/odisha-reporter/media/post_attachments/uploads/2022/09/tala-1.jpg)
tala-1
କୋଣାର୍କ(ସଞ୍ଜୟ ପତି): ସଂସ୍କୃତ ଶିକ୍ଷକଙ୍କ ଅଜବ ନିଶା। ଏହି ନିଶା କେବଳ ସାର୍ଙ୍କୁ ଘାରିନି, ଛାତ୍ରଛାତ୍ରୀ ବି ଏହି ନିଶାରେ ମତୁଆଲା। କାନ୍ଧରେ ପଡ଼ିଛି କୋଦାଳ, ପିଠିରେ ପଡ଼ିଛି ମଞ୍ଜି ବସ୍ତା। ଆଗେ ଆଗେ ଶିକ୍ଷକ। ପଛେ ପଛେ ଛାତ୍ର। ନଦୀ ବନ୍ଧ କଡ଼ ଓ ବିଭିନ୍ନ ରାସ୍ତା ପାର୍ଶ୍ୱରେ ଲଗାଇ ଲେଣି ପ୍ରାୟ ୧୦ ହଜାର ଗଛ। ଶିକ୍ଷକଙ୍କ ଏଭଳି ଉଦ୍ୟମ ପାଇଁ ଅଞ୍ଚଳବାସୀ ପ୍ରଶଂସାରେ ଶତମୁଖ। ଏହି ଶିକ୍ଷକ ଜଣକ ପୁରୀ ଜିଲ୍ଲା ନିମାପଡା ବ୍ଲକ ଆମ୍ବଡିହ ଗ୍ରାମର ବିଜୟ କୁମାର ଭଟ୍ଟ। ଅସ୍ତରଙ୍ଗଛୁରିଆନାପଂଚାୟତରବେଳାଭୂମିଉଚ୍ଚବିଦ୍ୟାଳୟରେସଂସ୍କୃତଶିକ୍ଷକଭାବେ ସେକାର୍ଯ୍ୟରତ।
ସେ ବୃତ୍ତିରେ ଜଣେଶିକ୍ଷକ, ହେଲେନିଶାଗଛଲଗାଇବା।ବାରମ୍ବାରସାମୁଦ୍ରିକବାତ୍ୟାଯୋଗୁଁଅବକ୍ଷୟମୁଖୀ ପୁରୀଉପକୂଳଓ ପରିବେଶରସୁରକ୍ଷାପାଇଁନିଜସ୍ୱଉଦ୍ୟମରେସେଲଗାଇଲେଣି୫ ହଜାରରୁଊର୍ଦ୍ଧ୍ୱ ଗଛ। ନିମାପଡାତାଙ୍କରଜନ୍ମ ଭୂମୀ,ଅସ୍ତରଙ୍ଗହେଉଛିକର୍ମ ଭୂମୀ।
ସେ କୁହନ୍ତି, ୧୯୯୯ ମସିହାପ୍ରଲୟଙ୍କାରୀମହାବାତ୍ୟାରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ସବୁଠାରୁଅଧିକକ୍ଷତିଗ୍ରସ୍ତହୋଇଥିଲା।ଉପକୂଳକୁ ସୁରକ୍ଷା ଦେଉଥିବା ସବୁଜ ପ୍ରାଚୀର ଧ୍ୱଂସବିଧ୍ୱଂସ ହୋଇଯାଇଥିଲା। ଯେଉଁ ଆଡେ ଚାହିଁଲେ ଖାଁ ଖାଁ ଦିଶୁଥିଲା। ତେଣୁ ଉଜୁଡାସବୁଜିମାକୁସଜାଡ଼ିବାପାଇଁ ସେସଂକଳ୍ପନେଇ ବୃକ୍ଷରୋପଣଆରମ୍ଭକରିଥିଲେ। ପ୍ରତିବର୍ଷ ବର୍ଷା ଦିନେ ଗଛ ପୋତା ଯାଇଥାଏ। ଗୋରୁଗାଇ ଓ ଦୁର୍ବୃତ୍ତଙ୍କ କବଳୁ ଗଛକୁ ସୁରକ୍ଷା ଦେବା କଷ୍ଟ। ଏହା ବ୍ୟୟ ସାପେକ୍ଷ ଓ କଷ୍ଟ ସାଧ୍ୟ ମଧ୍ୟ। ତେଣୁ ସେ ବିଶେଷ ଭାବେ ନିମ୍ବ, ଖଜୁରୀ ଓ ତାଳଗଛ ଲଗାଇ ଥାନ୍ତି। ଏହାକୁ ସୁରକ୍ଷା ଦେବାକୁ ପଡ଼େନି। ଗୋରୁ ଖାଇବା ଭୟ ନ ଥାଏ। ବିନା ସୁରକ୍ଷାରେ ଗଛ ବଢ଼ି ଠିଆ ହୋଇଯାଏ। ବାସ୍ ଗାତ ଖୋଳି ମଞ୍ଜି ପକାଇ ଦେଲେ କାମ ଶେଷ। ବର୍ଷାଦିନେ ଏ ସବୁ କାମ କରିବାକୁ ପଡ଼ିଥାଏ। ଚଳିତ ବର୍ଷ ପ୍ରାୟ ୧୦ ହଜାର ତାଳ ଗଛ ଲଗାଇବା ନିମନ୍ତେ ମଞ୍ଜି ସଂଗ୍ରହ କରାଯାଇଛି। ଛାତ୍ରଛାତ୍ରୀଙ୍କ ସହଯୋଗ ଯୋଗୁଁ ୫ ହଜାର ମଞ୍ଜି ଲାଗି ସାରିଥିବା ବେଳେ ଆଉ ୫ ହଜାର ଲଗାଯାଉଛି।
ଅଞ୍ଚଳବାସୀଙ୍କ କହିବା କଥା, ବିଜୟ ସାର୍ ବୃକ୍ଷ ଲଗାଇବା କାମ ଦୀର୍ଘ ୨୨ ବର୍ଷ ହେବ ଚଳାଇଛନ୍ତି।ସେଥକିଯାଇନାହାନ୍ତି।ଫୁରୁସତମିଳିଲେନିଜରଛାତ୍ରଓ ପୂର୍ବତନଛାତ୍ରମାନଙ୍କୁଧରିବୃକ୍ଷରୋପଣପାଇଁବାହାରିପଡନ୍ତି।ବିଶେଷକରିପ୍ରତିବର୍ଷବର୍ଷାଋତୁରେବିଭିନ୍ନନଦୀବନ୍ଧ, ରାସ୍ତା ପାର୍ଶ୍ୱ ଓ ଗାଁଗଣ୍ଡାଖୋଲାପଡ଼ିଆରେ ଗଛ ଲଗାଇଥାନ୍ତି।
[caption id="attachment_764399" align="aligncenter" width="650"]
ସାରଙ୍କ ସହ ମିଶି ତାଳ ମଞ୍ଜି ଯୋଗାଡ଼ କରିଛନ୍ତି ଛାତ୍ରମାନେ।[/caption]
ବୃକ୍ଷରୋପଣରେ ବିଜୟ ସାର୍ଙ୍କ ପଥକୁ ଅପଣାଇ ନେଇଥିବା ପୂର୍ବତନଛାତ୍ର ବାବୁ ବେହେରା କହିଛନ୍ତି, ସାର୍ଙ୍କ ଠାରୁ ପ୍ରେରଣା ପାଇ ସେ ଗଛ ଲଗାଇ ଚାଲିଛନ୍ତି। ଏବେ ତାଳଗଛ ସଂଖ୍ୟା ହ୍ରାସ ପାଉଥିବାରୁ ବାଇ ଚଢ଼େଇଙ୍କୁ ଦେଖିବାକୁ ମିଳୁନି। ଏହି ଗଛରେ ସେମାନେ ବସା କରିଥାନ୍ତି। ଏହାଛଡ଼ା ତାଳଗଛ ଅଞ୍ଚଳବାସୀଙ୍କୁ ବଜ୍ରପାତ ଜନିତ ଦୁର୍ଘଟଣାରୁ ରକ୍ଷା କରିଥାଏ। ତେଣୁ ବାଇ ଚଢ଼େଇଙ୍କ ବସାର ସୁରକ୍ଷା କରିବା ଓ ବଜ୍ରପାତ ଜନିତ ଦୁର୍ଘଟଣା ରୋକିବା ଲକ୍ଷ୍ୟ ନେଇ ଦୀର୍ଘବର୍ଷ ହେବ ତାଳଗଛ ଲଗାଯାଉଛି। ନିମ୍ବଗଛ ଅଞ୍ଚଳର ପାଣିପବନ ବିଶୁଦ୍ଧ କରିଥାଏ। ଖଜୁରୀ ଗଛର କୋଳି ଖାଇବାରେ ଓ ବରଡ଼ା ଘର ଓଳାଇବା ନିମନ୍ତେ ବ୍ୟବହାର ହୋଇଥାଏ। ତେଣୁ ସାର୍ଙ୍କ ସହ ସମସ୍ତେ ମିଶି ଅସ୍ତରଙ୍ଗର ଜାହାନିଆ ଠାରୁ କଣମଣ ଓ କଣମଣ ଠାରୁ ସହନ ପର୍ଯ୍ୟନ୍ତ ୧୦ କିମି ବ୍ୟାପୀ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଲାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
