ଭଦ୍ରକ(ପାର୍ଥ ସାରଥୀ ନାୟକ): ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ପିଟି ମାରିଦେଲେ! ମୃତ ଜଣକ ହେଉଛନ୍ତି କଟିଆ ମୁର୍ମୁ। ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିରେ ଗତକାଲି ରାତିରେ ଏପରି ନୃଶଂସ ହତ୍ୟାକାଣ୍ଡ ଘଟିଛି। କିନ୍ତୁ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ କଟିଆଙ୍କୁ ଜଣେ ଯୁବକ ପିଟୁଥିବା ଏକ ଭିଡିଓ ଭାଇରାଲ୍ ହୋଇଛି। ମାତ୍ର ପୁଲିସ ଏହି ଭିଡିଓ ନେଇ କୌଣସି ତଥ୍ୟ ଦେଇନାହିଁ। ଘଟଣାରେ ପୁଲିସ ୨ରୁ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।