ପ୍ରେମିକାକୁ ଭୁବନେଶ୍ୱରରୁ ସୁରତ ନେଲା ପ୍ରେମିକ, ୪୯ ଥର କଲା ଛୁରା ମାଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜହ୍ଲାଦ ପ୍ରେମିକ ଘଟାଇଛି ଜଘନ୍ୟ କାଣ୍ଡ । ବିବାହ କରିବାକୁ ଜିଦ୍‌ କରିବାରୁ ପ୍ରେମିକାକୁ ଭୁବନେଶ୍ୱରରୁ ସୁଦୂର ସୁରତ ନେଇ ନିର୍ମମ ଭାବେ କରିଛି ହତ୍ୟା। ଏପରିକି ଯେଉଁ ପ୍ରେମିକା ଜୀବନରୁ ଅଧିକ ଭଲ ପାଉଥିଲା, ଯାହାକୁ ଭରସା କରି ନିଜ ଘର ଛାଡ଼ିଥିଲା ତାକୁ ଛୁରୀରେ ୪୯ ଥର ଆକ୍ରମଣ ମାରିଛି ନିର୍ଦ୍ଦୟ ପ୍ରେମିକ ।  ମୃତା ଯୁବତୀ ହେଉଛନ୍ତି ଓଡ଼ିଆ ଯୁବତୀ ଲୁନି ଦାସ । ଲୁନିଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ […]

pic

  • Published: Thursday, 15 December 2022
  • , Updated: 15 December 2022, 08:55 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜହ୍ଲାଦ ପ୍ରେମିକ ଘଟାଇଛି ଜଘନ୍ୟ କାଣ୍ଡ । ବିବାହ କରିବାକୁ ଜିଦ୍‌ କରିବାରୁ ପ୍ରେମିକାକୁ ଭୁବନେଶ୍ୱରରୁ ସୁଦୂର ସୁରତ ନେଇ ନିର୍ମମ ଭାବେ କରିଛି ହତ୍ୟା। ଏପରିକି ଯେଉଁ ପ୍ରେମିକା ଜୀବନରୁ ଅଧିକ ଭଲ ପାଉଥିଲା, ଯାହାକୁ ଭରସା କରି ନିଜ ଘର ଛାଡ଼ିଥିଲା ତାକୁ ଛୁରୀରେ ୪୯ ଥର ଆକ୍ରମଣ ମାରିଛି ନିର୍ଦ୍ଦୟ ପ୍ରେମିକ ।  ମୃତା ଯୁବତୀ ହେଉଛନ୍ତି ଓଡ଼ିଆ ଯୁବତୀ ଲୁନି ଦାସ । ଲୁନିଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ପ୍ରେମିକ ଜଗନ୍ନାଥ ଗୌଡ଼ଙ୍କୁ ବାନ୍ଧିଛି ଗୁଜରାଟର ସୁରତ ପୁଲିସ୍‌।

ପ୍ରାୟ ୧୫ ଦିନ ତଳେ ସୁରତ ଅଞ୍ଜନି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପାଖରୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା  । ପୁଲିସ୍‌ ପ୍ରାଥମିକ ତଦନ୍ତ ଆରମ୍ଭ କରି ଏହା ଓଡ଼ିଅ ଯୁବତୀ ଲୁନି ଦାସଙ୍କ ମୃତଦେହ ବୋଲି ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍‌ ଏହି ଘଟଣାର  ତନାଘନା ଆରମ୍ଭ କରି ୫୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଓ କଲ୍ ଡିଟେଲ୍ସର  ତଦନ୍ତ କରିବା ପରେ ତାଙ୍କ ପ୍ରେମିକ ଜଗନ୍ନାଥକୁ ଗିରଫ କରିଛି।

ଭୁବନେଶ୍ୱରରେ ରହୁଥିବା ଲୁନି ସହ ଜଗନ୍ନାଥର ଗତ ୩ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ବିବାହ ପାଇଁ ଲୁନି ଜଗନ୍ନାଥକୁ ବାଧ୍ୟ କରିବାରୁ ଶେଷରେ ସେ ଲୁନିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲା ।

ଏଥିନିମନ୍ତେ ସୁଚିନ୍ତିତ ଯୋଜନା କରି ଦୁଇ ସପ୍ତାହ ତଳେ ଭୁବନେଶ୍ୱର ଯାଇ ପୁରୀ-ଅହମ୍ମଦାବାଦ୍ ଟ୍ରେନ୍‌ରେ ଲୁନିକୁ ସୁରତ ଆଣିଥିଲା ଜଗନ୍ନାଥ । ଆଉ  ଯୋଜନା ମୁତାବକ ସିଧା ଅଞ୍ଜନି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପାଖରେ ଥିବା ନିଛାଟିଆ ଜାଗାକୁ ନେଇ ଯାଇଥିଲା। ସେଠାରେ ଧାରୁଆ  ଅସ୍ତ୍ରରେ ହାଣି ତାକୁ ହତ୍ୟା କରିଥିଲା । ଜଗନ୍ନାଥର ରାଗ ଏତେ ଥିଲା ଯେ, ନିଜ ପ୍ରେମିକାଙ୍କୁ ୪୯ ଥର ଛୁରୀରେ  ଆକ୍ରମଣ କରି ହତ୍ୟା କରିଥିଲା  । ଏବେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି  ।

Related story