ଅନୁଗୋଳ: ଦୁଇବର୍ଷ ବିତିଲା, ପାଚେରୀ ନିର୍ମାଣରେ ସୀମିତ ରହିଛି ବସ ଟର୍ମିନାଲ କାମ

ଅନୁଗୋଳ : ଦୁଇ ବର୍ଷ ବିତିଗଲା। ହେଲେ ଆରମ୍ଭ ହୋଇପାରିଲା ନାହିଁ ଅନୁଗୋଳରେ ବସ ଟର୍ମିନାଲ କାର୍ଯ୍ୟ। ଏହି ଟର୍ମିନାଲ ନିର୍ମାଣ ଲାଗି ଜମି ଅଧିଗ୍ରହଣ ପରେ ପାଚେରୀ ନିର୍ମାଣ କରାଯାଇଛି। ବାସ, ସେଇଟି ଅଟକିଛି ଏହି ଅତ୍ୟାଧୁନିକ ବସ ଟର୍ମିନାଲର କାର୍ଯ୍ୟ। ନିର୍ମାଣ କାର୍ଯ୍ୟ ପାଇଁ ଶେଷ ଧାର୍ଯ୍ୟ ସମୟ ଅତିବାହିତ ହୋଇଯାଇଥିବାବେଳେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

bus

Rakesh Mallick
  • Published: Thursday, 04 June 2015
  • , Updated: 06 June 2015, 10:11 AM IST

ଅନୁଗୋଳ : ଦୁଇ ବର୍ଷ ବିତିଗଲା। ହେଲେ ଆରମ୍ଭ ହୋଇପାରିଲା ନାହିଁ ଅନୁଗୋଳରେ ବସ ଟର୍ମିନାଲ କାର୍ଯ୍ୟ। ଏହି ଟର୍ମିନାଲ ନିର୍ମାଣ ଲାଗି ଜମି ଅଧିଗ୍ରହଣ ପରେ ପାଚେରୀ ନିର୍ମାଣ କରାଯାଇଛି। ବାସ, ସେଇଟି ଅଟକିଛି ଏହି ଅତ୍ୟାଧୁନିକ ବସ ଟର୍ମିନାଲର କାର୍ଯ୍ୟ। ନିର୍ମାଣ କାର୍ଯ୍ୟ ପାଇଁ ଶେଷ ଧାର୍ଯ୍ୟ ସମୟ ଅତିବାହିତ ହୋଇଯାଇଥିବାବେଳେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଦ୍ରୁତ ଅଭିବୃଦ୍ଧି ସହ ଗାଡି ଚଳାଚଳ ବୃଦ୍ଧି ଯୋଗୁ ଅନୁଗୋଳରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାର ଲାଗିଛି। ସହର ମଧ୍ୟରେ ଥିବା ପୁରୁଣା ବସଷ୍ଟାଣ୍ଡ ଯାତ୍ରୀଙ୍କ ଚାହିଦା ମେଣ୍ଟାଇ ପାରୁନଥିଲା। ଏପରି ସମସ୍ୟା ଓ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ୨୦୧୧ରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ଟର୍ମିନାଲ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୩ରୁ ଏହାର କାମ ଆରମ୍ଭ ହୋଇ ୨୦୧୫ରେ ଶେଷ ହେବା କଥା। ଏହା ମଧ୍ୟରେ ଚଳିତବର୍ଷର ୫ମାସ ବିତିଗଲାଣି। ହେଲେ କାମ ଆରମ୍ଭ ହେଉ ନ ଥିବାରୁ ପୂର୍ବପରି ସମସ୍ୟା ଲାଗି ରହିଛି। ନିର୍ମାଣକାରୀ ସଂସ୍ଥାର ଅବହେଳା ଓ ପ୍ରଶାସନର ଅପାରଗତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ନିଷ୍ପତ୍ତି କ୍ରମେ ତାଳଚେର-ଅନୁଗୋଳ-ମେରାମୁଣ୍ଡଳୀ ଉନ୍ନୟନ ସଂସ୍ଥା (ତାମଡା) ତତ୍ୱାବଧାନରେ ଏକ ଘରୋଇ ସଂସ୍ଥାକୁ ଏହି ଟର୍ମିନାଲ ନିର୍ମାଣ ପାଇଁ ଦାୟିତ୍ୱ ଦିଆଯାଇଥିଲା। ପିପିପି ମୋଡରେ ନିର୍ମିତ ହେବାକୁ ଥିବା ଏହି ବସଷ୍ଟାଣ୍ଡଟି ଓଡିଶାର ଏକ ବଡ ପ୍ରକଳ୍ପ । ୯ ଏକର ୭୨ ଡିସିମିଲି ଜମି ଉପରେ ନିର୍ମାଣ କରାଯିବାକୁ ଥିବାବେଳେ ୫ ଏକର ୮୩ ଡିସିମିଲି ଯାଗା ଉପରେ ବସଷ୍ଟାଣ୍ଡ ଓ ୩ ଏକର ୮୯ ଡିସିମିଲି ଯାଗାରେ କର୍ମରସିଆଲ କମ୍ପ୍ଲେକ୍ସ ହେବାର ବ୍ୟବସ୍ଥା କରାଯାଇଥିଲା।

ଚୁକ୍ତିଅନୁଯାୟୀ ଘରୋଇ ସଂସ୍ଥା ପିପିପି ମୋଡରେ କାର୍ଯ୍ୟ ହେବାକୁ ଟର୍ମିନାଲ ନିର୍ମାଣ ପାଇଁ ଜମି ବାବଦକୁ ୭କୋଟି ୫୦ଲକ୍ଷ ଟଙ୍କା ଜମା କରିଥିଲେ। ସେହି ଅର୍ଥର ୭୪୩.୫୨ ଲକ୍ଷ ଟଙ୍କା ପ୍ରିମିୟମ ଭଡା ପ୍ରଶାସନ ନିକଟରେ ଜମା କରାଯାଇଥିବା ତାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ କହିଛନ୍ତି। ଘରୋଇ ସଂସ୍ଥାର ଅବହେଳାରୁ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ପାରି ନ ଥିବା ସେ ତାଙ୍କ ପ୍ରତିକ୍ରିୟାର ପ୍ରକାଶ କରିଛନ୍ତି। ଏହାସହ ବସଷ୍ଟାଣ୍ଡରୁ ୧୫ ବର୍ଷ ପର୍ଯ୍ୟନ୍ତ ବସଷ୍ଟାଣ୍ଡରୁ ରାଜସ୍ୱ ଆଦାୟ କରିବାକୁ ଅନୁମତି ମିଳିଛି। ମାତ୍ର ତ୍ରୁଟିପୂର୍ଣ୍ଣ ଚୁକ୍ତି ଯୋଗୁ ତାମଡା ବାର୍ଷିକ ୩୦ ଲକ୍ଷ ଟଙ୍କା କ୍ଷତି ସହିବ। ଏ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ଅଧ୍ୟକ୍ଷ ପଟ୍ଟନାୟକ ସୂଚନା ଦେଇଛନ୍ତି।

Related story