ଭିଣେଇର ତୀର ମାଡ଼ରେ ଶଳା ଗୁରୁତର

ସୋର(ନିରଞ୍ଜନ ବେହେରା): ଭିଣେଇର ତୀର ମାଡ଼ରେ ଶଳା ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଶିଙ୍ଗା ଖୁଣ୍ଟା ପଞ୍ଚାୟତରେ। ଗୁରୁତର ସାଲୁ ସିଂଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସାଲୁଙ୍କ ଘର ଫଟାଆମ୍ବ ଗାଁର ବୋଲି ଜଣାଯାଇଛି। ଗତକାଲି ସାଲୁଙ୍କୁ ସହ ତାଙ୍କ ଭିଣୋଇ ମୁଟୁ ସିଂଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ମୁଟୁ ଉତକ୍ଷିପ୍ତ ହୋଇ ସାଲୁଙ୍କୁ ତୀରମାଡ଼ କରିଥିଲେ। ତୀରଟି ସାଲୁଙ୍କ […]

soro

  • Published: Thursday, 20 October 2022
  • , Updated: 20 October 2022, 10:32 AM IST

ସୋର(ନିରଞ୍ଜନ ବେହେରା): ଭିଣେଇର ତୀର ମାଡ଼ରେ ଶଳା ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଶିଙ୍ଗା ଖୁଣ୍ଟା ପଞ୍ଚାୟତରେ। ଗୁରୁତର ସାଲୁ ସିଂଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସାଲୁଙ୍କ ଘର ଫଟାଆମ୍ବ ଗାଁର ବୋଲି ଜଣାଯାଇଛି।

ଗତକାଲି ସାଲୁଙ୍କୁ ସହ ତାଙ୍କ ଭିଣୋଇ ମୁଟୁ ସିଂଙ୍କର କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ମୁଟୁ ଉତକ୍ଷିପ୍ତ ହୋଇ ସାଲୁଙ୍କୁ ତୀରମାଡ଼ କରିଥିଲେ। ତୀରଟି ସାଲୁଙ୍କ ପିଠିର ପଛପଟେ ବାଜି ଲାଗି ରହିଥିଲା। ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ସାଲୁଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ସାଲୁ ଓ ମୁଟୁ ଗୋଟିଏ ଗାଁରେ ରୁହନ୍ତି।

Related story