Advertisment

ଟୁ-ଇନ୍-ୱାନ୍ ବାଇକ୍ : ଉଭୟ ଇଲେକ୍ଟ୍ରିକ ଓ ପେଟ୍ରୋଲରେ ଚାଲୁଛି

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଟୁ- ଇନ୍-ୱାନ ବାଇକ। ଉଭୟ ଇଲେକ୍ଟ୍ରିକ ଓ ପେଟ୍ରୋଲ ଚାଲୁଛି ଏହି ବାଇକ। କଥାଟା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ହେଁ ସତ୍ୟ। ଆପଣ ଚାହିଁଲେ ନିଜ ମନ ପସନ୍ଦର କିମ୍ବା ବ୍ୟବହାର କରୁଥିବା ବାଇକ୍‌କୁ ମଧ୍ୟ ଅଳ୍ପକିଛି ଟଙ୍କା ଖର୍ଚ୍ଚରେ ଏହି ମଡେଲ ଦେଇପାରିବେ। ବ୍ରହ୍ମପୁର ସହରର ଗ୍ୟାରେଜ ମେକାନିକ୍ ସାଇକ୍ରିଷ୍ଣା ଏଭଳି ବାଇକ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ପେଟ୍ରୋଲର ଦର ଏବେ ଆକାଶ ଛୁଆଁ। ତେଣୁ ସବୁଠି ବ୍ୟାଟେରୀ […]

ଅଦ୍ୟତନ ହୋଇଛି
ଟୁ-ଇନ୍-ୱାନ୍ ବାଇକ୍ : ଉଭୟ ଇଲେକ୍ଟ୍ରିକ ଓ ପେଟ୍ରୋଲରେ ଚାଲୁଛି

e-bike

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଟୁ- ଇନ୍-ୱାନ ବାଇକ। ଉଭୟ ଇଲେକ୍ଟ୍ରିକ ଓ ପେଟ୍ରୋଲ ଚାଲୁଛି ଏହି ବାଇକ। କଥାଟା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ହେଁ ସତ୍ୟ। ଆପଣ ଚାହିଁଲେ ନିଜ ମନ ପସନ୍ଦର କିମ୍ବା ବ୍ୟବହାର କରୁଥିବା ବାଇକ୍‌କୁ ମଧ୍ୟ ଅଳ୍ପକିଛି ଟଙ୍କା ଖର୍ଚ୍ଚରେ ଏହି ମଡେଲ ଦେଇପାରିବେ। ବ୍ରହ୍ମପୁର ସହରର ଗ୍ୟାରେଜ ମେକାନିକ୍ ସାଇକ୍ରିଷ୍ଣା ଏଭଳି ବାଇକ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।

Advertisment

ସେ କହିଛନ୍ତି, ପେଟ୍ରୋଲର ଦର ଏବେ ଆକାଶ ଛୁଆଁ। ତେଣୁ ସବୁଠି ବ୍ୟାଟେରୀ ବାଇକ ବା ଇ-ବାଇକର ଚାହିଦା ବଢ଼ି ଚାଲିଛି। ତେବେ ଉଭୟ ପ୍ରକାର ବାଇକ୍‌ରେ ଯାତ୍ରା କରିବା ବେଳେ ପେଟ୍ରୋଲ କିମ୍ବା ଚାର୍ଜ ସରିଯିବାର ଅସୁବିଧା ରହିଛି। ଅସୁବିଧା ହେଲେ ଆଗକୁ ବଢ଼ିବା ମୁସକିଲ। ପେଟ୍ରୋଲ ନିମନ୍ତେ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ପଡ଼ିବ। ଇ-ବାଇକ ଚାର୍ଜ କରିବାକୁ ଚାର୍ଜ ଷ୍ଟେସନ କିମ୍ବା ଘର ପର୍ଯ୍ୟନ୍ତ ଯିବାକୁ ପଡ଼ିବା। ତେଣୁ ଗୋଟିଏ ବାଇକ୍‌ରେ ଦୁଇଟି ସୁବିଧା ଥିଲେ ଜଣେ ଆରାମରେ ନିଜ ସୁବିଧା ମୁତାବକ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇପାରିବ। ଏହାକୁ ଲକ୍ଷ୍ୟରେ ରଖି ସେ ଟୁ-ଇନ-ୱାନ ବାଇକ ତିଆରି କରିବାକୁ ମନ ବଳାଇଥିଲେ।

ଆଧୁନିକ ସ୍କୁଟର ବା ବାଇକ୍‌କୁ ସେ ଏଭଳି ମଡେଲ ଦେଉଛନ୍ତି। କିଣାଯାଉଥିବା ପେଟ୍ରୋଲ ଗାଡ଼ିରେ ପେଟ୍ରୋଲ ଚାମ୍ବର ରହୁଥିବା ବେଳେ ଏହା ସହିତ ବ୍ୟାଟେରୀ ଚାମ୍ବର ଯୋଡ଼ି ଦିଆଯାଉଛି। ଏହା ପରେ ବାଇକ ଚକରେ ଲଗାଇ ଦିଆଯାଉଛି ଏକ ମୋଟର। ବ୍ୟାଟେରୀରେ ବାଇକ ଚାଲିବାର ପୂରା ସିଷ୍ଟମ ଫିଟ୍ କରି ଦିଆଯାଉଛି। ବ୍ୟାଟେରୀ ଦ୍ୱାରା ବାଇକ ଚଲାଇବା ବେଳେ ଶର୍ଟସର୍କିଟ ଦୁର୍ଘଟଣାକୁ ଦୂର କରିବା ନିମନ୍ତେ ଘରେ ବ୍ୟବହାର ହେଉଥିବା ଏମ୍‌ସିବି ସ୍ୱିଜ୍ ମଧ୍ୟ ଲଗାଇ ଦିଆଯାଇଛି।

Advertisment

ବାଇକକୁ ପେଟ୍ରୋଲ ଓ ବ୍ୟାଟେରୀରେ ଷ୍ଟାର୍ଟ କରିବା ପାଇଁ ମଧ୍ୟ ଭିନ୍ନ ବ୍ୟବସ୍ଥା ବ୍ୟବହାର କରାଯାଇଛି। ଏଭଳି ମେକାନିଜିମ୍ ପ୍ରସ୍ତୁତ କରିବା ନିମନ୍ତେ ତାଙ୍କୁ ବହୁତ ଗବେଷଣା କରିବାକୁ ପଡ଼ିଛି। ଗତବର୍ଷ କରୋନା ମହାମାରୀ ଜନିତ ଲକ୍ଡ଼ାଉନ୍ ସମୟରେ ସେ ଏହି ବାଇକ୍ ତିଆରି କରିବା ନିମନ୍ତେ ଗବେଷଣା ଆରମ୍ଭ କରିଥିଲେ। ଦୀର୍ଘ ବର୍ଷକ ପରେ ଟୁ-ଇନ୍-ୱାନ ବାଇକ୍‌ ତିଆରି କରିବାରେ ସଫଳ ହୋଇଛନ୍ତି।

ଇ-ବାଇକ ଚାର୍ଜ ନିମନ୍ତେ ଲିଥିୟମ୍ ଆୟନ୍ ବ୍ୟାଟେରୀ ବ୍ୟବହାର ହୋଇଛି। ଥରେ ଚାର୍ଜ କଲେ ଏହି ବ୍ୟାଟେରୀ ୫୦ରୁ ୬୦ କିମି ପର୍ଯ୍ୟନ୍ତ ମାଇଲେଜ୍ ଦେଉଛି। ଏଥିନିମନ୍ତେ ୫୦ହଜାର ଟଙ୍କା ଖର୍ଚ୍ଚ ହେଉଛି। ପ୍ରଥମେ ନିଜ ବାଇକ୍‌କୁ ଏଭଳି ମଡେଲ ଦେଇଛନ୍ତି। ଲୋକେ ପସନ୍ଦ କଲେ ସେମାନଙ୍କ ପାଇଁ ମଧ୍ୟ ଏଭଳି ବାଇକ ତିଆରି କରିଦେବେ ବୋଲି ସାଇକ୍ରିଷ୍ଣା ଆଶା ପ୍ରକାଶ କରିଛନ୍ତି।

ନିଜ ବାଇକ୍‌କୁ ଏଭଳି ମଡେଲ କରିବା ପାଇଁ ସହରର ବହୁ ଲୋକ ତାଙ୍କ ପାଖରେ ପହଞ୍ଚୁଛନ୍ତି। ଆଗକୁ କମ୍ପାନୀମାନେ ବି ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe