ଅଳ୍ପକେ ବଞ୍ଚିଗଲେ ବିକାଶ, ଗୋଡ଼ରେ ବାଜିଲା ଗୁଳି

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଗୁଳି ମାଡ଼ରେ ବିକାଶ ନାୟକ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ଘର ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ପୁରୁନପାଣିରେ। ଆଜି ସକାଳେ ବିକାଶ ଘର ପାଖରେ କୌଣସି କାମ କରୁଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଗୁଳି ଆସି ତାଙ୍କ ଗୋଡ଼ରେ ବାଜିଥିଲା। ଗୁଳି ତାଙ୍କ ଡାହାଣ ଗୋଡ଼ରେ ବାଜି ଚାଲିଯାଇଥିଲା ଓ ବାମ ଗୋଡ଼ରେ ପଶି ଯାଇଥିଲା। ବିକାଶଙ୍କୁ […]

bikash1

Jitendra Garnayak
  • Published: Friday, 22 March 2019
  • , Updated: 22 March 2019, 11:41 AM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଗୁଳି ମାଡ଼ରେ ବିକାଶ ନାୟକ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତାଙ୍କ ଘର ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ପୁରୁନପାଣିରେ।

ଆଜି ସକାଳେ ବିକାଶ ଘର ପାଖରେ କୌଣସି କାମ କରୁଥିବା ବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଗୁଳି ଆସି ତାଙ୍କ ଗୋଡ଼ରେ ବାଜିଥିଲା। ଗୁଳି ତାଙ୍କ ଡାହାଣ ଗୋଡ଼ରେ ବାଜି ଚାଲିଯାଇଥିଲା ଓ ବାମ ଗୋଡ଼ରେ ପଶି ଯାଇଥିଲା।

ବିକାଶଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଏନେଇ ପୁଲିସ୍ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି।

ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ଯେ କେହି ପକ୍ଷୀ ଅବା ପଣୁ ଶିକାର ପାଇଁ ଗୁଳି ଚଳାଇଥିଲେ। ତେବେ ତାହା ବିକାଶଙ୍କ ଦେହରେ ଆସି ବାଜିଲା।

Related story