ବାଘଙ୍କ ସହ ଜୀବନ; ୧୨ ବର୍ଷ ହେଲା ୭ ବାଘଙ୍କ ସହ ଗୋଟିଏ ଛାତ ତଳେ ରହି ଆସୁଛି ଏହି ପରିବାର

ବ୍ରାଜିଲର ପାରାନରେ ରହନ୍ତି ଆରି ମାର୍କସ୍ ବୋର୍ଜେସ୍‌। ସେ ଥରେ ଏକ ସର୍କସ କଂପାନୀରୁ ଦୁଇଟି ବାଘକୁ ଉଦ୍ଧାର କରି ଘରକୁ ନେଇ ଆସିଥିଲେ। ବାଘ ଦୁଇଟି ସେଠାରେ ଭାରି ଦୁଃସ୍ଥ ଅବସ୍ଥାରେ ଥିଲେ। ଏବେ ଆରିଙ୍କ ପରିବାର ୭ଟି ବାଘ ସହିତ ରହୁଛନ୍ତି, ତାହା ପୁଣି ଗୋଟିଏ ଛାତ ତଳେ। ଆରି ତାଙ୍କ ଝିଅମାନଙ୍କ ସହିତ ରହନ୍ତି। ଆରିଙ୍କ ଭଳି ତାଙ୍କ ଝିଅମାନେ ବି ବାଘଙ୍କୁ ଡରନ୍ତି ନାହିଁ। ସେମାନେ ଅତି ସହଜରେ ନିଜ ଛୁଆଙ୍କୁ […]

tiger

Rakesh Mallick
  • Published: Saturday, 04 March 2017
  • , Updated: 04 March 2017, 09:57 AM IST

ବ୍ରାଜିଲର ପାରାନରେ ରହନ୍ତି ଆରି ମାର୍କସ୍ ବୋର୍ଜେସ୍‌। ସେ ଥରେ ଏକ ସର୍କସ କଂପାନୀରୁ ଦୁଇଟି ବାଘକୁ ଉଦ୍ଧାର କରି ଘରକୁ ନେଇ ଆସିଥିଲେ। ବାଘ ଦୁଇଟି ସେଠାରେ ଭାରି ଦୁଃସ୍ଥ ଅବସ୍ଥାରେ ଥିଲେ। ଏବେ ଆରିଙ୍କ ପରିବାର ୭ଟି ବାଘ ସହିତ ରହୁଛନ୍ତି, ତାହା ପୁଣି ଗୋଟିଏ ଛାତ ତଳେ।

ଆରି ତାଙ୍କ ଝିଅମାନଙ୍କ ସହିତ ରହନ୍ତି। ଆରିଙ୍କ ଭଳି ତାଙ୍କ ଝିଅମାନେ ବି ବାଘଙ୍କୁ ଡରନ୍ତି ନାହିଁ। ସେମାନେ ଅତି ସହଜରେ ନିଜ ଛୁଆଙ୍କୁ ଖୁଆଇଲା ଭଳି ବାଘଙ୍କ ପାଟିରେ ମାଂସ ଖଣ୍ଡ ପକାଇ ଦିଅନ୍ତି। ଏପରିକି ଆରିଙ୍କ ୨ ବର୍ଷର ନାତୁଣୀ ବି ବାଘଗୁଡ଼ିକୁ ଡରେ ନାହିଁ। ସେ ବାଘଙ୍କ ପିଠିରେ ବସି ପଡ଼େ।  ବାଘମାନଙ୍କ ସହ ଆରିଙ୍କ ପରିବାର ଲୋକେ ଏକାଠି ଖାଆନ୍ତି। ବେଳେ ବେଳେ ବାଘମାନେ ସେମାନଙ୍କ ସହ ଶୋଇପଡ଼ନ୍ତି। ବାଘଙ୍କ ସହ ସେମାନେ ସୁଇମିଂ ବି କରନ୍ତି। ବାଘମାନେ ତାଙ୍କର ପରିବାରର ଅଂଶ ବୋଲି କହନ୍ତି ଆରି।

ତେବେ ବାଘ ରଖିଥିବା ଯୋଗୁଁ ପଶୁ ଅଧିକାରୀ ପାଇଁ ଲଢ଼େଇ କରୁଥିବା ସାମାଜିକ କର୍ମୀଙ୍କ ପକ୍ଷରୁ ତାଙ୍କୁ ହଇରାଣ ହେବାକୁ ପଡୁଛି। ସେମାନେ ତାଙ୍କ ନାଁରେ କୋର୍ଟରେ କେସ୍ କରିଛନ୍ତି। ଆରି ଆଶା ନ ଛାଡ଼ି ଲଢ଼େଇ ଜାରି ରଖିଛନ୍ତି।

Related story