ଉପସ୍ଥିତ ବୁଦ୍ଧି! ହୃଦ୍‌ଘାତରେ ମରିବା ପୂର୍ବରୁ ୬୦ ଜଣଙ୍କ ଜୀବନ ବଞ୍ଚାଇ ଦେଲେ

ଜଣେ ବ୍ୟକ୍ତି ହୃଦ୍‌ଘାତରେ ମରିବା ପୂର୍ବରୁ ୬୦ ଜଣ ଲୋକଙ୍କ ଜୀବନ ବଞ୍ଚାଇ ଦେଲେ। ଘଟଣାଟି ଘଟିଛି କର୍ଣ୍ଣାଟକର ଅମରାପୁରରେ। ପ୍ରାଣ ହରାଇଥିବା ଏହି ବ୍ୟକ୍ତି ଜଣେ ବସ୍ ଡ୍ରାଇଭର ଥିଲେ। ତାଙ୍କ ନାଁ ନାଗାରାଜୁ (୫୫)। ଘଟଣା ଦିନ ସେ ବସ୍ ଚଲାଉଥିଲେ। ବସ୍‌ରେ ୬୦ ଜଣ ଯାତ୍ରୀ ବସିଥିଲେ। ବସ୍‌ଟି ଅମରାପୁରରୁ ଶିରା ଯାଉଥିଲା। ବାଟରେ ତାଙ୍କ ଛାତିରେ ଯନ୍ତ୍ରଣା ହେଲା। ହଡ଼ବଡେଇ ନଯାଇ  ସେ ବସ୍‌ର ଗତି କମାଇ ଦେଲେ ଓ ରାସ୍ତା […]

bus

Rakesh Mallick
  • Published: Sunday, 19 March 2017
  • , Updated: 19 March 2017, 10:07 AM IST

ଜଣେ ବ୍ୟକ୍ତି ହୃଦ୍‌ଘାତରେ ମରିବା ପୂର୍ବରୁ ୬୦ ଜଣ ଲୋକଙ୍କ ଜୀବନ ବଞ୍ଚାଇ ଦେଲେ। ଘଟଣାଟି ଘଟିଛି କର୍ଣ୍ଣାଟକର ଅମରାପୁରରେ। ପ୍ରାଣ ହରାଇଥିବା ଏହି ବ୍ୟକ୍ତି ଜଣେ ବସ୍ ଡ୍ରାଇଭର ଥିଲେ। ତାଙ୍କ ନାଁ ନାଗାରାଜୁ (୫୫)। ଘଟଣା ଦିନ ସେ ବସ୍ ଚଲାଉଥିଲେ। ବସ୍‌ରେ ୬୦ ଜଣ ଯାତ୍ରୀ ବସିଥିଲେ। ବସ୍‌ଟି ଅମରାପୁରରୁ ଶିରା ଯାଉଥିଲା। ବାଟରେ ତାଙ୍କ ଛାତିରେ ଯନ୍ତ୍ରଣା ହେଲା। ହଡ଼ବଡେଇ ନଯାଇ  ସେ ବସ୍‌ର ଗତି କମାଇ ଦେଲେ ଓ ରାସ୍ତା କଡ଼କୁ ନେଇ ଗଲେ ଏବଂ ଏହାକୁ ବ୍ରେକ୍‌ ଦେଇ ରୋକିବାକୁ ଚେଷ୍ଟା କଲେ। ବସ୍ କଣ୍ଡକ୍ଟର କିଛି ଗୋଟେ ଘଟିବାକୁ ଯାଉଥିବାର ଆଶଙ୍କା କରି ତୁରନ୍ତ ନାଗାରାଜୁଙ୍କ ପାଖରେ ପହଞ୍ଚିଲେ ଓ ବେକ୍ ମାରିବାରେ ସାହାଯ୍ୟ କଲେ। ବସ୍ ରହିଗଲା। କିନ୍ତୁ ସେ ଜାଣିଗଲେ ନାଗାରାଜୁଙ୍କ ଦେହ ଭଲ ନାହିଁ। ତାଙ୍କୁ ତୁରନ୍ତ ମେଡିକାଲ୍ ନିଆଗଲା। ତେବେ ମେଡିକାଲ୍ ଯିବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ନାଗାରାଜୁ ଉପସ୍ଥିତ ବୁଦ୍ଧି ଯୋଗୁଁ ୬୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଲେ, କିନ୍ତୁ ନିଜେ ବଞ୍ଚିପାରିଲେ ନାହିଁ।

 

Related story