ବଜାରରେ ମିଳୁଛି ନକଲି ଅଣ୍ଡା!

ପ୍ରାୟ ଏକ ବର୍ଷ ତଳେ ଭାରତୀୟ ବଜାରରେ ନକଲି ବା କୃତ୍ରିମ ଅଣ୍ଡା ମିଳୁଛି ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଥିଲା। କିଛି ନ୍ୟୁଜ୍ ଚ୍ୟାନେଲ୍ ବି ଏହାକୁ ନେଇ ଖବର ପରିବେଷଣ କରିଥିଲେ। ଆଉ ଏବେ ମଧ୍ୟପ୍ରଦେଶର ବୈତୁଲରେ ନକଲି ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି।  ରମେଶ ସିହ୍ନା ନାମକ ଜଣେ ବ୍ୟକ୍ତି ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଜଣେ ଦୋକାନୀଙ୍କୁ ପଚରାଉଚରା କରିଛି। ଏହା ସହିତ ଯାଞ୍ଚ ପାଇଁ […]

fakeegg

Rakesh Mallick
  • Published: Monday, 13 March 2017
  • , Updated: 13 March 2017, 11:49 AM IST

ପ୍ରାୟ ଏକ ବର୍ଷ ତଳେ ଭାରତୀୟ ବଜାରରେ ନକଲି ବା କୃତ୍ରିମ ଅଣ୍ଡା ମିଳୁଛି ବୋଲି ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଇଥିଲା। କିଛି ନ୍ୟୁଜ୍ ଚ୍ୟାନେଲ୍ ବି ଏହାକୁ ନେଇ ଖବର ପରିବେଷଣ କରିଥିଲେ। ଆଉ ଏବେ ମଧ୍ୟପ୍ରଦେଶର ବୈତୁଲରେ ନକଲି ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି।  ରମେଶ ସିହ୍ନା ନାମକ ଜଣେ ବ୍ୟକ୍ତି ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଜଣେ ଦୋକାନୀଙ୍କୁ ପଚରାଉଚରା କରିଛି। ଏହା ସହିତ ଯାଞ୍ଚ ପାଇଁ ଅଣ୍ଡାର ନମୂନାକୁ ଖାଦ୍ୟ ବିଭାଗକୁ ପଠାଯାଇଛି। ଲ୍ୟାବ୍ ରିପୋର୍ଟ ଆସିବା ପରେ ଉକ୍ତ ଦୋକାନୀ ବିକୁ ଥିବା ଅଣ୍ଡା ଅସଲି କି ନକଲି ସ୍ପଷ୍ଟ ହୋଇଯିବ।

ଅଭିଯୋଗ ଅନୁଯାୟୀ ରମେଶ ସିହ୍ନା ରାସ୍ତାକଡ଼ରୁ ଏକ ଦୋକାନରୁ ଅଣ୍ଡା କିଣି ଆଣିଥିଲେ। ଘରେ ସେ ଅଣ୍ଡା ସିଝାଇବା ପାଇଁ ପାଣିରେ ପକାଇଲେ। ପାଣି ଫୁଟିବାକୁ ଆରମ୍ଭ କରିବା ମାତ୍ରେ ଅଣ୍ଡାଗୁଡ଼ିକ ପାଣି ଉପରେ ଭାସିବାକୁ ଲାଗିଲା। ସେ ଅଣ୍ଡାଗୁଡ଼ିକୁ ମାଇକ୍ରୋଓଭେନ୍‌ରେ ୫ ମିନିଟ୍ ରଖିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ। ଅଣ୍ଡାର କେଶରରେ ପ୍ଲାଷ୍ଟିର ଏକ ଆସ୍ତରଣ ଲାଗି ଥିବା ଦେଖିବାକୁ ପାଇଲେ। ସେ ପ୍ଲାଷ୍ଟିର ଆସ୍ତରଣକୁ ଟାଣି ଦେଖିବା ପରେ ଜାଣିଲେ କେଶରଟି ରବର ଥିଲା।

 

 

 

Related story