ରୁଗ୍‌ଣ ଅବସ୍ଥାରେ ବଲାଙ୍ଗିରର ଆୟୁର୍ବେଦିକ ଡାକ୍ତରଖାନା ଓ ଔଷଧାଳୟ

ବଲାଙ୍ଗିର: ରୁଗ୍‌ଣ ହୋଇପଡ଼ିଛି ବଲାଙ୍ଗିରର ଆୟୁର୍ବେଦିକ ଡାକ୍ତରଖାନା ଓ ଔଷଧାଳୟ। ଅନୁଦାନ ଅଭାବରୁ ସଙ୍କଟରେ ଗତି କରୁଛି ଏହି ସରକାରୀ ପ୍ରତିଷ୍ଠାନ। ବ୍ୟୟବହୁଳ ଏଲୋପାଥିକ ଚିକିତ୍ସାକୁ ଡ଼ରି ଆୟୁର୍ବେଦ ଚିକିତ୍ସା ଉପରେ ନିର୍ଭର କରୁଥିବା  ଲୋକେ ଏହାର ଫାଇଦା ପାଇ ପାରୁ ନାହାନ୍ତି। ଏହି ଆୟୁର୍ବେଦିକ ଡାକ୍ତରଖାନା ଉପରେ ପଶ୍ଚିମ ଓଡ଼ିଶାବାସୀ ନିର୍ଭର କରିଥାଆନ୍ତି। ହେଲେ ଆନୁସଙ୍ଗିକ ବ୍ୟବସ୍ଥାର ଘୋର ଅଭାବ ଯୋଗୁଁ ରୋଗୀ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। କେବଳ ଆଉଟ୍ ଡୋରରେ ଚାଲିଛି […]

hospital bolangir

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 09:55 AM IST

ବଲାଙ୍ଗିର: ରୁଗ୍‌ଣ ହୋଇପଡ଼ିଛି ବଲାଙ୍ଗିରର ଆୟୁର୍ବେଦିକ ଡାକ୍ତରଖାନା ଓ ଔଷଧାଳୟ। ଅନୁଦାନ ଅଭାବରୁ ସଙ୍କଟରେ ଗତି କରୁଛି ଏହି ସରକାରୀ ପ୍ରତିଷ୍ଠାନ। ବ୍ୟୟବହୁଳ ଏଲୋପାଥିକ ଚିକିତ୍ସାକୁ ଡ଼ରି ଆୟୁର୍ବେଦ ଚିକିତ୍ସା ଉପରେ ନିର୍ଭର କରୁଥିବା  ଲୋକେ ଏହାର ଫାଇଦା ପାଇ ପାରୁ ନାହାନ୍ତି। ଏହି ଆୟୁର୍ବେଦିକ ଡାକ୍ତରଖାନା ଉପରେ ପଶ୍ଚିମ ଓଡ଼ିଶାବାସୀ ନିର୍ଭର କରିଥାଆନ୍ତି। ହେଲେ ଆନୁସଙ୍ଗିକ ବ୍ୟବସ୍ଥାର ଘୋର ଅଭାବ ଯୋଗୁଁ ରୋଗୀ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। କେବଳ ଆଉଟ୍ ଡୋରରେ ଚାଲିଛି ରୋଗୀ ଦେଖା । ଏଠାରେ ରହିବା କଥା ୬ ଜଣ ଡାକ୍ତର କିନ୍ତୁ  ଅଛନ୍ତି ମାତ୍ର ୩ ଜଣ। ୨୪ ଜଣ ପାରାମେଡିକାଲ୍ ଷ୍ଟାଫ୍ ପଦବୀ ଅଛି ,କିନ୍ତୁ  ରହିଛନ୍ତି ମାତ୍ର ୧୪ । ଏଠାରେ ରୋଗୀଙ୍କୁ ଔଷଧ ମଧ୍ୟ ମିଳୁ ନାହିଁ। ଏହାସହିତ ଡାକ୍ତରଖାନା ପରିସରରେ ଥିବା ହର୍ବାଲ ଗାଡେନ୍‌ର ଅବସ୍ଥା ମଧ୍ୟ ଦୟନୀୟ ହୋଇ ପଡ଼ିଛି।  ଔଷଧୀୟ ଗଛ ବଦଳରେ ଗାଡେନ୍‌ରେ ଭର୍ତ୍ତି ହୋଇଛି ଅନାବନା ଗଛ।

ସ୍ୱାଧୀନତା ପୂର୍ବରୁ ୧୯୩୭ ମସିହାରେ ଗଢି ଉଠିଥିବା ଏହି ବଲାଙ୍ଗିର ଆୟୁର୍ବେଦ ଡାକ୍ତରଖାନା ଏବେ ନିଜେ ହୋଇପଡ଼ିଛି ରୁଗ୍‌ଣ ଓ ଅସୁସ୍ଥ। ଏହାର ଅବସ୍ଥା ଦେଖିଲେ ଲାଗୁଛି ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଏହି ଅନୁଷ୍ଠାନକୁ ଦରକାର ସରକାରୀ ଚିକିତ୍ସା। ସବୁଠାରୁ ବଡ଼ ଅସୁବିଧା ହେଲା ଲୋକଙ୍କ ଚାହିଦା ଅନୁସାରେ ଔଷଧ ମିଳୁନାହିଁ। ଏ ସମ୍ପର୍କରେ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି, “ବହୁ ସଂଖ୍ୟାରେ ଗରିବ ଶ୍ରେଣୀର ରୋଗୀ ଏଠାକୁ ଆସୁଛନ୍ତି ଯେଉଁମାନେ ସରକାରୀ ଔଷଧ ଚାହୁଁଛନ୍ତି।  ସମସ୍ତଙ୍କ ପାଖରେ ଔଷଧ କିଣିବାକୁ ଟଙ୍କା ନ ଥିବାରୁ ସେମାନେ ମାଗଣାରେ ସରକାରୀ ଔଷଧ ଚାହୁଁଛନ୍ତି। ଆବଶ୍ୟକତା ଅନୁସାରେ ଲୋକମାନେ ଚାହୁଁଥିବା ସମସ୍ତ ପ୍ରକାର ଔଷଧ ଯୋଗାଇବାକୁ ସମର୍ଥ ହୋଇପାରୁ ନାହୁଁ। ଲୋକମାନେ ଆମ ଉପରେ ନିର୍ଭର କରୁଛନ୍ତି। ଆମେ ବି ତାଙ୍କୁ ସେବା ଯୋଗାଇବାକୁ ଚାହୁଁଛୁ। କିନ୍ତୁ ଏପରି ଅସୁବିଧା ଦ୍ୱାରା ଲୋକଙ୍କ ବିଶ୍ୱାସ ମୁତାବକ ତାଙ୍କର ଆସ୍ଥାଭାଜନ ହୋଇପାରୁ ନାହୁଁ। ”ଏବେ ୧୦୬ ପ୍ରକାରର ଔଷଧ ପ୍ରସ୍ତୁତ କରିବାକୁ ଲାଇସେନ୍ସ ମିଳିଛି। ସେହି ଅନୁସାରେ ଆମେ ଔଷଧ ତିଆରି କରିପାରିବୁ। କିନ୍ତୁ ଅନୁଦାନ ଅନୁସାରେ ବର୍ତ୍ତମାନ ପ୍ରାୟତଃ ଆମେ ୨୧ରୁ୨୨ଟି ଔଷଧ ତିଆରି କରୁଛୁ। ଆମ ର୍ଫାମାସୀରେ ଭିତ୍ତିଭୂମି ଭଲ ଥିବାରୁ ଆମକୁ ଯଥେଷ୍ଟ୍ ପରିମାଣର ଅନୁଦାନ ଦେଲେ  ଆମେ ସେହି ଅନୁସାରେ ଔଷଧ ତିଆରି କରି ସମସ୍ତ ସରକାରୀ ହସ୍ପିଟାଲକୁ ଯୋଗାଇପାରିବୁ” ।

ଆମେ ଏନେଇ ଜଣେ ସ୍ଥାନୀୟ ବାସିନ୍ଦା ଟୁନା ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଥିଲେ, “ଏଠାରେ ପଞ୍ଚକର୍ମ ବିଭାଗ ରହିଛି। ହେଲେ ବିଭାଗରେ ଜଣେ ମାତ୍ର ଷ୍ଟାଫ୍ ଅଛନ୍ତି। ଷ୍ଟାଫ୍ ସଂଖ୍ୟା ବୃଦ୍ଧି କଲେ ବହୁ ସଂଖ୍ୟାରେ ଲୋକ ପଞ୍ଚକର୍ମ କରିବାକୁ ଆସିବେ”।

ଏନେଇ ସ୍ଥାନୀୟ ବିଧାୟକ  ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତ, “ନିକଟରେ ଆୟୁର୍ବେଦ୍ ଫର୍ମାସୀ ଏବଂ ଆୟୁର୍ବେଦିକ ଡାକ୍ତରଖାନା ପରିଦର୍ଶନ କରିଥିଲି। ଡାକ୍ତର ଓ କର୍ମଚାରୀଙ୍କ ସମ୍ପର୍କରେ ଆଲୋଚନା କରିଥିଲି। ଉଭୟ ସଂସ୍ଥା ଅତି ଦୟନୀୟ ଅବସ୍ଥାରେ ଅଛି। ଏକଦା ବଲାଙ୍ଗିରରେ ଉଚ୍ଚମାନର ଆୟୁର୍ବେଦ ଔଷଧ  ତିଆରି ହେଉଥିଲା। ଓଡ଼ିଶା ସାରା ଆଦୃତ ହୋଉଥିଲା। କିନ୍ତୁ ଦୁଃଖର ସହ କହିବାକୁ ପଡ଼ୁଛି ଯେଉଁ ପରିମାଣରେ ଔଷଧ ତିଆରି କରାଯାଉଥିଲା ଗତ କିଛି ବର୍ଷ ହେଲା ତାହା ଆଉ ହେଉ ନାହିଁ। ଡାକ୍ତରମାନଙ୍କ କହିବାନୁସାରେ  ଅର୍ଥାଭାବ ଯୋଗୁଁ ଔଷଧ ତିଆରି ହୋଇପାରୁ ନାହିଁ। ନିଶ୍ଚିତ ଭାବେ ଏ ନେଇ ପଦକ୍ଷେପ ନିଆଯିବ। ଅନୁଦାନ ବଢାଇବା ଲାଗି ଲାଗି ଉଦ୍ୟମ କରାଯିବ ଏବଂ ପଞ୍ଚକର୍ମ ଚିକିତ୍ସା ବଲାଙ୍ଗିରରେ ଭଲଭାବେ ଆରମ୍ଭ ହୋଇପାରିବ”।

Related story