ପ୍ରତାରଣା କଲା ପ୍ରେମିକ, ମଲା ଛୁଆ ଜନ୍ମ କଲେ ପ୍ରେମିକା

ବଣାଇ (ରଣଜିତ ଚୌଧୁରୀ): ପ୍ରମାକାକୁ ବାହା ହେବାର ପ୍ରତିଶ୍ରୁତି ଶାରୀରିକ ସମ୍ପର୍କ ରଖିଥିଲା। ଆଉ ଗର୍ଭବତୀ ହୋଇଥିବା ଜାଣି ମେଡିସିନ୍‌ ଦେଇ ପ୍ରେମିକାଙ୍କ ଗର୍ଭ ନଷ୍ଟ କରିଦେଇଥିଲା ଧୋକାବାଜ ପ୍ରେମିକ। ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଧୋକାବାଜ ପ୍ରେମିକ ଫେରାର ରହିଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଟେନ୍ସା ଫାଣ୍ଡି ଅଞ୍ଚଳର ଜଣେ […]

rape-victim

Manoranjan Sial
  • Published: Saturday, 22 August 2020
  • , Updated: 22 August 2020, 04:26 PM IST

ବଣାଇ (ରଣଜିତ ଚୌଧୁରୀ): ପ୍ରମାକାକୁ ବାହା ହେବାର ପ୍ରତିଶ୍ରୁତି ଶାରୀରିକ ସମ୍ପର୍କ ରଖିଥିଲା। ଆଉ ଗର୍ଭବତୀ ହୋଇଥିବା ଜାଣି ମେଡିସିନ୍‌ ଦେଇ ପ୍ରେମିକାଙ୍କ ଗର୍ଭ ନଷ୍ଟ କରିଦେଇଥିଲା ଧୋକାବାଜ ପ୍ରେମିକ। ଏପରି ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲା ଟେନ୍ସା ଫାଣ୍ଡି ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଧୋକାବାଜ ପ୍ରେମିକ ଫେରାର ରହିଛି।

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଟେନ୍ସା ଫାଣ୍ଡି ଅଞ୍ଚଳର ଜଣେ ଯୁବକ ରେଖା(ଛଦ୍ମନାମ)ଙ୍କୁ ପ୍ରେମ କରୁଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ରେଖା ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ରେଖା ଗର୍ଭବତୀ ହୋଇଥିଲେ। ରେଖା ଗର୍ଭବତୀ ହୋଇଥିବା ଜାଣିବା ପରେ ବାହାହେବା ପାଇଁ ଜିଦ୍‌ ଧରିଥିଲେ। ପ୍ରେମିକ ପ୍ରବର ବିଭିନ୍ନ ବାହାନା ଦେଖାଇ ତାଙ୍କୁ ଗର୍ଭପାତ ମେଡିସିନ ଖାଇବାକୁ ଦେଇଥିଲେ। ରେଖା ଜାଣି ନପାରି ସେହି ମେଡିସିନ୍‌କୁ ଖାଇ ଦେଇଥିଲେ।

ଗତ ୧୮ ତାରିଖରେ ରେଖା ଘରେ ଥିଲେ। ସେହି ସମୟରେ ରେଖା ଏକ ମୃତ ଶିଶୁ ଜନ୍ମ ଦେଇଥିଲେ। ଏହା ଦେଖି ପରିବାର ଲୋକେ ହତବାକ ହୋଇଯାଇଥିଲେ। ମୃତ ଶିଶୁକୁ ଗାତ ଖୋଳି ପୋତି ଦେଇ ଟେନ୍ସା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଗତକାଲି ପୁଲିସ ମାଜିଷ୍ଟ୍ରେଟ ଓ ସାଇଣ୍ଟିକ୍‌ ଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ପୋତାଯାଇ ଥିବା ସ୍ଥାନକୁ ଖୋଲି ମୃତ ରଶିଶୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି। ଏବେ ସୁଦ୍ଧା ଅଭିଯୁକ୍ତ ପ୍ରେମିକ ଫେରାର ରହିଛି। ପୁଲିସ ତାକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related story