କ'ଣ କରୁଛନ୍ତି ଲଣ୍ଡନ ଅଲିମ୍ପିକ୍ସର ମଶାଲଧାରୀ ପିଙ୍କି କର୍ମାକର?

ନୂଆଦିଲ୍ଲୀ: ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ମଶାଲ ଯାତ୍ରାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ଆଜି ଦରିଦ୍ର୍ୟତା ତାଙ୍କୁ ଚା’ ବଗିତାରେ କାମ କରିବାକୁ ବାଧ୍ୟ କରିଛି। ଆମେ କହୁଛୁ ପିଙ୍କି କର୍ମାକରଙ୍କ କଥା। ୯ ବର୍ଷ ତଳେ ସେ ଅଲିମ୍ପିକ୍ସରେ ମଶାଲ ଧରିଥିଲେ, କିନ୍ତୁ ଆଜି ଅତ୍ୟନ୍ତ ଦୁଃଖଦାୟକ ଜୀବନ ବିତାଉଛନ୍ତି। ଆସାମର ଦିବ୍ରୁଗଡ଼ରେ ରହୁଥିବା ପିଙ୍କି ମାତ୍ର ୧୭ ବର୍ଷ ବୟସରେ ନଟ୍ଟିଂହାମଶାୟରର ରାସ୍ତାରେ ଅଲିମ୍ପିକ୍ସ ମଶାଲ ଧରି ଭାରତର ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ଆଜି […]

pinki

Ranjit Kumar Jena
  • Published: Tuesday, 10 August 2021
  • , Updated: 13 August 2021, 09:14 AM IST

ନୂଆଦିଲ୍ଲୀ: ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ମଶାଲ ଯାତ୍ରାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ଆଜି ଦରିଦ୍ର୍ୟତା ତାଙ୍କୁ ଚା’ ବଗିତାରେ କାମ କରିବାକୁ ବାଧ୍ୟ କରିଛି। ଆମେ କହୁଛୁ ପିଙ୍କି କର୍ମାକରଙ୍କ କଥା। ୯ ବର୍ଷ ତଳେ ସେ ଅଲିମ୍ପିକ୍ସରେ ମଶାଲ ଧରିଥିଲେ, କିନ୍ତୁ ଆଜି ଅତ୍ୟନ୍ତ ଦୁଃଖଦାୟକ ଜୀବନ ବିତାଉଛନ୍ତି। ଆସାମର ଦିବ୍ରୁଗଡ଼ରେ ରହୁଥିବା ପିଙ୍କି ମାତ୍ର ୧୭ ବର୍ଷ ବୟସରେ ନଟ୍ଟିଂହାମଶାୟରର ରାସ୍ତାରେ ଅଲିମ୍ପିକ୍ସ ମଶାଲ ଧରି ଭାରତର ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ଆଜି ସେ ଦିନ ମଜୁରିଆ ଓ  ଦୈନିକ ୧୬୭ ଟଙ୍କାରେ କାମ କରୁଛନ୍ତି।

ଜୁନ୍ ୨୮, ୨୦୧୨ରେ ଲଣ୍ଡନ ଅଲିମ୍ପିକ୍ସରେ ମଶାଲଧାରୀ ଥିବା ପିଙ୍କି ଆଜି ୨୬ ବର୍ଷ ବୟସରେ ବୋରବୋରୁଆ ଚା’ ବଗିତାରେ ଦୈନିକ ୧୬୭ ଟଙ୍କା ଆୟ କରୁଛନ୍ତି ଏବଂ ଏଥିରେ ନିଜ ପରିବାରର ଭରଣପୋଷଣ କରିଛନ୍ତି। ୯ ବର୍ଷ ତଳେ ଯେଉଁ ପିଙ୍କିଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ କାରକେଡ୍ ତାଙ୍କର ଚା’ ବଗିଚା ସ୍ଥିତ ଘରକୁ ଛାଡ଼ିବାକୁ ଯାଇଥିଲା, ଆଜି ସେହି ପିଙ୍କି ନିଜର ଜୀବିକା ମେଣ୍ଟାଇବା ପାଇଁ ସଂଘର୍ଷ କରୁଛନ୍ତି। ପିଙ୍କିଙ୍କ ଆର୍ଥିକ ସ୍ଥିତି ବର୍ତ୍ତମାନ ବହୁତ ଖରାପ ଚାଲିଛି। ମା’ଙ୍କର ମୃତ୍ୟୁ ଏବଂ ପିତାଙ୍କର ବୟସ ବଢ଼ିବା ପରେ ପିଙ୍କି ନିଜର ପରିବାରର ବୋଝ ମୁଣ୍ଡାଇଛନ୍ତି। ତାଙ୍କର ଜଣେ ଛୋଟ ଭାଇ ଓ ଦୁଇ ସାନ ଭଉଣୀ ମଧ୍ୟ ଅଛନ୍ତି।

ପିଙ୍କିଙ୍କ ମା’ ମଧ୍ୟ ଚା’ ବଗିଚାରେ ଚା’ ପତି ବୁଣିବା କାମ କରୁଥିଲେ। ଆଜି ପିଙ୍କି ମଧ୍ୟ ଠିକ୍ ସେହି କାମ କରି ଦୈନିକ ୧୬୭ ଟଙ୍କା ମଜୁରି ଆକାରରେ ପାଉଛନ୍ତି। ୨୦୧୭ରେ ୧୭ ବର୍ଷର ହୋଇଥିବା ପିଙ୍କି ଦଶମରେ ପାଠ ପଢ଼ୁଥିଲେ। ସେତେବେଳେ ସେ ୟୁନିସେଫର ସ୍ପୋର୍ଟ୍ସ ଫର୍ ଡେଭେଲପମେଣ୍ଟ କାର୍ଯ୍ୟକ୍ରମ ଚଳାଉଥିଲେ। ଏହି କାର୍ଯ୍ୟକ୍ରମ ଆଧାରରେ ୪୦ ଜଣ ମହିଳାଙ୍କୁ କିଛି ସାମାଜିକ ସମସ୍ୟା ଓ ଫିଟନେସ୍ ପରେ ସଚେତନ କରାଯାଉଥିଲା।

ପିଙ୍କିଙ୍କର ଏହି କାମରେ ପ୍ରଭାବିତ ହୋଇ ଲଣ୍ଡନ ଅଲିମ୍ପିକ୍ସର ଆୟୋଜକ କମିଟି ତାଙ୍କୁ ଭାରତର ମଶାଲଧାରୀ ଭାବେ ଚୟନ କରିଥିଲା। ଯାହା ପରେ ପିଙ୍କି ଅଲିମ୍ପିକ୍ସରେ ନଟ୍ଟିଂହାମଶାୟରର ରାଜରାସ୍ତାରେ ଅଲିମ୍ପିକ୍ସ ମଶାଲ ଧରି ଦୌଡ଼ିଥିଲେ। ସ୍ୱଦେଶ ଫେରିବା ପରେ ତାଙ୍କର ଜୋରଦାର ସ୍ୱାଗତ ହୋଇଥିଲା।

ପିଙ୍କି କହିଛନ୍ତି ଯେ ଯେତେବେଳେ ସେ ଦଶମରେ ପଢ଼ୁଥିବା ବେଳେ ଲଣ୍ଡନ ଅଲିମ୍ପିକ୍ସରେ ମଶାଲ ଧରିଥିଲେ। ପିଙ୍କି କହିଛନ୍ତି, ମୋର ଅନେକ ସ୍ୱପ୍ନ ଥିଲା, କିନ୍ତୁ ଆଜି କିଛି ବି ଆଶା ଜୀବିତ ରହିନାହିଁ। ମା’ଙ୍କର ଦେହାନ୍ତ ପରେ ମୁଁ କଲେଜ ଛାଡ଼ି ଦେଲି। ପରିବାର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଲା, ଯେଉଁକାରଣରୁ ମୁଁ ଦିନମଜୁରିଆ କାମ ଆରମ୍ଭ କଲି।

ପିଙ୍କି କହିଛନ୍ତି ଯେ ଯେଉଁ ସମୟରେ ଦିବ୍ରୁ କଲେଜରେ ବିଏ କରୁଥିଲେ, ସେତେବେଳେ ତାଙ୍କ ଜୀବନରେ ଅନେକ ସମସ୍ୟା ଆସିଥିଲା। ଯେଉଁ ଝିଅ ସମାଜ ପାଇଁ ସବୁକିଛି ଥିଲା, ଆଜି ତା’ର କୌଣସି ଅସ୍ତିତ୍ୱ ନାହିଁ। ସମସ୍ତେ ମୋତେ ପଚାରୁଛନ୍ତି ଯେ ମୁଁ ମୋ ଜୀବନରେ କ’ଣ ହାସଲ କଲି। କିନ୍ତୁ ମୋ ପାଖରେ ଏହାର କୌଣସି ଜବାବ ନାହିଁ। ସରକାର ଓ ୟୁନିସେଫ୍ ତରଫରୁ ମୋତେ କୌଣସି ସହାୟତା ମିଳିନାହିଁ। ଏଥିପାଇଁ ଆଜି ମୁଁ ଦିନ ମଜୁରିଆ କରିବାକୁ ବାଧ୍ୟ ହେଲି।

Related story