କେହି ଶୁଣିଲେନି, ୨ କିମି ଏନ୍‌ଏଚ୍‌କୁ ମରାମତି କଲେ ଗାଁ ଯୁବକ

ନୂଆପଡା (ମାୟାଧର ସରାଫ): ଗୁହାରୀ କରି ନୟାନ୍ତ ହେଲେ। କେହି ଶୁଣିଲେ ନାହିଁ। ଶେଷରେ ୩୫୩ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ୨ କିମି ରାସ୍ତାକୁ ମରାମତି କଲେ ୩୦ରୁ ଅଧିକ ଯୁବକ। ଏପରି ମହାନ୍‌ କାର୍ଯ୍ୟ କରିଛନ୍ତି ନୂଆପଡ଼ା ଜିଲ୍ଲାର ପେଣ୍ତରାବନ ଗାଁର ଯୁବକମାନେ। ନୂଆପଡା ଜିଲ୍ଲା ଦେଇ ଯାଇଛି ରାୟପୁର-ଗୋପାଳପୁର ୩୫୩ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)। ହେଲେ ମରାମତି ଅଭାବରୁ ପେଣ୍ତରାବନ ଗାଁ ପାଖରେ ବଡବଡ ଖାଲଖମା ହୋଇଛି। ବଡ଼ବଡ଼ ଖାଲ ଯୋଗୁ ଅନେକ ସମୟରେ […]

Nuapada

Manoranjan Sial
  • Published: Monday, 05 July 2021
  • , Updated: 05 July 2021, 05:05 PM IST

ନୂଆପଡା (ମାୟାଧର ସରାଫ): ଗୁହାରୀ କରି ନୟାନ୍ତ ହେଲେ। କେହି ଶୁଣିଲେ ନାହିଁ। ଶେଷରେ ୩୫୩ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌)ରେ ୨ କିମି ରାସ୍ତାକୁ ମରାମତି କଲେ ୩୦ରୁ ଅଧିକ ଯୁବକ। ଏପରି ମହାନ୍‌ କାର୍ଯ୍ୟ କରିଛନ୍ତି ନୂଆପଡ଼ା ଜିଲ୍ଲାର ପେଣ୍ତରାବନ ଗାଁର ଯୁବକମାନେ।

ନୂଆପଡା ଜିଲ୍ଲା ଦେଇ ଯାଇଛି ରାୟପୁର-ଗୋପାଳପୁର ୩୫୩ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)। ହେଲେ ମରାମତି ଅଭାବରୁ ପେଣ୍ତରାବନ ଗାଁ ପାଖରେ ବଡବଡ ଖାଲଖମା ହୋଇଛି। ବଡ଼ବଡ଼ ଖାଲ ଯୋଗୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ନଜର ଦେଉନଥିଲେ।

ପ୍ରଶାସନ ହେଉ ବା ଏନ୍‌ଏଚ୍‌ଏଆଇ, ସମସ୍ତଙ୍କଠାରୁ ନିରାଶ ହେବା ପରେ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡିଲେ ପେଣ୍ଡେରାବନର କିଛି ଯୁବକ। ଗାଁର ୩୦ରୁ ଅଧିକ ଯୁବକ ୨ କିଲୋମିଟର ଭିତରେ ହୋଇଥିବା ଖାଲଖମାରେ ପଥର ଓ ମୋରମ୍‌ ପାଇ କରିଛନ୍ତି ସମତୁଲ।

ମା’ ପରଦେଶେନ ଯୁବ ଗୋଷ୍ଠୀ ପେଣ୍ତରାବନର ସଭାପତି ହରିଶ୍ଚନ୍ଦ୍ର ମାଝୀ, ସଂପାଦକ ନୀଳଚକ୍ର ମାଝି, ସୁକୁମାର ସାହୁ, ଲଳିତ ମାଝୀ, ଗୌତମ ମାଝୀ, ଗୋବର୍ଦ୍ଧନ ବାଗ, ଓମ୍‌ଙ୍କାର ମାଝୀ, କୁଶଧର ମାଝୀ, ରଞ୍ଜନ ମାଝୀ, ପଦ୍ମଲୋଚନ ବରିହା, କପିଳ ମାଝୀ, ଜୟ ପ୍ରକାଶ ମାଝୀ, ଉଗ୍ରସେନ ମାଝୀ, ନିଳୁ ମାଝି, ହୃଦାନନ୍ଦ ମାଝୀ, ଜିତେନ୍‌ ସତନାମୀ, ବିପିନ ମାଝି, ଜିତୁ ସତନାମୀ, ସଦାନନ୍ଦ ହଂସ ଓ ଚୈତନ୍ୟ ବଘେଲ ପ୍ରମୁଖ ସହଯୋଗ କରିଥିଲେ।

Related story