ଡିସେମ୍ବର ୧ରୁ କୋଣାର୍କ ଉତ୍ସବ

କୋଣାର୍କ: ଆସନ୍ତା ୧ ତାରିଖରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହେବାକୁ ଥିବା କୋଣାର୍କ ଉତ୍ସବରେ ଶାସ୍ତ୍ରୀୟ ନୃତ୍ୟ ମୁଖ୍ୟ ଆକର୍ଷଣ ରହିବ। ଏହି ଉପଲକ୍ଷେ ଭୁବନେଶ୍ୱରରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ଏଥର ଦେଶର ୧୦ ଜଣ ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଷଣ କରିବେ। ୫ ଦିନ ବ୍ୟାପି ହେବାକୁ ଥିବା ଉତ୍ସବରେ ଓଡ଼ିଶୀ, ମଣିପୁରୀ, କୁଚୁପୁଡ଼ି, ଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ […]

konark

Rakesh Mallick
  • Published: Sunday, 29 November 2015
  • , Updated: 27 April 2017, 05:28 PM IST

କୋଣାର୍କ: ଆସନ୍ତା ୧ ତାରିଖରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହେବାକୁ ଥିବା କୋଣାର୍କ ଉତ୍ସବରେ ଶାସ୍ତ୍ରୀୟ ନୃତ୍ୟ ମୁଖ୍ୟ ଆକର୍ଷଣ ରହିବ। ଏହି ଉପଲକ୍ଷେ ଭୁବନେଶ୍ୱରରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ଏଥର ଦେଶର ୧୦ ଜଣ ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ସେମାନଙ୍କ ନୃତ୍ୟ ପରିବେଷଣ କରିବେ। ୫ ଦିନ ବ୍ୟାପି ହେବାକୁ ଥିବା ଉତ୍ସବରେ ଓଡ଼ିଶୀ, ମଣିପୁରୀ, କୁଚୁପୁଡ଼ି, ଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶିତ ହେବ। ସେହିପରି ଏହି ସମୟରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଏଥର ୫ ଜଣ ଆନ୍ତର୍ଜାତିକ ବାଲୁକା କଳା ଶିଳ୍ପୀଙ୍କ ସହ ମୋଟ ୪୪ ଜଣ ବାଲୁକାଶିଳ୍ପୀ ସେମାନଙ୍କ ବାଲୁକା କଳା ପ୍ରଦର୍ଶନ କରିବେ। ପୂର୍ବବର୍ଷ ଭଳି ଏଥର ମଧ୍ୟ ଓଡ଼ିଶା ପର୍ଯ୍ୟଟନ ଓ ଉନ୍ନୟନ ନିଗମ ପକ୍ଷରୁ ସ୍ୱତନ୍ତ୍ର ଭ୍ରମଣ ପ୍ୟାକେଜର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି।

Related story