ଆନନ୍ଦୱାଡ଼ି- ଯେଉଁଠି ମହିଳାମାନେ ପରିଚୟ

ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଆନନ୍ଦୱାଡ଼ି ଗାଁ। ଏବେ ଏ ଗାଁକୁ ନେଇ ସାରା ଦେଶରେ ବଡ଼ ଚର୍ଚ୍ଚା। ଏ ଗାଁରେ ମୋଟ ୧୬୫ ଘର ଅଛି। ଆଉ ପ୍ରତି ଘର ସମ୍ମୁଖରେ ପରିବାରର ମହିଳା ସଦସ୍ୟଙ୍କ ନାଁ ଓ ଫୋନ୍ ନମ୍ବର ଲେଖା ହୋଇଛି। କେବଳ ସେତିକି ନୁହେଁ ଘରଗୁଡ଼ିକ ପରିବାରର ମହିଳା ସଦସ୍ୟଙ୍କ ନାଁରେ ରହିଛି। ଅର୍ଥାତ୍ ସେମାନେ ହେଉଛନ୍ତି ଘରର ମାଲିକ। ଗାଁର କିଛି ପରିବାର ଆଉ ପାଦେ ଆଗକୁ ଯାଇ ସେମାନଙ୍କ ଜମି […]

women

Rakesh Mallick
  • Published: Friday, 17 March 2017
  • , Updated: 17 March 2017, 11:33 AM IST

ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଆନନ୍ଦୱାଡ଼ି ଗାଁ। ଏବେ ଏ ଗାଁକୁ ନେଇ ସାରା ଦେଶରେ ବଡ଼ ଚର୍ଚ୍ଚା। ଏ ଗାଁରେ ମୋଟ ୧୬୫ ଘର ଅଛି। ଆଉ ପ୍ରତି ଘର ସମ୍ମୁଖରେ ପରିବାରର ମହିଳା ସଦସ୍ୟଙ୍କ ନାଁ ଓ ଫୋନ୍ ନମ୍ବର ଲେଖା ହୋଇଛି। କେବଳ ସେତିକି ନୁହେଁ ଘରଗୁଡ଼ିକ ପରିବାରର ମହିଳା ସଦସ୍ୟଙ୍କ ନାଁରେ ରହିଛି। ଅର୍ଥାତ୍ ସେମାନେ ହେଉଛନ୍ତି ଘରର ମାଲିକ। ଗାଁର କିଛି ପରିବାର ଆଉ ପାଦେ ଆଗକୁ ଯାଇ ସେମାନଙ୍କ ଜମି ଗୁଡ଼ିକୁ ମହିଳା ସଦସ୍ୟଙ୍କ ନାଁରେ ପଞ୍ଜିକରଣ କରିଛନ୍ତି।

ଆମୀର ଖାନ୍‌ଙ୍କ ‘ଦଙ୍ଗଲ’ ଉତ୍ତର ଭାରତର ଅନେକ ଗାଁର ଲୋକଙ୍କୁ ସେମାନଙ୍କ ଘର ସମ୍ମୁଖରେ ଝିଅର ନାଁ ଲେଖିବାକୁ ପ୍ରେରିତ କରିଛି। କିନ୍ତୁ ଏହାର ବହୁ ପୂର୍ବରୁ ମହାରାଷ୍ଟ୍ରର ଆନନ୍ଦୱାଡି ଗାଁରେ ଲୋକେ ସେମାନଙ୍କ ଘର ଓ ଜମିବାଡ଼ି ପରିବାରର ମହିଳା ସଦସ୍ୟଙ୍କ ନାଁରେ ପଞ୍ଜିକୃତ କରି ସାରି ଥିଲେ। କୌଣସି ଫିଲ୍ମ ଦେଖି ସେମାନେ ଏଭଳି କରିବାକୁ ପ୍ରେରଣା ପାଇ ନ ଥିଲେ। ଗ୍ରାମସଭାରେ ଗାଁ ଲୋକେ ଏନେଇ ଏକ ପରାମର୍ଶ ଦେଇଥିଲେ। ବହୁମତରେ ଏ ପରାମର୍ଶ ପାରିତ ହେବା ପରେ ଏହା ହୋଇଗଲା ଆନନ୍ଦୱାଡି ଗାଁର ନିୟମ।

ଆନନ୍ଦୱାଡି ଗାଁର ଗ୍ରାମସଭାର ସଦସ୍ୟ ନ୍ୟାନୋବା ଚାମେ କହିଛନ୍ତି,“ପ୍ରତି ଦିପାବଳୀରେ ଆମେ ଦେବୀ ଲକ୍ଷ୍ମୀଙ୍କୁ ଘରକୁ ଆଣୁ। ତେଣୁ ଆମେ ଆମ ଘରର ଲକ୍ଷ୍ମୀମାନଙ୍କୁ (ସ୍ତ୍ରୀ/ଝିଅ) ସମ୍ମାନିତ କରିବାକୁ ଚାହିଁଲୁ। ମହିଳାମାନେ ଘର ଚଳାନ୍ତି। ତେଣୁ ସେମାନେ କେବେ ଭାବିବା ଉଚିତ୍ ନୁହେଁ ଯେ ସେମାନେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ। ସେମାନେ କାହିଁକି ଘରର ମାଲିକ ହୋଇପାରିବେ ନାହିଁ? ତେଣୁ ଆମେ ଘର ଓ ଜମି ସେମାନଙ୍କ ନାଁରେ କରିଛୁ। ଏହା ଲୋକଙ୍କ ମୁଣ୍ଡରୁ ପୁରୁଣାକାଳିଆ ଚିନ୍ତାଧାରାକୁ ପରିବର୍ତ୍ତନ କରିବାରେ ସହାୟକ ହେବ।”

 

Related story