କାନାଡା କଫି ସପ୍‌ରେ ପ୍ରେମ, ଓଡ଼ିଶାରେ ହାତଗଣ୍ଠି

ପାରାଦୀପ(ରମାକାନ୍ତ ନାୟକ): କାନାଡ଼ା କଫି ସପ୍‌ରେ ଆଖିରେ ଆଖି ମିଶିଲା। ପ୍ରଥମେ ବନ୍ଧୁତ୍ୱ ଆଉ ତା ପରେ ମିଶିଗଲା ମନ। କଥାରେ ଅଛି ପ୍ରେମ ଶ୍ୱାଶତ। ପ୍ରେମ ଆଗରେ ଜାତି, ଧର୍ମ, ବର୍ଣ୍ଣ କିଛି ମାନେ ନ ଥାଏ। ଯାହାର ଉଦାହରଣ ପାଲଟି ଯାଇଛନ୍ତି କାନାଡାର ଝିଅ ହେଲିନା ଆଉ ଓଡ଼ିଆ ପୁଅ ‘ଲି’ । ବିଦେଶରେ ରହି ନିଜ ପସନ୍ଦର କାନାଡାର ଝିଅକୁ ଜୀବନ ସାଥୀ ରୂପେ ବାଛିଛନ୍ତି ଲି । ନିଜ ପରିବାରର ସହମତିରେ […]

5ee...9999

5ee...9999

Tapaswini Nayak
  • Published: Saturday, 02 March 2019
  • Updated: 02 March 2019, 02:09 PM IST

Sports

Latest News

ପାରାଦୀପ(ରମାକାନ୍ତ ନାୟକ): କାନାଡ଼ା କଫି ସପ୍‌ରେ ଆଖିରେ ଆଖି ମିଶିଲା। ପ୍ରଥମେ ବନ୍ଧୁତ୍ୱ ଆଉ ତା ପରେ ମିଶିଗଲା ମନ। କଥାରେ ଅଛି ପ୍ରେମ ଶ୍ୱାଶତ। ପ୍ରେମ ଆଗରେ ଜାତି, ଧର୍ମ, ବର୍ଣ୍ଣ କିଛି ମାନେ ନ ଥାଏ। ଯାହାର ଉଦାହରଣ ପାଲଟି ଯାଇଛନ୍ତି କାନାଡାର ଝିଅ ହେଲିନା ଆଉ ଓଡ଼ିଆ ପୁଅ ‘ଲି’ ।

ବିଦେଶରେ ରହି ନିଜ ପସନ୍ଦର କାନାଡାର ଝିଅକୁ ଜୀବନ ସାଥୀ ରୂପେ ବାଛିଛନ୍ତି ଲି । ନିଜ ପରିବାରର ସହମତିରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁହେଁ।

କାନାଡାରେ ରହି ମଧ୍ୟ ନିଜର ସଂସ୍କୃତି ଓ ପରମ୍ପରାକୁ ନ ଭୁଲି ନିଜ ଦେଶ ନିଜ ପରିବାର ସହିତ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ବିବାହ କରିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୋଠୀ ଗ୍ରାମର ଏହି ଓଡ଼ିଆ ପୁଅ ।

ଲି’ କାନାଡ଼ାକୁ ଉଚ୍ଚ ଶିକ୍ଷା ପାଇଁ ଯାଇଥିଲେ। ସେଠାରେ ସେ ଚାକିରି କରିଥିଲେ। ସେଇଠି ହିଁ ପ୍ରେମରେ ପଡ଼ିଯାଇଥିଲେ। ସେଠାରେ ଏକ କଫି ସପରେ କାନାଡା ଝିଅ ହେଲିନାଙ୍କ ସହିତ ତାଙ୍କର ପ୍ରଥମ ଥର ଦେଖା ହୋଇଥିଲ।

ଲି’ ନିଜ ପ୍ରେମ ସମ୍ପର୍କରେ ନିଜ ପରିବାରକୁ ଜଣାଇଥିଲେ। ଲି’ ବ୍ରାହ୍ମଣ ଘର ପୁଅ ହୋଇଥିଲେ ମଧ୍ୟ ପରିବାର ଲୋକେ ତାଙ୍କ ପ୍ରେମକୁ ସ୍ୱୀକୃତି ଦେଇଥିଲେ। ନିଜ ପରିବାର ସହ ସାତ ଦରିଆ ପାର୍ ହୋଇ ମନର ମଣିଷକୁ ପାଇବାକୁ ଜତସିଂହପୁରରେ ପହଞ୍ଚିଥିଲେ ହେଲିନା। ଲି’ ନିଜ ଗାଁରୁ ବାଜା ବାଣ ଫୁଟାଇ ବରଯାତ୍ରୀଙ୍କୁ ଧରି ବିବାହ କରିବାକୁ ବିବାହ ମଣ୍ଡପକୁ ଯାଇଥିଲେ ।

ମଙ୍ଗଳବାର କୁଜଙ୍ଗରେ ଥିବା ଏକ ବିବାହ ମଣ୍ଡପରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିଲା। ବେଦୀ ଉପରେ ବରକନ୍ୟା ବସିଥିଲେ। ମନ୍ତ୍ରପାଠ, ହୋମଯଜ୍ଞ ମଧ୍ୟରେ ଉଭୟଙ୍କ ହାତଗଣ୍ଠି ପଡ଼ିଥିଲା। କାନାଡ଼ାରୁ ଆସିଥିବା ହେଲିନା ବାପା କନ୍ୟାଦାନ କରିଥିଲେ।

ଉଭୟ ପରିବାର, ସମ୍ପର୍କୀୟ, ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ଲି’ ବାପା ହୃଷିକେଶ ନନ୍ଦ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଥିଲେ।

ଲି’ଙ୍କ ପିତା ହୃଷିକେଶ ନନ୍ଦ କହିଛନ୍ତି,“ ୭ବର୍ଷ ତଳେ ମୋ ପୁଅ ଉଚ୍ଚ ଶିକ୍ଷା ପାଇଁ କାନାଡ଼ା ଯାଇଥିଲା। ସେଠାରେ ମଧ୍ୟ ଚାକିରି କରିଥିଲା। ସେଠାରେ ଗୋଟିଏ ଝିଅକୁ ଭଲ ପାଉଥିବା ମୋତେ ଜଣାଇଥିଲା। ମୁଁ ସେହି ଝିଅ ସହ କଥା ହୋଇଥିଲି। ହେଲିନା ଜଣେ ଭଲ ଝିଅ। ହିନ୍ଦୁ ରୀତିନୀତିରେ ବିବାହ କରିବେ ବୋଲି ସେମାନେ ମୋତେ ପ୍ରସ୍ତାବ ଦେଇଥିଲେ। ମଙ୍ଗଳବାର ଉଭୟଙ୍କ ବିବାହ ହୋଇଥିଲା।”

ଏହି ବିବାହରେ ଖୁସି ଥିବା ହେଲିନାଙ୍କ ପିତା ମାର୍କ ଓ୍ୱିଲିୟମ କହିଛନ୍ତି।

ନୂଆ ପରିବାର ତାଙ୍କୁ ଓଡ଼ିଆ ଭାଷା ଶିଖିବାରେ ସାହାଯ୍ୟ କରୁଛି ବୋଲି ହେଲିନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story