ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦୃଷ୍ଟିହୀନତା, ୧୫ ମିନିଟ୍‌ରେ ଟ୍ରକ୍‌ ଚକ ପମ୍ପଚର ମାରୁଛନ୍ତି

ଆଲ୍ଲାହାବାଦ୍‌: କଥାରେ ଅଛି ‘ପଙ୍ଗୁ ଲଙ୍ଘୟତେ ଗିରି’। ଯାହାକୁ ବାସ୍ତବରେ ପରିଣତ କରିଛନ୍ତି ଆଲ୍ଲାହାବାଦର ମହମ୍ମଦ ଆଜାଦ୍‌। ତାଙ୍କ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ଆଜି ଦୃଷ୍ଟିହୀନତା ହାର ମାନିଛି। ନିଜର ଦୁଇ ଆଖି ହରାଇ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିବା ଆଜାଦ୍‌ ଟ୍ରକ୍‌ ଚକ୍‌ ପମ୍ପଚର ମାରି ନିଜ ପରିବାର ଚଳାଉଛନ୍ତି। ଖାଲି ସେତିକି ନୁହେଁ ଏହି ପମ୍ପଚର ଦୋକାନରୁ ରୋଜଗାର କରିଥିବା ଅର୍ଥରେ ବଡ଼ ପୁଅକୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରି କାମ କରିବାକୁ […]

tyre_repair

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 10:35 PM IST

ଆଲ୍ଲାହାବାଦ୍‌: କଥାରେ ଅଛି ‘ପଙ୍ଗୁ ଲଙ୍ଘୟତେ ଗିରି’। ଯାହାକୁ ବାସ୍ତବରେ ପରିଣତ କରିଛନ୍ତି ଆଲ୍ଲାହାବାଦର ମହମ୍ମଦ ଆଜାଦ୍‌। ତାଙ୍କ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ଆଜି ଦୃଷ୍ଟିହୀନତା ହାର ମାନିଛି। ନିଜର ଦୁଇ ଆଖି ହରାଇ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିବା ଆଜାଦ୍‌ ଟ୍ରକ୍‌ ଚକ୍‌ ପମ୍ପଚର ମାରି ନିଜ ପରିବାର ଚଳାଉଛନ୍ତି। ଖାଲି ସେତିକି ନୁହେଁ ଏହି ପମ୍ପଚର ଦୋକାନରୁ ରୋଜଗାର କରିଥିବା ଅର୍ଥରେ ବଡ଼ ପୁଅକୁ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରି କାମ କରିବାକୁ ସାଉଦି ଆରବ ପଠାଇଛନ୍ତି। ଗୋଟେ ଟ୍ରକ୍‌ ଚକ୍‌ରେ ପମ୍ପଚର ମାରିବାକୁ ଜଣେ ସାଧାରଣ ମିସ୍ତ୍ରୀ ୩୦ରୁ ୪୦ ମିନିଟ୍‌ ନେଉଥିବା ବେଳେ ଆଜାଦ୍‌ ଦୁଇ ଆଖି ନ ଥାଇ ମାତ୍ର ୧୫ ମିନିଟ୍‌ରେ ସେହି କାମ କରି ଦେଉଛନ୍ତି।

ଏବେ ଆଜାଦ୍‌ ପ୍ରତିଦିନ ୧୦୦୦ରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। ସେ ୫ ଜଣଙ୍କୁ ବିବାହ କରିଛନ୍ତି। ତାଙ୍କର ୮ଟି ସନ୍ତାନ। ଏତେ ବଡ଼ ପରିବାର ସତ୍ତ୍ୱେ ଆଜାଦ୍‌ଙ୍କ ପରିବାର ବେଶ ହସ ଖୁସିରେ ଚଳୁଛନ୍ତି।

ମାତ୍ର ୧୨ ବର୍ଷ ବୟସ୍‌ରୁ ଆଜାଦ୍‌ ତାଙ୍କ ବଡ଼ ଭାଇ ଅବଦୁଲ ଯାବ୍ବରଙ୍କ ପାଖରେ ପମ୍ପଚର ମରା କାମ ଆରମ୍ଭ କରିଥିଲେ। ସେତେବେଳେ ଦୈନିକ ମଜୁରୀ ବାବଦକୁ ୧ ଟଙ୍କା ମିଳୁଥିଲା। ସେଥିରୁ ଯାବ୍ବର ୫୦ ପଇସା ନେଇ ଯାଉଥିଲେ। ୧୭ ବର୍ଷ ବୟସରେ ଆଜାଦ୍‌ ଯେତେବେଳେ ବିବାହ କରିଥିଲେ ସେ ସମୟରେ ଯାବ୍ବର ତାଙ୍କୁ ଏକ ପମ୍ପଚର ମରାମତି ଦୋକାନ କରି ଦେଇଥିଲେ। ଏପରିକି ୨୮୦୦ ଟଙ୍କାରେ ତାଙ୍କୁ ଏକ ଏୟାର ମେସିନ୍‌ ମଧ୍ୟ କିଣି ଦେଇଥିଲେ।

୨୦ ବର୍ଷ ବୟସରେ ଆଜାଦ୍‌ ଏକ ଟାୟାରର ପମ୍ପଚର ମାରୁଥିବା ବେଳେ ଅଧିକ ପ୍ରେସର ଯୋଗୁ ତାହା ଫାଟି ଯାଇଥିଲା। ଏହି ଦୁର୍ଘଟଣାରେ ଆଜାଦ୍‌ ତାଙ୍କ ଦୁଇ ଆଖି ହରାଇଥିଲେ। ହେଲେ ଦୁର୍ଘଟଣାର ମାତ୍ର ୩ ମାସ ପରେ ଆଜାଦ୍‌ ପୁଣି ପୂର୍ବ ପରି ଦୋକାନ୍‌କୁ ଆସି କାମ କରିବା ଆରମ୍ଭ କରି ଦେଇଥିଲେ।

Related story