ଏମିତି ଜଣେ ଚାହା ଦୋକାନୀ ଯିଏ ପ୍ରତିଦିନ ୨୫୦ ଗରିବଙ୍କୁ ମାଗଣାରେ ଚାହା’ ପିଆନ୍ତି

ଜୟପୁର: ଚାହା ସହ ଆମ ଭାରତୀୟମାନଙ୍କର ସମ୍ପର୍କ ଟିକିଏ ନିଆରା। ଦିନ ଆରମ୍ଭ ହେଉ କି ଶେଷ, ଚାହା ଟିକେ ନ ପିଇଲେ ଦିନଟା ଭଲରେ କଟେ ନାହିଁ। ଆମ ଦେଶରେ ଲେକେ ଖୁସିର ମାହୋଲ ହେଉ କି ଦୁଃଖର, ଚିନ୍ତାରେ ହେଉ କି ଥକା ଲାଗିବା ଯୋଗୁ, ସବୁ ପରିସ୍ଥିତିରେ ଚାହା ଖୋଜିଥାନ୍ତି। ତେଣୁ ଆପଣଙ୍କୁ ଦେଶର କୋଣଅନୁକୋଣରେ ଚାହା ଦେକାନ ଦେଖିବାକୁ ମିଳିବ। ଆଉ ପ୍ରାୟ ପ୍ରତ୍ୟେକ ସହରରେ କେହି ନା କେହି ଜଣେ […]

gulaabjii

gulaabjii

Chinmayee Roy
  • Published: Monday, 05 August 2019
  • Updated: 05 August 2019, 04:51 PM IST

Sports

Latest News

ଜୟପୁର: ଚାହା ସହ ଆମ ଭାରତୀୟମାନଙ୍କର ସମ୍ପର୍କ ଟିକିଏ ନିଆରା। ଦିନ ଆରମ୍ଭ ହେଉ କି ଶେଷ, ଚାହା ଟିକେ ନ ପିଇଲେ ଦିନଟା ଭଲରେ କଟେ ନାହିଁ। ଆମ ଦେଶରେ ଲେକେ ଖୁସିର ମାହୋଲ ହେଉ କି ଦୁଃଖର, ଚିନ୍ତାରେ ହେଉ କି ଥକା ଲାଗିବା ଯୋଗୁ, ସବୁ ପରିସ୍ଥିତିରେ ଚାହା ଖୋଜିଥାନ୍ତି। ତେଣୁ ଆପଣଙ୍କୁ ଦେଶର କୋଣଅନୁକୋଣରେ ଚାହା ଦେକାନ ଦେଖିବାକୁ ମିଳିବ। ଆଉ ପ୍ରାୟ ପ୍ରତ୍ୟେକ ସହରରେ କେହି ନା କେହି ଜଣେ ପ୍ରସିଦ୍ଧ ଚାହାବାଲା ନିଶ୍ଚିତ ଥିବେ। ଆଜି ଆମେ ସେହିପରି ଜଣେ ଲୋକପ୍ରିୟ ଚାହାବାଲାଙ୍କ ବିଷୟରେ କହିବୁ, ଯାହାଙ୍କ ଚାହା ସାରା ଜୟପୁରରେ ପ୍ରସିଦ୍ଧ। ହେଲେ ତାଙ୍କ ପରିଚୟ ଅନ୍ୟ ପ୍ରସିଦ୍ଧ ଚାହାବାଲାଙ୍କଠୁ ଟିକେ ନିଆରା। କାରଣ ଏ ଜଣେ ଏମିତି ଚାହା ଦୋକାନୀ ଯିଏ କି ପ୍ରତି ଦିନ ପାଖାପାଖି ୨୫୦ ଭିକାରୀଙ୍କୁ ମାଗଣାରେ ଚାହା ଓ ଜଳଖିଆ ଦେଇଥାନ୍ତି।

ଗୋଲାପି ସହର ଜୟପୁର ଯାଇ ଯଦି ଆପଣ ‘ଗୁଲାବ ଜୀ ଚାହାବାଲା’ଙ୍କ ଚାହା ନ ପିଉଛନ୍ତି, ତେବେ ଆପଣଙ୍କ ଟ୍ରିପ୍‌ ଅସମ୍ପୂର୍ଣ୍ଣ ରହିଯିବ। ପାଖା ପାଖି ୭୩ ବର୍ଷ ହେଲା ଗୁଲାବ ଜି ସହରର ଏମ୍‌ ଆଇ ରୋଡ୍‌ରେ ଚାହା ବିକ୍ରି କରି ଆସୁଛନ୍ତି। ୯୪ ବର୍ଷୀୟ ଗୁଲାବ ଜୀଙ୍କ ଚାହା ଏତେ ପ୍ରସିଦ୍ଧ ଯେ ବଡ଼ ବଡ଼ ରାଜ ପରିବାରଠୁ ଆରମ୍ଭ କରି ଫିଲ୍ମି ତାରକାମାନେ ମଧ୍ୟ ଏଠାକୁ ଚାହାର ମଜା ନେବାକୁ ଆସନ୍ତି। କେବଳ ଚାହା ନୁହେଁ, ଆପଣ ଏଠି ଚାହା ସହ ଗରମାଗରମ ସିଙ୍ଗଡ଼ା ଓ ବ୍ରେଡ୍‌ବଟର୍‌ ମଧ୍ୟ ଖାଇପାରିବେ। ଆପଣଙ୍କ ପାଖରେ ଟଙ୍କା ଅଛି ତ ଦେବେ ନଥିଲେ ବି କିଛି କଥା ନାହିଁ। ଗୁଲାବ ଜିଙ୍କ ଦୋକାନକୁ ଯାଇଛନ୍ତି ମାନେ ଆପଣ କେବେ ବି ଖାଲିରେ ଫେରିବେ ନାହିଁ।

ସାରା ସହର ଶୋଇଥିବାବେଳେ,ଗୁଲାବ ଜୀ ଭୋର୍ ତିନିଟାରୁ ଉଠି ପ୍ରସ୍ତୁତ ହୋଇଯାନ୍ତି ନିଜର କଡ଼କ ଚାହା ସହ ସକାଳର ସୂର୍ଯ୍ୟକୁ ସ୍ୱାଗତ କରିବାକୁ। ପ୍ରତି ଦିନ ସକାଳ ୬ ହେଲେ ଗୁଲାବ ଜୀଙ୍କ ଦୋକାନ ଆଗରେ ଆପଣଙ୍କୁ ଦେଖିବାକୁ ମିଳିବ ପ୍ରାୟ ୨୫୦ରୁ ଅଧିକ ଗରିବ ଓ ବେସାହାରା ଲୋକ। ଗୁଲାବ ଜୀ ସେମାନଙ୍କୁ ବେଶ୍ ଖୁସିରେ ନିଜ ହାତ ତିଆରି ସ୍ପେଶାଲ୍ ଚାହା ଓ ତା ସହିତ ଗରମାଗରମ ସିଙ୍ଗଡ଼ା ଓ ୪ ଖଣ୍ଡ ବଟର ଲଗା ବ୍ରେଡ୍‌ ଖାଇବାକୁ ଦେଇଥାନ୍ତି।

ଗୁଲାବଜୀଙ୍କର ଏହି ମହାନ କାମ ତାଙ୍କର ଏକ ଅଲଗା ପରିଚୟ ସୃଷ୍ଟି କରିଛି। ଯାହାକୁ ଦେଖି ଏତେ ସଂଖ୍ୟାରେ ଗ୍ରହକ ତାଙ୍କ ଦୋକାନ ଆଡ଼କୁ ଆକର୍ଷିତ ହୁଅନ୍ତି। ଏପରି ସେ ସେବେଠୁ କରିଆସୁଛନ୍ତି ଯେବେଠୁ ତାଙ୍କ ଦୋକାନ ଖୋଲା ହୋଇଛି। ଗୁଲାବ ଜୀଙ୍କ କହିବା ଅନୁଯାୟୀ ଯେବେ ଆମକୁ ସ୍ୱାଧୀନତା ମିଳିଥିଲା ଅର୍ଥାତ୍ ୧୯୪୭ରେ ସେ ଚାହା ଦୋକାନ ଖୋଲିଥିଲେ। ସେତେବେଳେ ଏହି ଦୋକାନ ଖୋଲିବାକୁ ତାଙ୍କର ୧୩୦ ଟଙ୍କା ଖର୍ଚ୍ଚ ହୋଇଥିଲା। ସେ ସମୟରେ ତାଙ୍କୁ ଏହି ଦୋକାନ ପ୍ରତିଷ୍ଠା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।

ଗୁଲାବଜୀଙ୍କର ସେହି ଛୋଟିଆ ଦୋକାନ ଆଜି ଜୟପୁର ସହରରେ ଅତି ପ୍ରସିଦ୍ଧ ହୋଇଯାଇଛି। ଆଜି ସେ ଚାହା ବିକି ଦିନକୁ ପ୍ରାୟ ୨୦ ହଜାର ଟଙ୍କା ଆୟ କରୁଛନ୍ତି। ଗୁଲାବ ଜୀଙ୍କ କପେ ଚାହାର ମୂଲ୍ୟ ୨୦ ଟଙ୍କା, ଯାହାକି ବଜାରରେ ଅନ୍ୟ ଦୋକାନଠୁ ଟିକେ ଅଧିକା। ହେଲେ ତାଙ୍କ ଚାହାର ସ୍ୱାଦ ସମସ୍ତଙ୍କଠୁ ନିଆରା ବୋଲି ଗ୍ରାହକମାନେ କୁହନ୍ତି। ଗୁଲାବ ଜୀ ୯୪ ବର୍ଷ ବୟସରେ ବି ନିଜେ ଚାହା ତିଆରି କରିଥାନ୍ତି ଆଉ ସେହି ଚାହାରେ କ’ଣ ନିଆରା ମସଲା ପକାଇଥାନ୍ତି ତାହା କେବଳ ତାଙ୍କୁ ହିଁ ଜଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story