ସୀତାମାଢ଼ୀ (ବିହାର): କୌଣସି ସାହି ବା ବସ୍ତିରେ ଯଦି ଜଣେ ଦୁଇ ଜଣ ଭିକ ମାଗୁଛନ୍ତି, ତା’ହେଲେ ବୁଝାପଡ଼ୁଛି। କିନ୍ତୁ ଯଦି ପୂରା ସାଇ ଅବା ବସ୍ତିର ଲୋକେ ଭିକ ମାଗୁଥିବେ ତା’ହେଲେ କଥାଟା ଟିକେ ହଟ୍କର। ନୁହେଁ କି? ବିହାରର ସୀତାମାଢ଼ୀ ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ଅଢ଼େଇ କିଲୋମିଟର ଦୂର ମରର୍ଜାପୁର ପଞ୍ଚାୟତର ଫକିର ବସ୍ତିର ସମସ୍ତ ଲୋକ ପିଢ଼ି ପରେ ପିଢ଼ି ଭିକ ମାଗି ଚଳୁଛନ୍ତି। ଏଠାରେ ପ୍ରାୟ ଦେଢ଼ ଶହ ଲୋକ ବସବାସ କରନ୍ତି।
ସକାଳ ହେଲେ ଏଠାକାର ଲୋକ ଭିକ ମାଗିବା ପାଇଁ ବାହାରି ପଡ଼ନ୍ତି। ସନ୍ଧ୍ୟା ହେଲେ ଘରକୁ ଫେରନ୍ତି। ଦିନ ତମାମ ଯାହା ମିଳିଥାଏ ରାତିରେ ସପରିବାର ତାହାକୁ ଖାଆନ୍ତି। ଏହି ବସ୍ତିର ୬୦ ବର୍ଷୀୟ ଜୁମରାତି ଶାହ (୬୦) କହନ୍ତି, ମୋ ଜେଜେ ଭିକ ମାଗି ଚଳୁ ଥିଲେ। ଧୀରେ ଧୀରେ ପରିବାର ବଢ଼ିଲା। ଆଜି ଏହା ଏକ ବସ୍ତିରେ ପରିଣତ ହୋଇଯାଇଛି। ଭିକ ମାଗୁଥିବା କାରଣରୁ ହିଁ ଏହି ବସ୍ତିର ନାଁ ଫକୀର ବସ୍ତି ହୋଇଯାଇଛି।
ଶାରୀରିକ ଭାବେ ସୁସ୍ଥ ଥିଲେ ହେଁ ଏଠାକାର ଲୋକେ ଭିକ ମାଗୁଛନ୍ତି। ଯଦି କୌଣସି ଅପରିଚିତ ବ୍ୟକ୍ତି ଏହି ବସ୍ତି ଭିତରକୁ ପଶି ଆସେ ତା’ହେଲେ ସମସ୍ତେ ତାଙ୍କୁ ଟଙ୍କା ମାଗନ୍ତି। କିଛି ଲୋକ ସୀତାମାଢ଼ୀ ମଧ୍ୟ ଯାଆନ୍ତି ଭିକ ମାଗିବାକୁ।
ଅବଶ୍ୟ ଗାଁର ନୂଆ ପିଢ଼ିର ପିଲାଏ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଚାହୁଁଛନ୍ତି।