ଯୁବକଙ୍କୁ ତଣ୍ଟିଚିପି ହତ୍ୟା!

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଯୁବ ବ୍ୟବସାୟୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ଆସିଛି। ପ୍ରେମ ପାଇଁ ଏଭଳି ହତ୍ୟା କରାଯାଇଥିବା ଆଲୋଚନା କରାଯାଉଛି। ତେବେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପଟ୍ଟାଙ୍ଗିର ୨୮ ବର୍ଷୀୟ ଯୁବ ବ୍ୟବସାୟୀ ହେଉଛନ୍ତି ଗଙ୍ଗା ପ୍ରସାଦ ଚୌଧୁରୀ। ଆଜି ସକାଳେ ତାଙ୍କ ମର ଶରୀର ସ୍ଥାନୀୟ ଗଣେଶ ମନ୍ଦିର ପାଖ ରାସ୍ତାକଡରେ ପଡ଼ିଥିଲା। ସ୍ଥାନୀୟ ଲୋକେ […]

koraput

Manoranjan Sial
  • Published: Wednesday, 04 November 2020
  • , Updated: 04 November 2020, 05:31 PM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଯୁବ ବ୍ୟବସାୟୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ଆସିଛି। ପ୍ରେମ ପାଇଁ ଏଭଳି ହତ୍ୟା କରାଯାଇଥିବା ଆଲୋଚନା କରାଯାଉଛି। ତେବେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଟ୍ଟାଙ୍ଗିର ୨୮ ବର୍ଷୀୟ ଯୁବ ବ୍ୟବସାୟୀ ହେଉଛନ୍ତି ଗଙ୍ଗା ପ୍ରସାଦ ଚୌଧୁରୀ। ଆଜି ସକାଳେ ତାଙ୍କ ମର ଶରୀର ସ୍ଥାନୀୟ ଗଣେଶ ମନ୍ଦିର ପାଖ ରାସ୍ତାକଡରେ ପଡ଼ିଥିଲା। ସ୍ଥାନୀୟ ଲୋକେ ଏନେଇ ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତଣ୍ଟିପିଟି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗରୁ ପ୍ରକାଶ, ମୃତ ଯୁବକ କୁଆଡ଼େ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀଙ୍କ ପରିବାର ଏହାକୁ ବିରୋଧ କରୁଥିଲେ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Related story