Advertisment

ହୀରା କାହିଁକି ମୂଲ୍ୟବାନ୍‌ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି ‘ପିଲା ନୁହେଁ ସେ ହୀରାଟିଏ’। ପ୍ରତ୍ୟେକ ଭଲ ଜିନିଷ ଓ ବ୍ୟକ୍ତିଙ୍କୁ ଆମେ ହୀରା ସହିତ ତୁଳନା କରିଥାଉ। ସୁନ୍ଦର, ଦୁର୍ଲଭ ଓ କାଳଜୟୀ ପରି ଶବ୍ଦ ହୀରା ପାଇଁ ବ୍ୟବହାର ହୋଇଥାଏ। ଇତିହାସ ଅନୁସାରେ ହୀରା ପରି ଏକ ବହୁମୂଲ୍ୟ ସମ୍ପତ୍ତିରେ ଉତ୍ପତ୍ତି ଡାଇନୋସୋର ଯୁଗ ଏବଂ ୧ ନିୟୁତରୁ ୩.୫ ନିୟୁତ ବର୍ଷ ମଧ୍ୟରେ ହୋଇଥିଲା। ପୃଥିବୀ ପୃଷ୍ଠର ପାଖାପାଖି ୧୫୦ରୁ ୨୦୦ କିଲୋମିଟର ଗଭୀର ମାଟିତଳେ […]

ଅଦ୍ୟତନ ହୋଇଛି
ହୀରା କାହିଁକି ମୂଲ୍ୟବାନ୍‌ ?

hira1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି ‘ପିଲା ନୁହେଁ ସେ ହୀରାଟିଏ’। ପ୍ରତ୍ୟେକ ଭଲ ଜିନିଷ ଓ ବ୍ୟକ୍ତିଙ୍କୁ ଆମେ ହୀରା ସହିତ ତୁଳନା କରିଥାଉ। ସୁନ୍ଦର, ଦୁର୍ଲଭ ଓ କାଳଜୟୀ ପରି ଶବ୍ଦ ହୀରା ପାଇଁ ବ୍ୟବହାର ହୋଇଥାଏ। ଇତିହାସ ଅନୁସାରେ ହୀରା ପରି ଏକ ବହୁମୂଲ୍ୟ ସମ୍ପତ୍ତିରେ ଉତ୍ପତ୍ତି ଡାଇନୋସୋର ଯୁଗ ଏବଂ ୧ ନିୟୁତରୁ ୩.୫ ନିୟୁତ ବର୍ଷ ମଧ୍ୟରେ ହୋଇଥିଲା।

Advertisment

ପୃଥିବୀ ପୃଷ୍ଠର ପାଖାପାଖି ୧୫୦ରୁ ୨୦୦ କିଲୋମିଟର ଗଭୀର ମାଟିତଳେ ଥିବା କାର୍ବନରୁ ହୀରା ସୃଷ୍ଟି ହୋଇଥାଏ। କହିବାକୁ ଗଲେ ହୀରାର ସୃଷ୍ଟି ହେବା ପାଇଁ ଶହ ଶହ ବର୍ଷ ଲାଗିଥାଏ। ଥରେ ମାଟିତଳୁ ହୀରା ଖନନ ହେବା ପରେ ରଙ୍ଗ ଓ ସ୍ପଷ୍ଟତାକୁ ଏହାକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇଥାଏ। ପରେ ଅଲଗା ଅଲଗା ଆକାର ଦେଇ ହୀରାକୁ ପ୍ରସ୍ତୁତି ଓ ଚିକ୍କଣ କରାଯାଇଥାଏ। ହୀରା କିଣିବା ପୂର୍ବରୁ ଏହାର ଉତ୍ପତ୍ତି ବିଷୟରେ ଜାଣିବା ଗୁରୁତ୍ୱପୂର୍ଣ୍ଣ।

ଆସନ୍ତୁ ଜାଣିବା ହୀରାରୁ କିପରି ପ୍ରସ୍ତୁତି କରାଯାଇଥାଏ।

ହୀରାର ସୁନ୍ଦରତା, ମୂଲ୍ୟ ଓ ଗୁଣବତ୍ତାକୁ ଦେଖି ଚାରୋଟି ‘ସି’ ଦେଇ ତିଆରି କରାଯାଇଥାଏ। ସେଗୁଡ଼ିକ ହେଉଛି କଟ୍‌, କଲର୍‌, କ୍ଲାରିଟି ଓ କାରାଟ୍‌। ଚାରୋଟି ‘ସି’ରେ ହୀରାର କଟ୍‌, ସେପ୍‌ ଓ ରଙ୍ଗ ଉପରେ ଦୃଷ୍ଟି ଦିଆଯାଇଥାଏ।

Advertisment

publive-image

ହୀରାର ସୌନ୍ଦର୍ଯ୍ୟ ଏହାର କଟ୍‌ ଉପରେ ନିର୍ଭର କରିଥାଏ। ତେଣୁ ହୀରାକୁ ଠିକ୍‌ ଭାବରେ କାଟିବାକୁ ପଡ଼ିଥାଏ। ଯେପରି ଏହା ବେଶି ଡିପ୍‌ କିମ୍ୱା ଫ୍ଲାଟ୍‌ରେ ନକଟାଯାଏ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ସେହିପରି କଲର୍‌ରେ ହୀରାକୁ ଟ୍ରାନ୍ସପାରେଣ୍ଟ ବା ସ୍ୱଚ୍ଛ ରଙ୍ଗର ରୂପ ଦିଆଯାଇଥାଏ।

କାରାଟ୍‌ରେ ହୀରାର ଓଜନକୁ ଦେଖାଯାଇଥାଏ। ଗୋଟିଏ କାରାଟ୍‌ ୨୦୦ ମିଲିଗ୍ରାମ୍‌କୁ ବୁଝାଇଥାଏ। ଚାରୋଟି ‘ସି’କୁ ଦେଖି ହିଁ ବିଶ୍ୱସ୍ତରରେ ସୁଦ୍ଧ ହୀରାର ଚୟନ କରାଯାଇଥାଏ। ଆହୁରି ମଧ୍ୟ ହୀରାକୁ ଗ୍ରେଡିଂ କରିବା ପାଇଁ ‘ଜିଆଇଏ ଟ୍ୟାଗ୍‌’ ବା ‘ଦ ଜିଓମୋଲୋଜିକାଲ୍‌ ଇନଷ୍ଟିଟ୍ୟୁଟ୍‌ ଅଫ୍ ଆମେରିକା’ର ଟ୍ୟାଗ୍ ଦିଆଯାଇଛି। ଏହି ଟ୍ୟାଗ୍‌ ନଥିଲେ ହୀରା ନକଲି ବୋଲି ଧରାଯାଇଥାଏ।

ସମସ୍ତ ସୁନା ଦୋକାନରେ ଜିଆଇଏ ଟ୍ୟାଗ୍‌ ଦେଖି ହୀରା କିଣାଯାଇଥାଏ। ହୀରାକୁ ଜିଆଇଏ ଟ୍ୟାଗ୍ ମିଳିଥିଲେ ହିଁ ଏହା ‘ଫୋର୍‌ ସି’ ପଦ୍ଧତି ଦେଇ ତିଆରି ହୋଇଛି ବୋଲି ଜଣାପଡ଼ିଥାଏ।

ହୀରାର କିଛି ଲୋକପ୍ରିୟ ସେପ୍‌ ବା ସାଇଜ୍‌ ରହିଛି, ଯାହାକୁ ଗ୍ରାହକ ଅଧିକ କିଣିବା ପାଇଁ ପସନ୍ଦ କରିଥା’ନ୍ତି।

ସେଗୁଡ଼ିକ ମଧ୍ୟରୁ ରାଉଣ୍ଡ, ପ୍ରିନସେସ୍‌, ଓଭାଲ୍, ମର୍‌କ୍ୟୁଇଜ୍‌, ପିଅର, କ୍ୟୁଜିନ୍‌ ଓ ଏମରାଲ୍ଡ ଅନ୍ୟତମ।

ରାଉଣ୍ଡ : ହୀରା ଡିଜାଇନ୍ ମଧ୍ୟରେ ରାଉଣ୍ଡ ବ୍ରିଲିଆଣ୍ଟ ସେପ୍ ସବୁଠାରୁ ଲୋକପ୍ରିୟ।

ଓଭାଲ୍‌ : ସେହିପରି ଓଭାଲ୍ ସେପ୍‌ ହୀରା ବିଷୟରେ ଅନେକ ଇତିହାସ ରହିଛି। ବିଶ୍ୱ ପ୍ରସିଦ୍ଧ କୋହିନୂର୍ ହୀରା ଓଭାଲ୍‌ ସେପ୍‌ରେ ତିଆରି ହୋଇଥିଲା। ଯାହା ପ୍ରଥମେ ୧୩୦୦ ଶତବ୍ଦୀରେ ଭାରତରେ ଆବିଷ୍କାର ହୋଇଥିଲା।

ପ୍ରିନସେସ୍‌ : ଏହା ହୀରା ମଧ୍ୟରେ ଦ୍ୱିତୀୟ ଲୋକପ୍ରିୟ ସେପ୍‌। ୧୯୬୦ ରୁ ୧୯୮୦ ମଧ୍ୟରେ ଏହି ସେପ୍‌କୁ ଗ୍ରାହକ ବେଶ୍‌ ପସନ୍ଦ କରୁଥିଲେ।

କ୍ୟୁଜିନ୍‌ : ଏହା ଏକ ସ୍କୋଆର୍‌ କଟ୍‌ ଡାଇମଣ୍ଡ ସେପ୍‌। ଏକାଧିକ ବିଶ୍ୱ ପ୍ରସିଦ୍ଧ ଡାଇମଣ୍ଡ ଏହି ସେପ୍‌ରେ ତିଆରି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe