ଏହି କାରଣରୁ ଏସିଆରେ ବଢ଼ି ଚାଲିଛି କରୋନା ସଙ୍କଟ...

ନୂଆଦିଲ୍ଲୀ: ଏସିଆ ମହାଦେଶରେ ବିଶ୍ୱ ମହାମାରୀ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିବାରେ ଲାଗିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୮୦୧୧୫୨ କରୋନା ସଂକ୍ରମଣ ମାମଲା ଚିହ୍ନଟ କରାଯାଇଥିବା ବେଳେ ୨୪୭୬୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏସିଆରେ ବର୍ତ୍ତମାନ ସୁଦ୍ଧା ୪୫୯୩୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ସେହିଭଳି ମୋଟ ୩୧୬୯୮୯ ଜଣଙ୍କ ନମୁନା କରୋନା ପଜିଟିଭ ଆସିଥିବା ଜଣାପଡ଼ିଛି। ତେବେ ଏଠାରେ ମୋଟ ୪୯୭୦ କରୋନା ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ରହିଛି। […]

coronavirus-in-asia

Pragnya Choudhury
  • Published: Monday, 18 May 2020
  • , Updated: 18 May 2020, 01:57 PM IST

ନୂଆଦିଲ୍ଲୀ: ଏସିଆ ମହାଦେଶରେ ବିଶ୍ୱ ମହାମାରୀ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିବାରେ ଲାଗିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୮୦୧୧୫୨ କରୋନା ସଂକ୍ରମଣ ମାମଲା ଚିହ୍ନଟ କରାଯାଇଥିବା ବେଳେ ୨୪୭୬୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏସିଆରେ ବର୍ତ୍ତମାନ ସୁଦ୍ଧା ୪୫୯୩୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ସେହିଭଳି ମୋଟ ୩୧୬୯୮୯ ଜଣଙ୍କ ନମୁନା କରୋନା ପଜିଟିଭ ଆସିଥିବା ଜଣାପଡ଼ିଛି। ତେବେ ଏଠାରେ ମୋଟ ୪୯୭୦ କରୋନା ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ରହିଛି।

ଏସିଆ ମହାଦେଶରେ କରୋନା ପ୍ରଭାବିତ ଶୀର୍ଷ ୧୦ଟି ଦେଶ ମଧ୍ୟରେ ତୁର୍କୀ ସର୍ବାଗ୍ରେ ରହିଛି। ଏହାପରେ ଇରାନ, ଭାରତ, ଚୀନ, ସାଉଦି ଆରବ, ପାକିସ୍ତାନ, କଟ୍ଟର, ସିଙ୍ଗାପୁର, ୟୁଏଇ ଏବଂ ବାଂଲାଦେଶ ରହିଛି। ତେବେ କରୋନା ପ୍ରଭାବିତ ଦୁନିଆର ୧୦ଟି ଦେଶ ମଧ୍ୟରେ ଏସିଆ ମହାଦେଶର ଦୁଇଟି ଦେଶ ରହିଛି। ଅନ୍ୟପଟେ ଅନ୍ୟ ସଂଖ୍ୟା ଆଧାରରେ କରୋନା ପ୍ରଭାବିତ ମହାଦେଶଗୁଡ଼ିକ କଥା କହିବାକୁ ଗଲେ ପ୍ରଥମେ ୟୁରୋପ, ୨ରେ ଉତ୍ତର ଆମେରିକା, ୩ୟରେ ଏସିଆ, ୪ର୍ଥରେ ଦକ୍ଷିଣ ଆମେରିକା, ୫ମରେ ଆଫ୍ରିକା ଏବଂ ୬ଷ୍ଠରେ ଅଷ୍ଟ୍ରେଲିୟା ରହିଛି।

କରୋନା ପ୍ରଭାବିତଙ୍କ ସଂଖ୍ୟା ଆଧାରରେ ଯଦିଓ ୟୁରୋପ ଏବଂ ଉତ୍ତର ଆମେରିକା ତୁଳନାରେ ଏସିଆ ପଛରେ ରହିଛି। ତଥାପି ଲଗାତର ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏସିଆ ମହାଦେଶର ସମସ୍ତ ଦେଶଗୁଡ଼ିକ ପାଇଁ ଚିନ୍ତା ବଢ଼ାଇଛି। ତେବେ ଏସିଆରେ କରୋନା ସଂକ୍ରମଣ ଲଗାତାର ବଢ଼ୁଥିବା ନେଇ ନିମ୍ନ କାରଣଗୁଡ଼ିକ ରହିଥିବା କୁହାଯାଉଛି...

  • ଏସିଆ ମହାଦେଶର ଅଧିକାଂଶ ଦେଶ ବିକାଶଶୀଳ ଦେଶ ଶ୍ରେଣୀଭୁକ୍ତ।
  • ବିକଶିତ ଦେଶ ତୁଳନାରେ ଏସୀୟ ଦେଶଗୁଡ଼ିକରେ ଆଧୁନିକ ଯନ୍ତ୍ରାଂଶ ବା ଅନ୍ୟ ସୁବିଧା ସୁଯୋଗ ନାହିଁ।
  • ଅନେକ ଦେଶରେ ଆଜି ବି ମୌଳିକ ସୁବିଧାର ଅଭାବ ଥିବା ସ୍ପଷ୍ଟ ବାରି ହୋଇଯାଉଛି।
    ଜାତିସଂଘ ପକ୍ଷରୁ ଜାରି ଏକ ରିପୋର୍ଟ ଅନୁଯାୟୀ ସାରା ଦୁନିଆରେ ଏସୀୟ ଶରଣାର୍ଥୀଙ୍କ ସଂଖ୍ୟା ଅଧିକ।
  • ଏସୀୟ ଦେଶଗୁଡ଼ିକରେ ବୃହତ୍ ସଂଖ୍ୟାରେ ଲୋକମାନେ ବସ୍ତି ଅଞ୍ଚଳରେ ବାସ କରୁଛନ୍ତି, ଯେଉଁଠି ଆବଶ୍ୟକ ସ୍ୱଚ୍ଛତା ନ ଥିବା ବେଳ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ଏଣୁ ଏଭଳି ବସ୍ତି ଅଞ୍ଚଳରେ ଅସ୍ଥାୟୀ ଘର ତିଆରି କରି ବାସ କରୁଥିବା ଲୋକମାନେ କରୋନା ନିୟମଗୁଡ଼ିକୁ ମାନିବା ସମ୍ଭବପର ନୁହେଁ।
  • ଶିକ୍ଷିତଙ୍କ ସଂଖ୍ୟା ତୁଳନାରେ ଏସୀୟ ଦେଶଗୁଡ଼ିକ ଅନ୍ୟ ମହାଦେଶଠାରୁ ପଛରେ, ଯାହାର ସିଧା ସଳଖ ପ୍ରଭାବ ଜରୁରୀ ସୂଚନାର ପ୍ରଚାର ପ୍ରସାର ଉପରେ ପଡ଼ିଥାଏ। ଏହି କାରଣରୁ ମହାମାରୀ ସମୟରେ ସୂଚନା ପହଞ୍ଚିବା, ତାକୁ ବୁଝିବା ଓ ପ୍ରସାର କରିବାରେ ବ୍ୟାଘାତ ସୃଷ୍ଟି ହୋଇପାରେ।
  • ବିକାଶଶୀଳ ଦେଶଗୁଡ଼ିକରେ ମହାମାରୀ ସମୟରେ ଆର୍ଥିକ ସଙ୍କଟ ସବୁଠାରୁ ଅଧିକ କଷ୍ଟ ଦେଇଥାଏ। ଫଳରେ ସରକାର ଜରୁରୀ ସାମଗ୍ରୀ ଉପରେ ଅଧିକ ଖର୍ଚ୍ଚ କରିପାରନ୍ତି ନାହିଁ।
  • ଆର୍ଥିକ ଦୁର୍ବଳତା ଯୋଗୁ ଏହି ଦେଶଗୁଡ଼ିକର ଜନସଂଖ୍ୟାର ଏକ ବଡ଼ ଅଂଶ ମହମାରୀ କଟକଣା ଓ ନିୟମଗୁଡ଼ିକୁ ଠିକ୍ ଭାବେ ପାଳନ କରିପାରନ୍ତି ନାହିଁ।
  • ମହାମାରୀ ସଙ୍କଟରେ ଜରୁରୀ କିଟ୍ ଏବଂ ସାମଗ୍ରୀର ଅଭାବ ମଧ୍ୟ ଏଠାରେ ସଂକ୍ରମଣ ସହ ଲଢ଼ିବାରେ ଅକ୍ଷମ କରିଦେଇପାରେ।
  • ସାରା ଦୁନିଆର ମୋଟ ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ଲୋକ କେବଳ ଏସିଆ ମହାଦେଶରେ ରହୁଛନ୍ତି। ଏସିଆରେ ଦୁନିଆର ସର୍ବାଧିକ ଜନସଂଖ୍ୟା ଥିବା ଦେଶଗୁଡ଼ିକ ରହିଛନ୍ତି।

Related story