Advertisment

ସବୁ ବୟସର ବ୍ୟକ୍ତିଙ୍କୁ କ୍ୟାନସର ହୋଇଥାଏ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନସରର ଏକ ମାରାତ୍ମକ ରୋଗ। ଯାହାର ନାମ ଶୁଣିଲେ ଲୋକେ ଭୟ କରିଥା’ନ୍ତି। ଓଡ଼ିଶାରେ ଦେଖାଯାଉଥିବା ସାଧାରଣ କ୍ୟାନସର ହେଉଛି ପାଟି, ଗଳା, ସ୍ତନ ଓ ଗର୍ଭାଶୟ। ଏହି ପ୍ରକାର କ୍ୟାନସର ସମସ୍ତଙ୍କୁ ହୋଇଥାଏ। ତମାଖୁ ସେବନ ଯୋଗୁଁ ପାଟି କ୍ୟାନସର ହୋଇଥାଏ। ଗର୍ଭାଶୟ କ୍ୟାନସରକୁ ଠିକ୍‌ ଭାବରେ ଚିକିତ୍ସା କରିପାରିଲେ, ଠିକ୍‌ ହୋଇପାରିବ। ତେବେ ଆସନ୍ତୁ ଜାଣିବା କ୍ୟାନସର କାହିଁକି ହୋଇଥାଏ ଏବଂ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ, ଏହାକୁ […]

ଅଦ୍ୟତନ ହୋଇଛି
ସବୁ ବୟସର ବ୍ୟକ୍ତିଙ୍କୁ କ୍ୟାନସର ହୋଇଥାଏ

cancer

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ୟାନସରର ଏକ ମାରାତ୍ମକ ରୋଗ। ଯାହାର ନାମ ଶୁଣିଲେ ଲୋକେ ଭୟ କରିଥା’ନ୍ତି। ଓଡ଼ିଶାରେ ଦେଖାଯାଉଥିବା ସାଧାରଣ କ୍ୟାନସର ହେଉଛି ପାଟି, ଗଳା, ସ୍ତନ ଓ ଗର୍ଭାଶୟ। ଏହି ପ୍ରକାର କ୍ୟାନସର ସମସ୍ତଙ୍କୁ ହୋଇଥାଏ। ତମାଖୁ ସେବନ ଯୋଗୁଁ ପାଟି କ୍ୟାନସର ହୋଇଥାଏ। ଗର୍ଭାଶୟ କ୍ୟାନସରକୁ ଠିକ୍‌ ଭାବରେ ଚିକିତ୍ସା କରିପାରିଲେ, ଠିକ୍‌ ହୋଇପାରିବ। ତେବେ ଆସନ୍ତୁ ଜାଣିବା କ୍ୟାନସର କାହିଁକି ହୋଇଥାଏ ଏବଂ ଏହାକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ, ଏହାକୁ ନେଇ ଓଡ଼ିଶା ରିପୋର୍ଟରର ସ୍ୱତନ୍ତ୍ର ଆଲୋଚନାରେ ଅଙ୍କୋଲୋଜିଷ୍ଟ ଡାକ୍ତର କ୍ଷୀତୀଶ ମିଶ୍ର କ’ଣ କହୁଛନ୍ତି।

Advertisment

୧. କ୍ୟାନସର କାହିଁକି ହୋଇଥାଏ ?

ଉତ୍ତର : ଆମ ଶରୀରରେ କୋଷ ବିଭାଜନ ହୋଇଥାଏ। ଏହା ଏକ ଶାରୀରିକ ପ୍ରକ୍ରିୟା। କିନ୍ତୁ କିଛି କୋଷ ନିୟମ ମାନିନଥାନ୍ତି। ଯାହାକୁ ଆମେ ପାଗଳା କୋଷ ବୋଲି କହିଥାଉ। ସେହି କୋଷରେ ପରିବର୍ତ୍ତନ ହୋଇଥାଏ। ସାଧାରଣ ଭାବରେ ବିଭାଜିତ ନହୋଇ କୋଷଟି ଦ୍ରୁତ ବେଗରେ ବିଭାଜିତ ହୋଇଥାଏ। ଯାହା ଶରୀରର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିଥାଏ। ଆମେ ତାହାକୁ କ୍ୟାନସର କହିଥାଉ।

୨. ଯେ କୌଣସି ରୋଗ କ୍ୟାନସର ଆଡ଼କୁ ଗତି କରିଥାଏ କି ?

ଉତ୍ତର : କେବଳ ଦେଖିଲେ କୌଣସି ରୋଗକୁ କ୍ୟାନସର କୁହାଯାଇପାରିବ ନାହିଁ। ଏହାକୁ ପ୍ରମାଣ କରିବା ପାଇଁ ଶରୀରର ଯେ କୌଣସି ସ୍ଥାନରୁ ପାଣି, ରକ୍ତ କିମ୍ୱା ମାଂସ ନେଇ ପରୀକ୍ଷା ବା ବାୟୋସ୍ପି କରିବାକୁ ପଡ଼ିଥାଏ। କୋଷର ପ୍ରମାଣ ବିନା କ୍ୟାନସର ଜଣାପଡ଼ିବ ନାହିଁ।

Advertisment

୩. କେବଳ ତମାଖୁ କ୍ୟାନସରର ଗୋଟିଏ କାରଣ କି ?

ଉତ୍ତର : ତମାଖୁ ସେବନ ବନ୍ଦ କରିପାରିଲେ କ୍ୟାନସର୍‌ ଆଶଙ୍କା ୫୦ ପ୍ରତିଶତ କମ୍‌ କରାଯାଇପାରିବ। କିନ୍ତୁ ଏହା କେବଳ କ୍ୟାନସରର କାରଣ ନୁହେଁ। ସୂର୍ଯ୍ୟରଶ୍ମି, କଳାଜାଇ, ଦୈନନ୍ଦିନ ଜୀବନ ପାଇଁ ମଧ୍ୟ କ୍ୟାନସର ହୋଇପାରେ।

୪. କେଉଁ ବୟସରେ କ୍ୟାନସର ହୋଇଥାଏ ?

ଉତ୍ତର : ସବୁ ବୟସର ଲୋକଙ୍କୁ କ୍ୟାନସର ହୋଇଥାଏ। କିନ୍ତୁ ସାଧାରଣତଃ ୩୦ ରୁ ୬୦ ବର୍ଷର ବ୍ୟକ୍ତିଙ୍କୁ କ୍ୟାନସର ହୋଇଥାଏ।

୫. କେଉଁ ଷ୍ଟେଜରେ କେମୋଥେରାପି ଦରକାର ?

ଉତ୍ତର : ସବୁ କ୍ୟାନସରରେ ଅପରେସନ କିମ୍ୱା କେମୋ ଥେରାପି ଦରକାର ହୁଏ ନାହିଁ। ଯଦି ପ୍ରାଥମିକ ଷ୍ଟେଜରେ ମେଡିସିନ୍‌ ଦ୍ୱାରା ଭଲ ହୋଇପାରେ। ତେବେ ଏହା ଡାକ୍ତର ନିଷ୍ପତ୍ତି ନେବେ।

୬. କ୍ୟାନସର ନହେବା ପାଇଁ ଦୈନନ୍ଦିନ ଡାଏଟ୍‌ କିପରି ହେବା ଉଚିତ ?

ଉତ୍ତର : ସନ୍ତୁଳିତ ଆହାର କିମ୍ୱା ଓଡ଼ିଆ ଖାଦ୍ୟ ଖାଆନ୍ତୁ। ପନିପରିବା ଓ ଡାଲି ଜାତୀୟ ଖାଦ୍ୟ ଖାଆନ୍ତୁ। ରେଡ ମିଟ୍‌ ଓ ଫାଷ୍ଟଫୁଡ୍‌ ଖାଆନ୍ତୁ ନାହିଁ। କେବଳ ଘରେ ବସି ରୁହନ୍ତୁ ନାହିଁ। ୧ ଘଣ୍ଟା ଶାରୀରିକ ବ୍ୟାୟାମ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe