କଳା ଓଠକୁ ବାଏ ବାଏ : ଉପଚାର ପାଇଁ ସହଜ ଓ ସୁବିଧା ଉପାୟ

ଆପଣ କଳା ଓଠ ଦୁଃଖିତ ଅଛନ୍ତି କି? ତାହା ହେଲେ ଜମା ଟେନସନ୍‌ ହୁଅନ୍ତି ନାହିଁ। ଘରେ କିଛି ଟିପ୍ସ ବ୍ୟବହାର କଲେ ଆପଣ କଳା ଓଠ ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କିଛି ଘରୋଇ ଟିପ୍ସ। ୧- କଳା ଓଠରୁ ମୁକ୍ତି ପାଇବା ପାଇଁ ସପ୍ତାହରେ ଦୁଇ ଦିନ ଲିପପ୍ୟାକ୍‌ ବ୍ୟବହାର କରନ୍ତୁ। ପ୍ୟାକ୍‌ ହିସାବରେ କ୍ଷୀର ସର ଓ ଆମଣ୍ଡ ବଟା ଓ ମହୁ ଏକାଠି ମିଶାଇ ଓଠରେ ଲଗାଇ ୨୦ ମିନିଟ୍‌ […]

Beauty

Rakesh Mallick
  • Published: Friday, 03 March 2017
  • , Updated: 03 March 2017, 06:57 PM IST

ଆପଣ କଳା ଓଠ ଦୁଃଖିତ ଅଛନ୍ତି କି? ତାହା ହେଲେ ଜମା ଟେନସନ୍‌ ହୁଅନ୍ତି ନାହିଁ। ଘରେ କିଛି ଟିପ୍ସ ବ୍ୟବହାର କଲେ ଆପଣ କଳା ଓଠ ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା କିଛି ଘରୋଇ ଟିପ୍ସ।

୧- କଳା ଓଠରୁ ମୁକ୍ତି ପାଇବା ପାଇଁ ସପ୍ତାହରେ ଦୁଇ ଦିନ ଲିପପ୍ୟାକ୍‌ ବ୍ୟବହାର କରନ୍ତୁ। ପ୍ୟାକ୍‌ ହିସାବରେ କ୍ଷୀର ସର ଓ ଆମଣ୍ଡ ବଟା ଓ ମହୁ ଏକାଠି ମିଶାଇ ଓଠରେ ଲଗାଇ ୨୦ ମିନିଟ୍‌ ରଖି ଭିଜା ତୁଳା ଦେଇ ପୋଛି ଦିଅନ୍ତୁ। ନିୟମିତ ଭାବେ ଏପରି କରିଲେ ଓଠର କଳା ଦାଗ ଦୂର ହୋଇପାରିବ।

୨- ଓଠର କଳାଦାଗ ଦୂର କରିବା ପାଇଁ ରାତିରେ ଶୋଇବାକୁ ଯିବା ପୂର୍ବରୁ ଚନ୍ଦନ ଲଗାନ୍ତୁ।

୩-ଓଠରେ କୋଣ ଅନେକ ସମୟରେ କଳା ପଡ଼ିଯାଏ। ଏଥିରୁ ମୁକ୍ତି ପାଇବା ପାଇଁ କାକୁଡି ଓ ଲେମ୍ବୁ ରସ ଏକାଠି କରି ଦିନକୁ ତିନି ଚାରି ଥର ଓଠରେ ଲଗାନ୍ତୁ।

୪- ଓଠର କଳାଦାଗ ଦୂର କରିବା ପାଇଁ ମୁଲତାନି ମାଟିରେ କେଇ ବୁନ୍ଦା ମହୁ ଓ କଞ୍ଚାକ୍ଷୀର ମିଶାଇ ଲଗାନ୍ତୁ। ଦଶମିନିଟ୍‌ ପରେ ଭିଜା ତୁଳାରେ ପୋଛି ଦିଅନ୍ତୁ ବା ଉଷୁମ ପାଣିରେ ଧୋଇ ଦିଅନ୍ତୁ।

୫- ଅନେକ ସମୟରେ ବିଭିନ୍ନ କାରଣରୁ ଓଠ କଳା ପଡ଼ିଯାଏ। ତାହାହେଲେ ଗୋଲାପ ଗଛ ଯଦି ଥାଏ, ତାହାହେଲେ ଗୋଲାପ ଫୁଲର ପାଖୁଡ଼ା ନେଇ ସେଥିରୁ ରସ ବାହାର କରନ୍ତୁ। ସେହି ରସରେ କେଇ ବୁନ୍ଦା ଗ୍ଲିସେରିନ୍‌ ମିଶାଇ ପ୍ରତିଦିନ ଓଠରେ ମାଲିସ୍‌ କଲେ ଧୀରେ ଧୀରେ ଓଠରେ କଳା ଦାଗ ଦୂର ହୋଇଯିବ।

୬- ଓଠରେ  କଳା ପଡୁଥିଲେ ଯେତେ ସମ୍ଭବ ଅଧିକ ଭିଟାମିନ୍‌ -ସି ଜାତୀୟ ଖାଦ୍ୟ ଖାଆନ୍ତୁ।

ଉପସ୍ଥାପନା –ତପସ୍ୱନୀ ନାୟକ

Related story