୨୦୧୫ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିଭୂତି ପଟ୍ଟନାୟକ

ଭୁବନେଶ୍ୱର: ୨୦୧୫ ମସିହା ପାଇଁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଲୋକପ୍ରିୟ ଔପନ୍ୟାସିକ ଡକ୍ଟର ବିଭୂତି ପଟ୍ଟନାୟକ। ତାଙ୍କ ଗଳ୍ପ ପୁସ୍ତକ “ମହିଷାସୁରର ମୁହଁ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆଜି ଏ ସଂପର୍କରେ ଦିଲ୍ଲୀସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଡକ୍ଟର ପଟ୍ଟନାୟକ ଓଡ଼ିଆ ସାହିତ୍ୟରେ ଜଣେ ଲୋକପ୍ରିୟ କଥାକାର ଭାବେ ଜଣାଶୁଣା। ଏବେସୁଦ୍ଧା ତାଙ୍କର ଚାରିଶହରୁ ଅଧିକ ପୁସ୍ତକ ପ୍ରକାଶ ପାଇସାରିଛି। ତାଙ୍କର ବହୁ […]

bibhuti-pattnaik-250x250

Rakesh Mallick
  • Published: Thursday, 17 December 2015
  • , Updated: 27 April 2017, 05:28 PM IST

ଭୁବନେଶ୍ୱର: ୨୦୧୫ ମସିହା ପାଇଁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଲୋକପ୍ରିୟ ଔପନ୍ୟାସିକ ଡକ୍ଟର ବିଭୂତି ପଟ୍ଟନାୟକ। ତାଙ୍କ ଗଳ୍ପ ପୁସ୍ତକ "ମହିଷାସୁରର ମୁହଁ' ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆଜି ଏ ସଂପର୍କରେ ଦିଲ୍ଲୀସ୍ଥିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଡକ୍ଟର ପଟ୍ଟନାୟକ ଓଡ଼ିଆ ସାହିତ୍ୟରେ ଜଣେ ଲୋକପ୍ରିୟ କଥାକାର ଭାବେ ଜଣାଶୁଣା। ଏବେସୁଦ୍ଧା ତାଙ୍କର ଚାରିଶହରୁ ଅଧିକ ପୁସ୍ତକ ପ୍ରକାଶ ପାଇସାରିଛି। ତାଙ୍କର ବହୁ ଉପନ୍ୟାସକୁ ନେଇ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇଛି। ଗଳ୍ପ ଉପନ୍ୟାସ ବ୍ୟତୀତ ସେ ଭ୍ରମଣ କାହାଣୀ, ଜୀବନୀ ଓ ପ୍ରବନ୍ଧ ରଚନାରେ ମଧ୍ୟ ସିଦ୍ଧହସ୍ତ। ପୂର୍ବରୁ ୧୯୮୫ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯ରେ ସମ୍ମାନଜନକ ଶାରଳା ପୁରସ୍କାର ଓ ୨୦୦୭ରେ ସାହିତ୍ୟ ଭାରତୀ ପୁରସ୍କାର ପାଇସାରିଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ପରେ ଡକ୍ଟର ପଟ୍ଟନାୟକ କହିଛନ୍ତି ଯେ ତାଙ୍କୁ ଏପରି ଏକ ସମୟରେ ଏହି ପୁରସ୍କାର ଦିଆଯାଉଛି ଯେତେବେଳେ ତାଙ୍କର ଅନେକ ସାହିତ୍ୟିକ ବନ୍ଧୁ ଏହାକୁ ଫେରାଇ ଦେଇଛନ୍ତି। ତେଣୁ ସେ ଏହି ପୁରସ୍କାର ପାଇବା ନେଇ ଖୁବ୍ ବେଶୀ ଖୁସି ନାହାନ୍ତି। ‘ଅସହିଷ୍ଣୁତା’ ପ୍ରସଙ୍ଗ ନେଇ ଲେଖକମାନେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଫେରାଇ ଦେଉଥିବା ବେଳେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ତାଙ୍କର ଗଳ୍ପ ସଂକଳନ ‘ମହିଷାସୁରର ମୁହଁ’ର ଅନେକ ଗପରେ ରହିଛି ଅସହିଷ୍ଣୁତାର ଛାପ।

Related story