ଅନୁଗୋଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ନାହିଁ ସ୍ଥାୟୀ ଡମ୍ପିଂୟାର୍ଡ

ଅନୁଗୋଳ: ଶିଳ୍ପ ନଗରୀ ଅନୁଗୋଳ। ଧୀରେ ଧୀରେ ବଢ଼ି ଚାଲିଛି ଏହାର କାୟା। ବଢ଼ି ଚାଲିଛି ଲୋକ ସଂଖ୍ୟା, ବଢୁଛି ଦୋକାନ ବଜାର। ଆଉ ଏହା ସହିତ ତାଳ ଦେଇ ବିପର୍ଯ୍ୟସ୍ତ ହେଉଛି ସହରର ପରିମଳ ଅବସ୍ଥା। ସ୍ଥାୟୀ ଡମ୍ପିଂୟାର୍ଡଟିଏ ନ ଥିବାରୁ ସହରସାରା ଏଣେତେଣେ ଗଦା ହୋଇ ପଡ଼ି ରହୁଛି କୁଢ଼କୁଢ଼ ଅଳିଆ ଆବର୍ଜନା। ସ୍ଥାୟୀ ଡମ୍ପିଂୟାର୍ଡ ନିର୍ମାଣ ନେଇ ପୌରପାଳିକା ଓ ଜିଲ୍ଳା ପ୍ରଶାସନ ତତ୍ପରତା ଦେଖାଉ ନଥିବାରୁ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ […]

angul

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 06:15 AM IST

ଅନୁଗୋଳ: ଶିଳ୍ପ ନଗରୀ ଅନୁଗୋଳ। ଧୀରେ ଧୀରେ ବଢ଼ି ଚାଲିଛି ଏହାର କାୟା। ବଢ଼ି ଚାଲିଛି ଲୋକ ସଂଖ୍ୟା, ବଢୁଛି ଦୋକାନ ବଜାର। ଆଉ ଏହା ସହିତ ତାଳ ଦେଇ ବିପର୍ଯ୍ୟସ୍ତ ହେଉଛି ସହରର ପରିମଳ ଅବସ୍ଥା। ସ୍ଥାୟୀ ଡମ୍ପିଂୟାର୍ଡଟିଏ ନ ଥିବାରୁ ସହରସାରା ଏଣେତେଣେ ଗଦା ହୋଇ ପଡ଼ି ରହୁଛି କୁଢ଼କୁଢ଼ ଅଳିଆ ଆବର୍ଜନା। ସ୍ଥାୟୀ ଡମ୍ପିଂୟାର୍ଡ ନିର୍ମାଣ ନେଇ ପୌରପାଳିକା ଓ ଜିଲ୍ଳା ପ୍ରଶାସନ ତତ୍ପରତା ଦେଖାଉ ନଥିବାରୁ ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି।

୧୯୫୫ ମସିହାରେ ଅନୁଗୋଳ ସହରକୁ ମିଳିଥିଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା। ୨୦୦୮ରେ ଏହାକୁ ଦିଆଯାଇଥିଲା ମ୍ୟୁନିସିପାଲଟିର ମାନ୍ୟତା। ପ୍ରାୟ ୨୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳକୁ ନେଇ ଏହି ମ୍ୟୁନିସିପାଲଟି ସହର ଗଠିତ। ଏବେ ଏଠାରେ ୨୩ଟି ୱାର୍ଡରେ ବସବାସ କରୁଛନ୍ତି ୪୫ ହଜାରରୁ ଅଧିକ ଲୋକ। ସହରର ପରିମଳ ବ୍ୟବସ୍ଥାକୁ ଭଲ ରଖିବା ପାଇଁ ପ୍ରତିବର୍ଷ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ପରିଷ୍କାର ରହୁନି ସହରର ପରିମଳ ଅବସ୍ଥା। କାରଣ ସହରର ଅଳିଆ,ଆବର୍ଜନାକୁ ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡଟିଏ ନାହିଁ। ମ୍ୟୁନିସିପାଲଟି ମାନ୍ୟତା ପାଇବାର ୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଇ ନାହାନ୍ତି। ସହର ଭିତରେ ଥିବା ଏକ ସ୍ଥାନକୁ ଅସ୍ଥାୟୀ ଡମ୍ପିଂୟାର୍ଡ ରୂପେ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ଏହି ଜାଗାରେ ବସ୍ ଟର୍ମିନାଲ ନିର୍ମାଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ସହରରୁ ପ୍ରତିଦିନ ବାହାରୁଥିବା ଅଳିଆ,ଆବର୍ଜନା କୋଉଠି ପକାଯିବ ତାହାକୁ ନେଇ ସୃଷ୍ଟି ହୋଇଛି ସମସ୍ୟା।

ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ସହର ମଧ୍ୟରେ ନିର୍ମାଣ ହୋଇପାରୁ ନାହିଁ ସ୍ଥାୟୀ ଡମ୍ପିଂୟାର୍ଡ। ଫଳରେ ସହରରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।  ଜିଲ୍ଲା ପ୍ରଶାସନ କୁଶାସିଂହ ଠାରେ ଡମ୍ପିଂୟାର୍ଡ ତିଆରି ପାଇଁ ୫ ଏକର ଜମି ଯୋଗାଇ ଦେଇଥିଲେ। ହେଲେ ଏହି ଗ୍ରାମର ଅଧିକାଂଶ ଲୋକ ଗୋପାଳ ସମ୍ପ୍ରଦାୟର ହୋଇଥିବାରୁ ଗୋଚର ଜମିରେ ଡମ୍ପିଂୟାର୍ଡ ନିର୍ମାଣକୁ ବିରୋଧ କରୁଛନ୍ତି।ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେ କହିଛନ୍ତି, ପ୍ରାଶାସନ ଡମ୍ପିଂୟାର୍ଡ ନିର୍ମାଣ ପାଇଁ କୁଶାସିଂହାରେ ଜମି ଦେଇଛନ୍ତି। ମାତ୍ର ଗ୍ରାମବସୀଙ୍କ ବିରୋଧ ଯୋଗୁଁ କାମ ହୋଇପାରୁନାହିଁ। ଖୁବଶୀଘ୍ର ଗ୍ରାମବସୀଙ୍କ ସହ ଆଲୋଚନା କରି ଡମ୍ପିଂୟାର୍ଡ ତିଆରି ପାଇଁ ପଦକ୍ଷେପ ନିଆଯିବ।

Related story