କଳି ସମାଧାନ କରିବାକୁ ଯାଇ ଛୁରା ମାଡ଼ ଖାଇଲେ

ବିନିକା (ଦିଲ୍ଲୀପ ସାହୁ): ଦୁଇ ଜଣଙ୍କ କଳି ସମାଧାନ କରିବାକୁ ଯାଇଥିଲେ। ହେଲେ ଛୁରା ମାଡ଼ ଖାଇଲେ। ଏବେ ଜୀବନ ସହିତ କରୁଛନ୍ତି ସଂଘର୍ଷ। ଆଜି ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଘଟିଛି। ଛୁରା ମାଡ଼ କରିଥିବା ଯୁବକ ଏବେ ଫେରାର। ବିନିକା ପୁରୁଣା ବସ୍‌ଷ୍ଟାଣ୍ଡରେ ଆକାଶ ଖଣ୍ଡାୟତ ଓ କୁନୁ ଦାସଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ କଥା କଟାକଟି ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଉଭୟଙ୍କ ଭିତରେ ମାରପିଟ୍‌ […]

binika

Manoranjan Sial
  • Published: Thursday, 06 May 2021
  • , Updated: 06 May 2021, 10:41 PM IST

ବିନିକା (ଦିଲ୍ଲୀପ ସାହୁ): ଦୁଇ ଜଣଙ୍କ କଳି ସମାଧାନ କରିବାକୁ ଯାଇଥିଲେ। ହେଲେ ଛୁରା ମାଡ଼ ଖାଇଲେ। ଏବେ ଜୀବନ ସହିତ କରୁଛନ୍ତି ସଂଘର୍ଷ। ଆଜି ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଘଟିଛି। ଛୁରା ମାଡ଼ କରିଥିବା ଯୁବକ ଏବେ ଫେରାର।

ବିନିକା ପୁରୁଣା ବସ୍‌ଷ୍ଟାଣ୍ଡରେ ଆକାଶ ଖଣ୍ଡାୟତ ଓ କୁନୁ ଦାସଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ କଥା କଟାକଟି ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଉଭୟଙ୍କ ଭିତରେ ମାରପିଟ୍‌ ହୋଇଥିଲା। ସେମାନଙ୍କ ଝଗଡ଼ା ସମାଧାନ କରିବାକୁ ଯାଇଥିଲେ ଗୋବିନ୍ଦ ମାହାଣା। ମାତ୍ର ମାରପିଟ୍‌ ଭିତରେ କୁନୁ ନିଜ ବାଇକରେ ରଖିଥିବା ଏକ ଛୁରି ଆଣି ଆକାଶକୁ ଭୁଷିବାକୁ ଉଦ୍ୟମ କରିଥିଲା। ହେଲେ ଛୁରିଟି ଗୋବିନ୍ଦ ଦେହରେ ବାଜିଥିଲା। ଫଳରେ ଗୋବିନ୍ଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଆକାଶ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଗୋବିନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଛୁରାମାଡ଼ କରି ଯୁବକ କୁନୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

Related story