ହାତୀ ଆକ୍ରମଣରେ ଯୁବକ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ରଗଡ଼ି ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ରାମ ମୁଣ୍ଡା। ତାଙ୍କ ଜଙ୍ଘରେ ଆଘାତ ଲାଗିଛି। ତାଙ୍କ ଜଙ୍ଘରେ ହାତୀଦାନ୍ତ ପଶିଯାଇଥିଲା। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଁ ଭିତରକୁ ୮ଟି ହାତୀ ପଶି ଆସିଥିଲେ। ବନବିଭାଗ ଓ ଗାଁ ଲୋକେ ମିଶି ଘଉଡ଼ାଇବାରୁ ୭ଟି ହାତୀ ଗାଁ ଛାଡ଼ି ଚାଲି ଯାଇଥିଲେ। […]

elephant-attack

Rakesh Mallick
  • Published: Friday, 09 September 2016
  • , Updated: 09 September 2016, 12:12 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ରଗଡ଼ି ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନାଁ ରାମ ମୁଣ୍ଡା। ତାଙ୍କ ଜଙ୍ଘରେ ଆଘାତ ଲାଗିଛି। ତାଙ୍କ ଜଙ୍ଘରେ ହାତୀଦାନ୍ତ ପଶିଯାଇଥିଲା। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ଗାଁ ଭିତରକୁ ୮ଟି ହାତୀ ପଶି ଆସିଥିଲେ। ବନବିଭାଗ ଓ ଗାଁ ଲୋକେ ମିଶି ଘଉଡ଼ାଇବାରୁ ୭ଟି ହାତୀ ଗାଁ ଛାଡ଼ି ଚାଲି ଯାଇଥିଲେ। ତେବେ ଦନ୍ତା ହାତୀଟି ପଛରେ ରହିଯାଇଥିଲା। ରାମ ମୁଣ୍ଡା ଓ ତାର ସାଙ୍ଗ ମାନେ ହାତୀଟିର ସାମ୍ନାରେ ପଡ଼ି ଯାଇଥିଲେ। ହାତୀକୁ ଦେଖି ରାମର ସାଙ୍ଗମାନେ ଦୌଡ଼ି ପଳାଇଥିଲେ। ହେଲେ ହାତୀ ହାବୁଡ଼ରେ ପଡ଼ିଯାଇଥିଲା ରାମ। ହାତୀ ପ୍ରଥମେ ରାମକୁ ଆକ୍ରମଣ କରି ତାଙ୍କ ଜଙ୍ଘରେ ଦାନ୍ତ ପୂରାଇ ଦେଇଥିଲା। ତା’ପରେ ତାଙ୍କୁ ଶୁଣ୍ଢରେ ଉଠାଇ ଏକ ବୁଦାମୂଳକୁ ପୋପାଡ଼ି ଦେଇଥିଲା।

Related story