ଭୂତ ନୁହେଁ ତ?: ବିନା ଚାଳକରେ ୬୦୦ ମିଟର ଯାଏ ଗଡ଼ିଲା ବାଇକ୍, ଦେଖନ୍ତୁ ଭିଡିଓ

Ordigital Desk
  • Published: Friday, 23 June 2017
  • , Updated: 23 June 2017, 01:17 PM IST
<p>ବିନା ଚାଳକରେ ବାଇକ ଚାଲିବାର ଦୃଶ୍ୟ ଆପଣ ବିଭିନ୍ନ ହରର୍ ଫିଲ୍ମରେ ଦେଖିଥିବେ ନିଶ୍ଚୟ। ରାସ୍ତାରେ ଯାଉଥିବା ବେଳେ ହଠାତ୍ ଏକ ଚାଳକବିହୀନ ବାଇକ ଯଦି ଆପଣଙ୍କୁ ଓଭରଟେକ୍ କରି ଚାଲିଯିବ ତେବେ ମନରେ ନିଶ୍ଚୟ ଭୟ ସଂଚାର ହେବା ସହ ପ୍ରଶ୍ନ ଉଙ୍କି ମାରିବ କି ଗାଡିଟିକୁ ଭୂତ ଚଳାଉନାହିଁ ତ। ଏହି ଦୃଶ୍ୟଟି ଦେଖିବା ପରେ ଆପଣଙ୍କ ମନରେ ମଧ୍ୟ ସମାନ ପ୍ରଶ୍ନ ଉଙ୍କି ମାରିବ ଯେ କିପରି ଏକ ଚାଳକବିହୀନ ବାଇକ୍ ରାସ୍ତାରେ ଚାଲୁଛି (ଭିଡିଓ ଦେଖନ୍ତୁ)। ଏହି ଦୃଶ୍ୟଟି ହେଉଛି ଫ୍ର।ନ୍ସର। ସେଠାକାର ନ୍ୟୁଜ ପେପର ଲି ପାର୍ସିୟାନ ଏହି ଦୃଶ୍ୟଟି ଫେସବୁକ୍ ପେଜରେ ସେୟାର କରିଛି।</p> <p>&lsquo;ଲି ପାର୍ସିୟାନ&rsquo; ଖବରକାଗଜ ଏହି ବାଇକର ମାଲିକଙ୍କ ସହ କଥା ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି। ଘଟଣା ଦିନ ଲୋକଟି ରାସ୍ତାରେ ଯାଉଥିବା ବେଳେ ଏକ କାର ତାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ସେ ନିଜେ ସେହି ସ୍ଥାନରେ ପଡି ଯାଇଥିଲେ ସତ, କିନ୍ତୁ ତାଙ୍କ ବାଇକ ସେହିଭଳି ଗଡି ଚାଲିଥିଲା। କିଛି ମିଟର ବିନା ଚାଳକରେ ବାଇକ ଗଡୁଥିବା ଦେଖି କିଛି ଲୋକ ନିଜକୁ ବିଶ୍ୱାସ କରି ପାରିନଥିଲେ। କେହି କେହି ଏହାକୁ ଭୂତ ଚଳାଉଥିବାର ମଧ୍ୟ କହିଥିଲେ। ତେବେ ପ୍ରାୟ ୬୦୦ ମିଟର ବାଇକ ଗଡିବା ପରେ ତଳେ ପଡି ଯାଇଥିଲା।</p> <p>&lsquo;ଲି ପାର୍ସିୟାନ&rsquo; ଖବରକାଗଜ ଓ ଗାଡି ମାଲିକଙ୍କ କଥାରେ କେତେ ସତ୍ୟତା ଅଛି ତାହା ତ ଆମକୁ ଜଣାନାହିଁ। କିନ୍ତୁ ୬୦୦ ମିଟର ବିନା ଚାଳକରେ ଗାଡି ଚାଲିବା ଏକ ଆଶ୍ଚର୍ଯ୍ୟକର ଘଟଣା ବୋଲି କହିଛନ୍ତି ପ୍ରସିଦ୍ଧ ବାଇକ୍ ଷ୍ଟଣ୍ଟମ୍ୟାନ ଜୈନ ପେରୀ। ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୨୩ ହଜାର ଥର ସେୟାର ହୋଇ ସାରିଲାଣି। ଏହି ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷ ଲୋକ ଦେଖି ସାରିଲେଣି।</p>

Related story