକଟା ଗାଁ। ଏହି ଗାଁର ବାସିନ୍ଦା ରମେଶ ଦେହୁରୀ। ଘରେ ତାଙ୍କର ଭେଣ୍ଡିଆ ପୁଅ ଲମ୍ବୋଦର ଦେହୁରୀ। ସଂସାର ଭଲ ଚାଲିଥିଲା କି ନାହିଁ ତାହା ତ ଗାଁ ଲୋକଙ୍କୁ ଠିକ୍‌ରେ ଜଣା ନଥିଲା, ହେଲେ ହଠାତ୍ ଜଣାପଡ଼ିଲା ଯେ ରମେଶଙ୍କ ଭେଣ୍ଡିଆ ପୁଅ ଲମ୍ବୋଦରର ଆଉ ଦେଖା ନାହିଁ। ସମସ୍ତେ ସନ୍ଦେହରେ ପଡ଼ିଲେ। କୁଆଡ଼େ ଗଲା ଲମ୍ବୋଦର?

 

ଏମିତି ଖୋଜାଖୋଜି ପରେ କିଛି ଲୋକ ଖବର ପାଇଲେ ଯେ, ଲମ୍ବୋଦରରକୁ ତାଙ୍କ ବାପା ହିଁ ଘରେ ହାତଗୋଡ଼ ବାନ୍ଧି ବନ୍ଦୀ କରି ରଖିଛନ୍ତି। ଏ ଖବର ଧୀରେ ଧୀରେ ଗାଁ ସାରା ବ୍ୟାପୀ ଯାଇଥିଲା। ସମସ୍ତେ ମିଶି ଏ ସଂପର୍କରେ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ପୋଲିସ୍ ପାଖରେ ରମେଶ ତାଙ୍କ ପୁଅକୁ ଘରେ ବାନ୍ଧି ରଖିଥିବା ଅଭିଯୋଗ ହେବାପରେ ପୋଲିସ୍ ପଦକ୍ଷେପ ନେଇଥିଲା। ପୋଲିସ ୧୦୮ ଆମ୍ୱୁଲାନ୍ସ କର୍ମଚାରୀଙ୍କ ସାହାଯ୍ୟରେ ଲମ୍ୱୋଦରଙ୍କୁ ତାଙ୍କ ଘରୁ ଉଦ୍ଧାର କରିଥିଲା। ଏହାପରେ ଲମ୍ୱୋଦରଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି।

ଲମ୍ବୋଦରଙ୍କ ବାପା ରମେଶଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଛନ୍ତି- “ପ୍ରାୟ ଏକ ମାସରୁ ଅଧିକ ଦିନ ହେବ ଲମ୍ୱୋଧର ଘରେ ସମସ୍ତଙ୍କୁ ମାରପିଟ କରିବା ସହ ପାଗଳ ପରି ବ୍ୟବହାର କରୁଥିଲା। ସେଥିପାଇଁ ତାକୁ ଘରେ ବାନ୍ଧି ରଖାଯାଇଥିଲା। ହେଲେ ଗାଁ ଲୋକେ  ଲମ୍ୱୋଧରକୁ ଘରେ ବନ୍ଧା ହୋଇ ରଖାଯାଇଥିବା ନେଇ ପୋଲିସକୁ ଖବର ଦେଇଥିଲେ।” ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଚିକିତ୍ସାଳୟକୁ ଯାଇ ଚିକିତ୍ସାଧୀନ ଲମ୍ବୋଦରଙ୍କ ଅବସ୍ଥା ଦେଖିଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Related story