ଚାରି ବର୍ଷ ବିତିଲା, ସରୁନି ରୁଡ଼ିଆ ସେତୁ କାମ  

ଯାଜପୁର: ୨୦୧୧ ପ୍ରଳୟଙ୍କରୀ ବନ୍ୟାରେ ଭାସି ଯାଇଥିଲା ଯାଜପୁର ଜିଲ୍ଲାର ରୁଡ଼ିଆ ସେତୁ। ଇତିମଧ୍ୟରେ ଏହି ଘଟଣାକୁ ଚାରି ବର୍ଷ ବିତିଯାଇଛି। କିନ୍ତୁ ଅଦ୍ୟାବଧି ନୂଆ ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ।  ସେତୁ ନିର୍ମାଣର ଅବଧି ଶେଷ ହୋଇଯାଇଥିବା ବେଳେ ଏହାର ଅନେକ କାମ ବାକି ରହିଛି। ଅନ୍ୟପକ୍ଷରେ ଯାଜପୁର ଜିଲ୍ଲାପାଳ ସତ୍ୟ ରଞ୍ଜନ ମଲ୍ଲିକ କହିଛନ୍ତି ସେତୁ କାମ ସରିବାକୁ ଆହୁରି ଚାରି ମାସ ଲାଗିବ।

jajpur

jajpur

Rakesh Mallick
  • Published: Wednesday, 08 July 2015
  • Updated: 09 July 2015, 10:29 AM IST

Sports

Latest News

jajpur2

୨୦୧୧ ଅଗଷ୍ଟ ମାସରେ ହୋଇଥିବା  ପ୍ରଳୟଙ୍କରୀ ବନ୍ୟାରେ ବୁଡା ନଦୀରେ ଥିବା ରୁଡିଆ ସେତୁ ଭାସି ଯାଇଥିଲା। ସେତୁର ଦୁଇଟି ସ୍ପାନ ବନ୍ୟାରେ ଭାସିଯାଇଥିଲା। ଫଳରେ ଯାଜପୁର ସଦର ମହକୁମାକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା।  ସେ ସମୟରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ନେତା ଓ ମନ୍ତ୍ରୀମାନେ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ବର୍ଷକ ମଧ୍ୟରେ ନୂତନ ସେତୁ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ସେତୁଟି ଭୁଶୁଡ଼ିବାର ଦେଢ଼ ବର୍ଷ ପରେ ଯାଇ ନୂଆ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୩ ଜାନୁଆରୀ ମାସରୁ ନୂଆ ସେତୁ କାର୍ଯ୍ୟ ଆରମ୍ଭ ହେଲା। ଏଥିପାଇଁ ୨୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ଦୁଇ ବର୍ଷ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି କୁହାଯାଇଥିଲା। ସେହି ଅନୁସାରେ ୨୦୧୫ର ଜାନୁଆରୀ ସୁଦ୍ଧା କାମ ଶେଷ ହେବା ଥିଲା।  କିନ୍ତୁ ଦୁଇ ବର୍ଷରେ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ। କିଛି ସମସ୍ୟା ଉପୁଜିବାରୁ କାମ ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ଶେଷ ହେବ ବୋଲି ଜିଲ୍ଲାପାଳ କହିଥିଲେ। କିନ୍ତୁ ଜୁନ୍ ମାସ ସରିଗଲା ପରେ ବି ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ସେତୁର ଆଉ ଏକ ସ୍ପାନ ସହିତ ଆପ୍ରୋଚ ରୋଡ୍ କାମ ବାକି ରହିଛି। ଅନ୍ୟପକ୍ଷରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ମଲ୍ଲିକ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ସୁଦ୍ଧା ସବୁ କାମ ଶେଷ ହୋଇଯିବ।

ପୁଣି ପୁରୁଣା ସେତୁଟି ବନ୍ୟାରେ ଭାସିଯିବା ପରେ ଲୋକେ ଡଙ୍ଗାରେ ଯା’ଆସ କରୁଥିଲେ। ନୂତନ ସେତୁ ନିର୍ମାଣରେ ବିଳମ୍ବ ହେବାରୁ ପ୍ରଶାସନ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ମରାମତି କରାଯାଇଥିଲା। ଭାସିଯାଇଥିବା ଦୁଇଟି ସ୍ପାନ ସ୍ଥାନର ଆଉ ଦୁଇଟି ନୂଆ ସ୍ପାନ ନିର୍ମାଣ କରାଯାଇଥିଲା। ତେବେ ଏଥିରେ କେବଳ ହାଲୁକାଯାନ ଯାତାୟତ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଏହି ଦୁର୍ବଳ ସେତୁ ଉପରେ ଭାରିଯାନଗୁଡ଼ିକ ଯିବାଆସିବା କରୁଛନ୍ତି। ଫଳରେ ଏହା ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି ବୋଲି କହିଛନ୍ତି ଦଶରଥପୁରର ସରୋଜ ବିଶ୍ୱାଳ। ପୋଲଟି ଭୁଶୁଡ଼ି ଗଲେ ଏଥର ବର୍ଷା ଦିନେ ପୁଣି ଲୋକେ ହଇରାଣ ହେବେ ବୋଲି କହିଛନ୍ତି ଯାଜପୁରର ସମରଜିତ ମହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story