Advertisment

ବୌଦ୍ଧ: ବର୍ଷେ ହେଲାଣି ପଲିଥିନ୍ ତଳେ ବିତୁଛି କଳାଖଣ୍ଡି ବନ୍ୟାବିପନ୍ନଙ୍କ ଜୀବନ, ପ୍ରଶାସନର ନିଦ ଭାଙ୍ଗୁନି

ବୌଦ୍ଧ: ଆଉ କିଛି ଦିନ ଗଲେ ଗତ ବନ୍ୟାକୁ ପୂରିବ ବର୍ଷେ। ହେଲେ ଏବେବି ପଲିଥିନି ତଳେ ସଢୁଛନ୍ତି ବୌଦ୍ଧ ଜିଲ୍ଲା ପୁରୁଣାକଟକ ପଞ୍ଚାୟତର କଳାଖଣ୍ଡି ଗ୍ରାମର ବନ୍ୟାବିପନ୍ନମାନେ। ବର୍ଷା ଦିନ ଆସି ଯାଇଥିବାରୁ ଭାରି ହସ୍ତସନ୍ତ ହେଉଛନ୍ତି ଏମାନେ।

ବୌଦ୍ଧ: ବର୍ଷେ ହେଲାଣି ପଲିଥିନ୍ ତଳେ ବିତୁଛି କଳାଖଣ୍ଡି ବନ୍ୟାବିପନ୍ନଙ୍କ ଜୀବନ, ପ୍ରଶାସନର ନିଦ ଭାଙ୍ଗୁନି

palithinrejibana

Advertisment

ବୌଦ୍ଧ: ଆଉ କିଛି ଦିନ ଗଲେ ଗତ ବନ୍ୟାକୁ ପୂରିବ ବର୍ଷେ। ହେଲେ ଏବେବି ପଲିଥିନି ତଳେ ସଢୁଛନ୍ତି ବୌଦ୍ଧ ଜିଲ୍ଲା ପୁରୁଣାକଟକ ପଞ୍ଚାୟତର କଳାଖଣ୍ଡି ଗ୍ରାମର ବନ୍ୟାବିପନ୍ନମାନେ। ବର୍ଷା ଦିନ ଆସି ଯାଇଥିବାରୁ ଭାରି ହସ୍ତସନ୍ତ ହେଉଛନ୍ତି ଏମାନେ।

Advertisment

palithinrejibana

ଗତ ବର୍ଷ ଜୁଲାଇ ୩୧ ତାରିଖ ରାତିରେ ଲକ୍ଷ୍ମୀନାଳରେ ବନ୍ୟାପାଣି ମାଡ଼ି ଆସି କଳାଖଣ୍ଡି ଗାଁକୁ ଭସାଇ ନେଇଥିଲା। ସେହିଦିନଠାରୁ ବଦଳିଗଲା ଗାଁର ମାନଚିତ୍ର। ସେହି ବନ୍ୟା ଦାଉରୁ ଗାଁ ଲୋକେ ନିଜ ଜୀବନ ସିନା ବଞ୍ଚାଇ ଦେଲେ, ହେଲେ ଘରଗୁଡ଼ିକୁ ରକ୍ଷା କରିପାରିନଥିଲେ। ଘର ଭାଙ୍ଗି ଗଲା ଓ ତା’ସହିତ ବନ୍ୟା ଜଳରେ ଭାସି ଗଲା ଲୁଗାପଟା, ଧାନଚାଉଳ ସହିତ ଅନ୍ୟାନ୍ୟ ଜିନିଷପତ୍ର। ବନ୍ୟାର ୧୦ ଦିନ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ପ୍ରଶାସନ ସେମାନଙ୍କୁ ରନ୍ଧା ଖାଦ୍ୟ ଦେଇଥିଲା। ପରେ ପ୍ରତି ପରିବାରକୁ ପଲିଥିନ୍ ଖଣ୍ଡିଏ ଖଣ୍ଡିଏ ଧରାଇ ଦେଇ କାମ ସାରି ଦେଇଥିଲା ପ୍ରଶାସନ। ଆଉ ସେହି ଦିନଠାରୁ ପଲିଥିନ ତଳେ ଅତି ଦୟନୀୟ ଭାବେ ମୁଣ୍ଡ ଗୁଞ୍ଜି ଆସୁଛନ୍ତି ଗାଁର ୩୦ଟି ବନ୍ୟାବିପନ୍ନ ପରିବାର। କାହାରି କାହାରି ପଲିଥିନ ବି ଫାଟିଗଲାଣି। ଏଣୁ ବର୍ଷା ହେଲେ ପାଣି ଗଳୁଛି। ବର୍ଷା ହେଲେ ବନ୍ୟାବିପନ୍ନଙ୍କ କଷ୍ଟ ନକହିଲେ ଭଲ।

palithintalejibana1

ଗାଁର ବବିତା ମଲ୍ଲିକ କହିଛନ୍ତି ଯେ ବର୍ଷେ ହେଲାଣି ବର୍ଷା, ଶୀତ, ଖରାରେ ଏହି ପଲିଥିନ ତଳେ ପଡ଼ି ରହିଛୁ। ଏଥର ଖରାଦିନେ ପ୍ରବଳ ତାତି ହୋଇଥିଲା। ତେଣୁ ପଲିଥିନ ତଳେ ରହି ହୋଇନଥିଲା। ଦିନ ବେଳା ପାଖ ଆମ୍ବଗଛ ତଳେ ଯାଇ ରହୁଥିଲୁ। ସରକାର ଏଯାଏଁ ଘର ଜାଗା ଦେଲେନି କି ଘର ଦେଲେନି। ପୁଣି ବର୍ଷା ଦିନ ଆସିଯାଇଛି। ଏଥର ବି ବର୍ଷାରେ ହନ୍ତସନ୍ତ ହେବୁ।

Advertisment

ସେହିପରି କୁନ୍ତୁଲା ମାଝି କହିଛନ୍ତି ଯେ ବନ୍ୟାକୁ ବର୍ଷେ ପୂରି ଯାଇଛି। ହେଲେ ସରକାର ସେମାନଙ୍କ କଥା କିଛି ବି ବୁଝିଲେନି। ଖାଲି ପଲିଥିନ ଖଣ୍ଡେ ଖଣ୍ଡେ ଧରାଇ ଦେଇ ଚାଲିଗଲେ। ଶୀତ ଦିନେ ଭାରି ହଇରାଣ ହେବାକୁ ପଡ଼ିଲା। ଶୀତରେ ପଲିଥିନ ତଳେ ଶୋଇବା ଭାରି କଷ୍ଟକର ହେଲା। ଏଣୁ ପାଖରେ ନିଆଁ ଲଗାଇ ଶୋଇବାକୁ ପଡ଼ିଥିଲା। ଖରା ଦିନେ ସମସ୍ୟା ତହୁଁ ବଳିଗଲା। ଦିନ ବେଳେ ଆଦୌ ପଲିଥିନ ଘର ଭିତରେ ରହିବା କଷ୍ଟକର ହୋଇଗଲା। ଆମ୍ବଗଛ ମୂଳେ ରହିବାକୁ ପଡ଼ିଲା। ଆଉ ଏବେ ପୁଣି ବର୍ଷା ଆସି ଯାଇଛି। ଯେଉଁ ଦିନ ବର୍ଷା ହେଉଛି ସେହିଦିନ ଫଟା ପଲିଥିନ୍ ଘରେ ରହି ହେଉ ନାହିଁ। ପାଖଆଖ କାହାରି ଘରର ବରଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି। ଦିନେ ରାତିରେ ଏମିତି ବର୍ଷା ହେଲା ଯେ ନଖାଇ ନପିଇ ରାତି ସାରା ଛୁଆପିଲା ଧରି ଏକ ବରଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ପଡ଼ିଲା। ତୁରନ୍ତ ଆମ ପାଇଁ ସରକାର କିଛି କରନ୍ତୁ। ତା’ସହିତ ଆମକୁ ସରକାର ଏବେ ନୂଆ ପଲିଥିନ୍ ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି ବନ୍ୟା ପୀଡ଼ିତ ବବିତା।

palithintalejibana2

ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି, ହରଭଙ୍ଗା ବ୍ଲକ୍ ଓ ତହସିଲ୍ ସଦର ମହକୁମାଠାରୁ ମାତ୍ର ୧ କିଲୋମିଟର ଦୂରରେ ଏହି ବନ୍ୟାବିପନ୍ନମାନେ ଏଭଳି ଅବସ୍ଥାରେ ରହୁଥିଲେ ସୁଦ୍ଧା ପ୍ରଶାସନର ନିଘା ନାହିଁ। ଏନେଇ ହରଭଙ୍ଗା ବିଡିଓ ନିହାର ରଞ୍ଜନ କହଁର କହିଛନ୍ତି ଯେ ବନ୍ୟା ପରେ ଗାଁ ଲୋକଙ୍କୁ ପଲିଥିନ ଯୋଗାଇ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବିଜୁ ପକ୍କା ଘର ଯୋଗାଇ ଦିଆଯାଇଛି। ବିପିଏଲମାନଙ୍କୁ ଖୁବଶୀଘ୍ର ଲଟେରୀ ମାଧ୍ୟମରେ ଇନ୍ଦିରା ଆବାସ ଘର ପାଇଁ ଅର୍ଥ ଦିଆଯିବ। ଏହା ସହିତ ଏହି ବନ୍ୟା ବିପନ୍ନଙ୍କୁ ଲୋକାପଡ଼ାରେ ଅବସ୍ଥାପିତ କରିବା ପାଇଁ ଜାଗା ଚିହ୍ନଟ ହୋଇଛି। ସେଠାରେ ଯାଇ ରହିବାକୁ ସେମାନଙ୍କୁ କୁହାଯିବ। ବର୍ଷା ଦିନ ଆସି ଯାଇଥିବାରୁ ଘର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେମାନଙ୍କୁ ନୂଆ ପଲିଥିନ ଯୋଗାଇ ଦିଆଯିବ।

palithintalejiban4

ଅନ୍ୟପକ୍ଷରେ ଗାଁର ରବୀନ୍ଦ୍ର ମଲ୍ଲିକ କହିଛନ୍ତି ଯେ ମାତ୍ର ଦୁଇଟି ଅଣ ବିପିଏଲ ପରିବାରକୁ ବିଜୁ ପକ୍କା ଘର ଯୋଗାଇ ଦିଆଯାଇଛି। ବିପିଏଲ ପରିବାରମାନଙ୍କ ଲାଗି କିଛି କରାଯାଇନାହିଁ। ବର୍ଷେ ହେଲାଣି ସେମାନ ପିଲାଛୁଆ ଧରି ପଲିଥିନ ତଳେ ପଡ଼ି ରହିଛନ୍ତି। ଏଣୁ ଅନ୍ୟାନ୍ୟ ସମସ୍ୟା ସହିତ ପିଲାଙ୍କ ପାଠପଢ଼ାରେ ଭାରି ସମସ୍ୟା ହେଉଛି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe