ଅଜିତ ଦାସ ପାଇଲେ ବାଣୀଚିତ୍ର ସମ୍ମାନ

ଭୁବନେଶ୍ୱର: ଓଡିଆ ଚଳଚିତ୍ର ଓ ନାଟକ କ୍ଷେତ୍ରରେ ଜୀବନ ବ୍ୟାପି ଅବଦାନ ପାଇଁ ବରିଷ୍ଠ ଚଳଚିତ୍ର ଅଭିନେତା ତଥା ନାଟ୍ୟ ନିର୍ଦେଶକ ଅଜିତ ଦାସ ପାଇଲେ ବାଣୀଚିତ୍ର ସମ୍ମାନ-୨୦୧୫। ଏହା ସହିତ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କ।ଙ୍କୁ ମିଳିଲା ଧୀରେନ୍ଦ୍ରନାଥ ବିଶ୍ୱାଳ ସମ୍ମାନ। ରବିବାର ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ଚଳଚିତ୍ର ପତ୍ରିକା ’ବାଣୀଚିତ୍ର’ର ୪୭ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଓ ସମ୍ମାନିତ ଅତିଥି ଭାବେ ଓଏଫଡିସିର ଅଧ୍ୟକ୍ଷ ମୁନା ଖାଁ ଯୋଗଦେଇ ଏହି […]

ajit

Rakesh Mallick
  • Published: Monday, 29 June 2015
  • , Updated: 27 April 2017, 05:28 PM IST

ଭୁବନେଶ୍ୱର: ଓଡିଆ ଚଳଚିତ୍ର ଓ ନାଟକ କ୍ଷେତ୍ରରେ ଜୀବନ ବ୍ୟାପି ଅବଦାନ ପାଇଁ ବରିଷ୍ଠ ଚଳଚିତ୍ର ଅଭିନେତା ତଥା ନାଟ୍ୟ ନିର୍ଦେଶକ ଅଜିତ ଦାସ ପାଇଲେ ବାଣୀଚିତ୍ର ସମ୍ମାନ-୨୦୧୫। ଏହା ସହିତ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କ।ଙ୍କୁ ମିଳିଲା ଧୀରେନ୍ଦ୍ରନାଥ ବିଶ୍ୱାଳ ସମ୍ମାନ। ରବିବାର ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ଚଳଚିତ୍ର ପତ୍ରିକା ’ବାଣୀଚିତ୍ର’ର ୪୭ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଓ ସମ୍ମାନିତ ଅତିଥି ଭାବେ ଓଏଫଡିସିର ଅଧ୍ୟକ୍ଷ ମୁନା ଖାଁ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହା ସହିତ ମଂଚ, ଯାତ୍ରା,ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ୯ଜଣ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମଗୁଡ଼ିକୁ ନେଇ ଚଳଚିତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ଆମେ ତ ଟୋକା ଷଣ୍ଡ ମାର୍କା’କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଶ୍ରେଷ୍ଠ ଅଭିନେତା ଭାବେ ପପୁ ପମପମ, ଶ୍ରେଷ୍ଠ ଅଭିନେତ୍ରୀ ଭାବେ କୋଏଲ ମିଶ୍ର, ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଭାବେ ଯଥାକ୍ରମେ ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ସହିତ ୩୬ଟି ବିଭିନ୍ନ ବିଭାଗରେ ଚଳଚିତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Related story