ଆଜି ବି ବାଉଁଶ ପୋଲରେ ନଦୀ ପାର ହେଉଛନ୍ତି ବାଉରିଆକଣବାସୀ

କୋଣାର୍କ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନ ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରତି ଗାଁକୁ ସଂଯୋଗ ଲାଗି ରାସ୍ତା ନିର୍ମାଣ ହେଉଛି। ଏଥିପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।  କିନ୍ତୁ ଏସବୁ ସତ୍ତ୍ୱେ ଏସବୁ ଯୋଜନାର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଦୁର୍ଗମ, ଆଦିବାସୀ ଅଞ୍ଚଳ କଥା ଦୂରେ ଥାଉ, ଅପେକ୍ଷାକୃତ ଭାବେ ବିକଶିତ ଉପକୂଳ ଓଡ଼ିଶାରେ ମଧ୍ୟ ଲୋକେ ରାସ୍ତାଟିଏ ବିନା ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। […]

konarka pola

Rakesh Mallick
  • Published: Wednesday, 25 May 2016
  • , Updated: 25 May 2016, 02:11 PM IST

କୋଣାର୍କ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନ ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରତି ଗାଁକୁ ସଂଯୋଗ ଲାଗି ରାସ୍ତା ନିର୍ମାଣ ହେଉଛି। ଏଥିପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।  କିନ୍ତୁ ଏସବୁ ସତ୍ତ୍ୱେ ଏସବୁ ଯୋଜନାର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ। ଦୁର୍ଗମ, ଆଦିବାସୀ ଅଞ୍ଚଳ କଥା ଦୂରେ ଥାଉ, ଅପେକ୍ଷାକୃତ ଭାବେ ବିକଶିତ ଉପକୂଳ ଓଡ଼ିଶାରେ ମଧ୍ୟ ଲୋକେ ରାସ୍ତାଟିଏ ବିନା ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି।  ପୁରୀ ଜିଲ୍ଲାର କାକଟପୁର ବ୍ଲକ ଅନ୍ତର୍ଗତ ଲତାହରଣ ପଞ୍ଚାୟତର ବାଉରିଆକଣ ଗାଁ। ବ୍ଲକ କାର୍ଯ୍ୟାଳୟଠାରୁ ଗାଁର ଦୂରତା ୪ କିଲୋମିଟର  ଗାଁର ଦୂରତା। ଏହି  ଗାଁ  ମଝିଦେଇ ଦେବୀ ନଦୀ ପ୍ରବାହିତ ହୋଇଛି। ଦେବୀ ନଦୀକୁ ପାର ହୋଇ  ଯିବା ପାଇଁ  ପୋଲ  ନ ଥିବାରୁ ସ୍ୱାଧୀନତାର ୬୯ ବର୍ଷ ପରେବି ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ  ବିପଦଜ୍ଜନକ ବାଉଁଶ ପୋଲ ହିଁ ଏକମାତ୍ର  ଭରସା ହୋଇଛି। ମାତ୍ର ପ୍ରଶାସନିକ ଅବହେଳାରୁ  ଦେବୀ ନଦୀ ଉପରେ ପୋଲଟି ନିର୍ମାଣ କରାଯାଇପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦେବୀ ନଦୀର ଏକ ନାଳର ଗୋଟିଏ ପାର୍ଶ୍ୱରେ ୧୨୦ଟି ପରିବାର ବସବାସ କରୁଥିବା ବେଳେ ଅନ୍ୟ ପାର୍ଶ୍ୱରେ ୧୦ଟି ପରିବାର ବସବାସ କରୁଛନ୍ତି। ୧୦ଟି ପରିବାର ରହୁଥିବା ସ୍ଥାନକୁ ବାହ୍ୟ  ଯୋଗାଯୋଗ ବ୍ୟବସ୍ଥା ନ ଥିବାରୁ ବର୍ଷା ଦିନେ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାଦିନେ ଯାତାୟତ ଠପ୍ ହୋଇଯାଉଛି । ପୋଲ ନିର୍ମାଣ କରିବାକୁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କିଛି ଲାଭ ହେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ୩୦ ବର୍ଷ ହେବ ଗ୍ରାମବାସୀ ଏହି ବାଉଁଶ ପୋଲ ଦେଇ ଯାତାୟାତ କରୁଥିବା କହିଛନ୍ତି।

ଗ୍ରାମବାସୀ ଲିଲି ସ୍ୱାଇଁ ଓ ସୁଦର୍ଶନ ପାଳ କହିଛନ୍ତି, “ବାଉରିଆକଣ ଗାଁରେ ଆମେ ୧୦ଟି ପରିବାର ବସବାସ କରୁଛୁ। ଯିବା ଆସିବା ପାଇଁ ବହୁତ ହଇରାଣ ହେଉଛୁ। ଜୋର ବର୍ଷା ଏହି ବର୍ଷାରେ ପୋଲ ଭାଙ୍ଗିଗଲେ ଆମେ ଡଙ୍ଗାରେ ଯିବା ଆସିବା କରୁଛୁ। ପିଲାମାନେ ସ୍କୁଲ ଯିବା ଆସିବା କରିବା ପାଇଁ ହଇରାଣ ହେଉଛନ୍ତି।  ନଦୀ ଆରପଟେ  ଚାଷ ଜମି ଥିବାରୁ ଯିବା ପାଇଁ ଅସୁବିଧା ହେଉଛି।  ଚାଷ ଜମିକୁ ଯିବାକୁ  ବାଉଁଶ ଚାରି ହିଁ ଏକମାତ୍ର ବିକଳ୍ପ। ଗାଁର ସରପଞ୍ଚ, ଜିଲ୍ଲା ପରିଷଦ,ଚେୟାରମ୍ୟାନ ଓ ବିଧାୟକଙ୍କୁ  ବାରମ୍ବାର ଏହି ବିଷୟରେ ଜଣାଇଛୁ।  କିନ୍ତୁ କୌଣସି ସୁଫଳ ମିଳିନାହିଁ।  ନିରାଶ ହୋଇ ପଳାଇ ଆସିଛୁ। ବାଉଁଶ ଚାରା ଭାଙ୍ଗି ଯିବାରୁ ଆମେ ବାଧ୍ୟ ହୋଇ କଦଳୀ ଗଛ ଭେଳା କରି ଯିବା ଆସିବା କରୁଛୁ। ସରକାର ଆମ ଗୁହାରି ଶୁଣନ୍ତୁ। ଆମ ଗାଁରେ ପୋଲ ତିଆରି କରିଦିଅନ୍ତୁ।”

ବାଉରିଆକଣ ଗାଁରେ ପୋଲଟିଏ ହେବା ଗ୍ରାବାବାସୀଙ୍କ ପାଇଁ ସାତସପନ ପାଲଟିଛି। ଅନ୍ୟଦିନେ କୌଣସି ମତେ କାମ ଚଳିଯାଉଥିଲେ ବି ବର୍ଷାଦିନେ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଉଛି । ଗ୍ରାମବାସୀ ସବୁ କାମ ପାଇଁ ଏହି ବାଉଁଶପୋଲ ଉପରେ ନିର୍ଭର କରିଥାନ୍ତି। କେହି ରୋଗରେ ପଡ଼ିଲେ ଡାକ୍ତରଖାନା ନେବାକୁ ସମ୍ପର୍କୀୟଙ୍କୁ ବହୁ ହଇରାଣ ହେବାକୁ ପଡୁଛି । ଏପରି କି ଖଟରେ ରୋଗୀଙ୍କୁ ବୋହି ନେବାକୁ ପଡୁଛି। ପିଲା ସ୍କୁଲ ପାଠପଢ଼ିବାକୁ ସ୍କଲ ଯିବା ପାଇଁ  ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବର୍ଷା ହେଲେ ବାଉଁଶ ପୋଲ ଭାଙ୍ଗିଗଲେ ପିଲାମାନେ ସ୍କୁଲ ଯିବା ପୁରା ବନ୍ଦ ହୋଇଯାଇଥାଏ। ରାତିରେ ବାଉଁଶ ଚାରା ଦେଇ ଆସିବା ବେଳେ  ଗ୍ରାମବାସୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ବାରାମ୍ବାର ଏହି ବିଷୟରେ ସମସ୍ତଙ୍କୁ  ଜଣାଇଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ  ଗ୍ରାମବାସୀ ନିରାଶ ହୋଇ  ପଞ୍ଚାୟତ ନିର୍ବାଚନ ବର୍ଜନ  କରିବାକୁ  ଧମକ ଦେଇଛନ୍ତି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମର ଏହି ସମସ୍ୟା ସମାଧାନ ପାଇଁ  ସ୍ଥାନୀୟ  ବିଧାୟକ ସୁରେନ୍ଦ୍ର ସେଠୀ  ପ୍ରତିଶ୍ରୁତି ଦେଇଛନ୍ତି।

କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ କହିଛନ୍ତି, “ବାଉରିଆକଣ ଗାଁରେ ଗୋଟିଏ ପୋଲ ପାଇଁ  ମୁଁ  ବିଭାଗୀୟ ଅଧିକାରୀଙ୍କ ସହିତ  ଆଲୋଚନା  କରିଛି।  ଜଳ ସମ୍ପଦ ବିଭାଗ ପକ୍ଷରୁ କେତେକ କାର୍ଯ୍ୟ ହାତକୁ ନିଆଯାଇଛି। ଶୀଘ୍ର  ଏହି ଗାଁରେ ପୋଲ ନିର୍ମାଣ କରାଯିବ। ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ଗ୍ରାମବାସୀମାନେ କହୁଛନ୍ତି  ତାହା କରିବାକୁ ଦିଆଯିବ ନାହିଁ।”

କାକଟପୁର ବିଡିଓ ସନ୍ତୋଷ କୁମାର ସାହୁ କହିଛନ୍ତି, “ମୁଁ ଜୁନିୟର ଇଞ୍ଜିନିୟର ଓ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କୁ ନେଇ ଫିଲ୍ଡ ତଦନ୍ତ କରିବି। ଆମ ଦ୍ୱାରା ଯାହା ହୋଇପାରିବ ଆମେ ତାହା କରିବୁ।”

Related story