ମଧୁସୂଦନ ପତି ପାଇଲେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର: ସାହିତ୍ୟିକ ମଧୁସୂଦନ ପତିଙ୍କୁ ୨୦୧୫ ବର୍ଷ ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଶୁକ୍ରବାର ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦକୁ ତାଙ୍କୁ ଏକ ଲକ୍ଷ ଟଙ୍କା ସହ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଛି। ଏଥିସହିତ ୨୦୧୧ ଏବଂ ୧୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ […]

atibadijaggannath

Rakesh Mallick
  • Published: Saturday, 21 November 2015
  • , Updated: 27 April 2017, 05:28 PM IST

ଭୁବନେଶ୍ୱର: ସାହିତ୍ୟିକ ମଧୁସୂଦନ ପତିଙ୍କୁ ୨୦୧୫ ବର୍ଷ ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଶୁକ୍ରବାର ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦକୁ ତାଙ୍କୁ ଏକ ଲକ୍ଷ ଟଙ୍କା ସହ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଛି। ଏଥିସହିତ ୨୦୧୧ ଏବଂ ୧୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ସାହିତ୍ୟ ପ୍ରତି ଅବିଦାନ ଥିବା ୧୮ ଜଣଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର କର୍ମକର୍ତ୍ତାଙ୍କ ସମେତ ବହୁ ସାହିତ୍ୟିକ, ଭାଷାବିତ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Related story