ତାସ୍‌ ଖେଳରୁ ଗଡ଼ିଲା ମୁଣ୍ଡ, ଗୋଡ଼ାଇ ଗୋଡ଼ାଇ ହତ୍ୟା

ନୀଳଗିରି(ବିଶ୍ୱମ୍ଭର ଦାସ): ତାସ୍‌ ଖେଳରୁ ହୋଇଛି ମହାଭାରତ! ହାରିବା ଜିତିବା ବାଜି ଯାଇଛି ଜୀବନ। ଆଉ ରକ୍ତାକ୍ତ ହୋଇଛି ଗାଁ ଦାଣ୍ଡ। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ମିତ୍ରପୁର ନିକଟ ଗୋଡ଼ିଖାଣିଆ ଗାଁର କୁନା ଭୋଳ, ଗଣେଶା ସିଂ ଓ ତାଙ୍କ ସାଥୀମାନେ ଆଜି ଦିନ ଦି’ ପହରରେ ତାସ ଖେଳୁଥିଲେ। ଏହି […]

playing-card

Manoranjan Sial
  • Published: Saturday, 09 January 2021
  • , Updated: 09 January 2021, 03:55 PM IST

ନୀଳଗିରି(ବିଶ୍ୱମ୍ଭର ଦାସ): ତାସ୍‌ ଖେଳରୁ ହୋଇଛି ମହାଭାରତ! ହାରିବା ଜିତିବା ବାଜି ଯାଇଛି ଜୀବନ। ଆଉ ରକ୍ତାକ୍ତ ହୋଇଛି ଗାଁ ଦାଣ୍ଡ। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ମିତ୍ରପୁର ନିକଟ ଗୋଡ଼ିଖାଣିଆ ଗାଁର କୁନା ଭୋଳ, ଗଣେଶା ସିଂ ଓ ତାଙ୍କ ସାଥୀମାନେ ଆଜି ଦିନ ଦି’ ପହରରେ ତାସ ଖେଳୁଥିଲେ। ଏହି ସମୟରେ ହାର ଜିତକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହା ପରେ କୁନା ଘରକୁ ପଳାଇ ଆସିଥିଲେ। ତେବେ ରାଗରେ ଜର୍ଜରୀତ ହେଉଥିବା ଗଣେଶ ଏକ ଭୁଜାଲିରେ କୁନା ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଆଣିଥିବା ଅଭିଯୋଗ ହୋଇଛି। ଚିତ୍କାର ଶୁଣି ଗାଁ ଲୋକେ କୁନାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନୀଳଗିରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଅଭିଯୋଗ ହେବା ପରେ ପୁଲିସ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଧରିବାରିବାରେ ସକ୍ଷମ ହୋଇନାହିଁ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related story