ଗରମ ତେଲ ଫିଙ୍ଗି ଯୁବକଙ୍କୁ ହତ୍ୟା!

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଆସିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଚଢ଼େୟାପଲ୍ଲୀ ଗାଁରୁ। ମୃତ ଯୁବକ ହେଉଛନ୍ତି ଚଢ଼େୟାପଲ୍ଲୀ ଗାଁର ମାଣିଆ ପ୍ରଧାନ। ଏହି ଅଭିଯୋଗରେ ପୁଲିସ ଶ୍ରୀମତୀ ପାଳ ଓ ତାଙ୍କ ଜ୍ୱାଇଁ ସନ୍ତୋଷ ଜେନାଙ୍କୁ ଗିରଫ କରିଛି। ଏପ୍ରିଲ ୬ ତାରିଖରେ ମାଣିଆ କୌଣସି କାମରେ ଶ୍ରୀମତୀ ପାଲ୍‌ଙ୍କ ଘରକୁ ଯାଇଥିଲେ। କୌଣସି କଥାକୁ ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଠିକ୍‌ […]

Nayagarh

Tapaswini Nayak
  • Published: Wednesday, 13 April 2022
  • , Updated: 13 April 2022, 03:37 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଗରମ ତେଲ ଢାଳି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଆସିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଚଢ଼େୟାପଲ୍ଲୀ ଗାଁରୁ। ମୃତ ଯୁବକ ହେଉଛନ୍ତି ଚଢ଼େୟାପଲ୍ଲୀ ଗାଁର ମାଣିଆ ପ୍ରଧାନ। ଏହି ଅଭିଯୋଗରେ ପୁଲିସ ଶ୍ରୀମତୀ ପାଳ ଓ ତାଙ୍କ ଜ୍ୱାଇଁ ସନ୍ତୋଷ ଜେନାଙ୍କୁ ଗିରଫ କରିଛି।

ଏପ୍ରିଲ ୬ ତାରିଖରେ ମାଣିଆ କୌଣସି କାମରେ ଶ୍ରୀମତୀ ପାଲ୍‌ଙ୍କ ଘରକୁ ଯାଇଥିଲେ। କୌଣସି କଥାକୁ ସେଠାରେ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଠିକ୍‌ ସେତିକି ବେଳେ ସେଠାରେ ଉପସ୍ଥିତ ଥିବା ଶ୍ରୀମତୀଙ୍କ ଜ୍ୱାଇଁ ସନ୍ତୋଷ ତାଙ୍କ(ମାଣିଆ) ଉପରେ ଗରମ ତେଲ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।

ମାଣିଆଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ମଙ୍ଗଳବାର କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରିବା ପରେ ପୁଲିସ ମାମଲା ରୁଜୁ କରି ଗତ ୧୦ ତାରିଖରେ ସନ୍ତୋଷ ଓ ଶ୍ରୀମତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାଣିଆର ମୃତ୍ୟୁ ପୂର୍ବରୁ ପୁଲିସ୍‌ ତା’ର ଜମାନବନ୍ଦୀ ନେଇଥିବା ଜଣାପଡ଼ିଛି।

ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related story