Advertisment

ବିଜେଡିରେ ନିର୍ବାଚନ କମିଟି ଅଛି କି?

ବିଜେଡି ସମ୍ବିଧାନରେ ପ୍ରଥମେ ପ୍ରାର୍ଥୀ ବାଛିବା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାମ ସଂସଦୀୟ ବ୍ୟାପାର କମିଟି (ପିଏସି) ହାତରେ ରହିଥିଲା। ପିଏସିର ଅଧ୍ୟକ୍ଷ ଥିଲେ ବିଜୟ ମହାପାତ୍ର।

ଅଦ୍ୟତନ ହୋଇଛି
undefined

CM Naveen Patnaik

Advertisment

ବିଜେପି ଓ କଂଗ୍ରେସ ଭଳି ବିଜୁ ଜନତା ଦଳ (ବିଜେଡି)ର ଏକ ନିର୍ବାଚନ କମିଟି ଅଛି କି? ଏ ନେଇ କାହା ପାଖରେ ଉତ୍ତର ନାହିଁ। ବିଜେପି ବା କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିରେ ଦଳର ଜାତୀୟ ସଭାପତିଙ୍କୁ ମିଶାଇ ୧୫ ଜଣ ଲେଖାଏଁ ନେତା ସଦସ୍ୟ ଅଛନ୍ତି। ସେମାନେ ସବୁ ପ୍ରାର୍ଥୀ ତାଲିକା ଉପରେ ଚୂଡ଼ାନ୍ତ ମୋହର ମାରୁଛନ୍ତି। ମାତ୍ର ବିଜେଡି ତରଫରୁ ଟିକେଟ ପାଇଁ କେଉଁ କମିଟି ପ୍ରାର୍ଥୀ ବାଛୁଛି, ତାହା ଜଣାପଡ଼ୁନାହିଁ।

Advertisment

ଏମିତି ଏକ ପ୍ରଶ୍ନର ଉତ୍ତର ପାଇବା ପାଇଁ ୧୯୯୭ରେ ଅର୍ଥାତ୍ ୨୬ ବର୍ଷ ତଳେ ଗଠିତ ହୋଇଥିବା ଦଳ ବିଜେଡିର ମୂଳ ଗଠନ ଢାଞ୍ଚା ଦେଖିବାକୁ ପଡ଼ିବ। ବିଜେଡି ସମ୍ବିଧାନରେ ପ୍ରଥମେ ପ୍ରାର୍ଥୀ ବାଛିବା ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାମ ସଂସଦୀୟ ବ୍ୟାପାର କମିଟି (ପିଏସି) ହାତରେ ରହିଥିଲା। ପିଏସିର ଅଧ୍ୟକ୍ଷ ଥିଲେ ବିଜୟ ମହାପାତ୍ର। ମାତ୍ର ସେତେବେଳେ ବିଜୟ ମହାପାତ୍ର ଓ ଅନ୍ୟ କେତେକ ସଦସ୍ୟ ନବୀନଙ୍କ ଅନେକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପରେ ୧୯୯୯ ମେ’ ମାସରେ ନବୀନ ବାବୁ ଏହି କମିଟିକୁ ଭାଙ୍ଗି ଦେଇଥିଲେ। ଦଳର ସଭାପତି ଭାବେ ଆଉ କାହାକୁ ନେଇ କମିଟି ବି ଗଢ଼ିନଥିଲେ।

ଏବେ ବିଜେଡିରେ କୌଣସି ନିର୍ବାଚନ କମିଟି ନଥିବାବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ସମସ୍ତ ନିଷ୍ପତ୍ତି ନେଉଛନ୍ତି। ବିଜେଡିର ଅନେକ ତୁଙ୍ଗ ନେତାଙ୍କ କହିବା ଅନୁଯାୟୀ, ନବୀନ ପଟ୍ଟନାୟକ ମୁଖ୍ୟତଃ ଏ ସବୁ ନିଷ୍ପତ୍ତି ନେବା ବେଳେ ବର୍ତ୍ତମାନର ଅନ୍ୟତମ ତୁଙ୍ଗ ବିଜେଡି ନେତା ଭି କେ ପାଣ୍ଡିଆନଙ୍କ ପରାମର୍ଶକୁ ଗ୍ରହଣ କରୁଛନ୍ତି। ଅନେକ ଦଳୀୟ ନେତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କିଛି ବର୍ଷ ହେଲା ଦେଖା କରିପାରୁନଥିବା ଅଭିଯୋଗ କରି ଚାଲିଛନ୍ତି। ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଅଛି କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି।

Advertisment

ଅନ୍ୟପଟରେ ପ୍ରମୁଖ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ୪୪ ବର୍ଷର ଦଳ ହୋଇଥିବାବେଳେ ଏହାର ସଭାପତି ଜେ ପି ନଡ୍ଡାଙ୍କ ନେୃତୃତ୍ବରେ କେନ୍ଦ୍ରୀୟ ନିର୍ବାଚନ କମିଟି ନିର୍ବାଚନ ପାଇଁ ନିୟମିତ ପ୍ରାର୍ଥୀ ତାଲିକା ଘୋଷଣା କରୁଛି। କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା, ରାଜନାଥ ସିଂହ ଭଳି ନେତା ସାମିଲ ଅଛନ୍ତି।

ସେହିପରି ଭାରତୀୟ ଜାତୀୟ କଂଗ୍ରେସ (ଆଇଏନସି)ର କେନ୍ଦ୍ରୀୟ ନିର୍ବାଚନ କମିଟିରେ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅମ୍ବିକା ସୋନି, ଅଧୀର ରଂଜନ ଚୌଧୁରୀଙ୍କ ଭଳି ନେତା ସାମିଲ ଅଛନ୍ତି।

ଲକ୍ଷ୍ମୀନାରାୟଣ କାନୁନ୍‌ଗୋଙ୍କ ରିପୋର୍ଟ

BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe