Advertisment

କପେ ଚା' ବିନା ସବୁ ଫିକା ଫିକା...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କପେ ଚା’ ସକାଳକୁ ସତେଜ କରିଦେଇପାରେ। କପେ ଚା’ ମଣିଷର ମନ ପରିବର୍ତ୍ତନ କରିଦେଇପାରେ। କପେ ଚା’ ଖରାପ ଦିନକୁ ଭଲ କରିଦେଇପାରେ। କପେ ଚା’ ସନ୍ଧ୍ୟାର ବିରକ୍ତିକୁ ଦୂର କରିଦେଇପାରେ। ଆଉ ବେଳେ ବେଳେ କପେ ଚା’ ବର୍ତ୍ତମାନରୁ ନେଇ ଅତୀତରେ ଛାଡ଼ିଦେଇ ଆସିପାରେ। ଚା’ପ୍ରେମୀଙ୍କ ଜୀବନରେ କପେ ଚା’ର ମହତ୍ୱ ବେଶ୍ ଅଧିକା। ହେଲେ ବଡ଼ ବଡ଼ ବ୍ୟବସାୟିକ ବୈଠକ, ନିଷ୍ପତ୍ତି, ବନ୍ଧୁମାନଙ୍କ ସହ ଖଟ୍ଟି ହେଉ ବା ଅଫିସ କ୍ୟାଣ୍ଟିନ୍ […]

ଅଦ୍ୟତନ ହୋଇଛି
କପେ ଚା' ବିନା ସବୁ ଫିକା ଫିକା...

tea-day

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କପେ ଚା' ସକାଳକୁ ସତେଜ କରିଦେଇପାରେ। କପେ ଚା' ମଣିଷର ମନ ପରିବର୍ତ୍ତନ କରିଦେଇପାରେ। କପେ ଚା' ଖରାପ ଦିନକୁ ଭଲ କରିଦେଇପାରେ। କପେ ଚା' ସନ୍ଧ୍ୟାର ବିରକ୍ତିକୁ ଦୂର କରିଦେଇପାରେ। ଆଉ ବେଳେ ବେଳେ କପେ ଚା' ବର୍ତ୍ତମାନରୁ ନେଇ ଅତୀତରେ ଛାଡ଼ିଦେଇ ଆସିପାରେ। ଚା'ପ୍ରେମୀଙ୍କ ଜୀବନରେ କପେ ଚା'ର ମହତ୍ୱ ବେଶ୍ ଅଧିକା। ହେଲେ ବଡ଼ ବଡ଼ ବ୍ୟବସାୟିକ ବୈଠକ, ନିଷ୍ପତ୍ତି, ବନ୍ଧୁମାନଙ୍କ ସହ ଖଟ୍ଟି ହେଉ ବା ଅଫିସ କ୍ୟାଣ୍ଟିନ୍ କପେ ଚା' ବିନା ସବୁ ଫିକା ଫିକା। ରାସ୍ତାକଡ଼ର ଓମଫେଡ୍ ହେଉ କି ବଡ଼ ବଡ଼ ରେସ୍ତୋରାଁ ଚା'କୁ ବା କିଏ ଅଣଦେଖା କରିଛି! ନା କରିବ? ସ୍ୱାଦ ଏକା କିନ୍ତୁ ପିଇବାର ତରିକା ଅଲଗା ଅଲଗା। ସମସ୍ତଙ୍କର ଚା' ପିଇବାର ନିଜସ୍ୱ ତରିକା ରହିଛି।

Advertisment

tea

ସମୟ ଅନୁସାରେ ଚା'ର ବ୍ୟବହାର ଓ ଉପଯୋଗିତା ମଧ୍ୟ ବଦଳିଯାଇଛି। ଭିନ୍ନ ଭିନ୍ନ ଉପାୟରେ ଚା'କୁ ଗ୍ରହଣ କରାଯାଉଛି, ଯାହା ଚା'ର ଚାହିଦାକୁ ବର୍ତ୍ତମାନ ସମୟରେ ବହୁଗୁଣିତ କରିପାରିଛି। ଚା' ଆଜି କେବଳ ଏକ ପାନୀୟ ନୁହେଁ, ସୌନ୍ଦର୍ଯ୍ୟ ପ୍ରସାଧନ, ଚାର ମୁକ୍ତ କରିବାର ଔଷଧ ଏବଂ ଚେରମୂଳୀ ଭାବେ ମଧ୍ୟ ଏହାକୁ ଆଜିର ସମୟରେ ବ୍ୟବହାର କରାଯାଉଛି। ଏପରି କି ବର୍ତ୍ତମାନ ବିଶ୍ୱ ମହାମାରୀ କରୋନା କାଳରେ ମଧ୍ୟ ଚା' ନିଜର ଉପଯୋଗିତା ପ୍ରତିପାଦନ କରିପାରିଛି। ଆଜି ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଲୋକେ ଚା'କୁ କାଢ଼ା ଭାବରେ ପିଉଛନ୍ତି। ଭିନ୍ନ ଭିନ୍ନ ଉପାୟରେ ଚା'କୁ କାଢ଼ା ଭାବେ ପ୍ରସ୍ତୁତ କରି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଲୋକେ ଏହାକୁ ଆଜି ଦୈନନ୍ଦିନ ଜୀବନଚର୍ଯ୍ୟାରେ ସାମିଲ କରିଛନ୍ତି।

tea

ଚା' ପତ୍ରରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଏବଂ ଫାଇଟୋକେମିକାଲ୍ସ ଶରୀରର ପ୍ରତିରୋଧକ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ। ଏଣୁ ଭୂତାଣୁ ସଂକ୍ରମଣ ସହ ଲଢ଼ିବାକୁ ଲୋକେ କାଢ଼ାରେ ଚା' ପତ୍ରକୁ ବ୍ୟବହାର କରୁଛନ୍ତି। ସେହିପରି ଅଦା ଚା'ର ସ୍ୱାଦକୁ ଦ୍ୱିଗୁଣିତ କରିବା ସହ ସଂକ୍ରମଣଠାରୁ ରକ୍ଷା କରିଥାଏ। ଲେମନ୍ ଟି-ଭାବେ ବି ଅନେକ ଲୋକ ଚା'କୁ ପିଇବା ପସନ୍ଦ କରିଥାନ୍ତି। ଲେମ୍ୱୁରେ ଭିଟାମିନ୍-ସି ପ୍ରଚୁର ମାତ୍ରାରେ ରହିଛି, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। କରୋନା ସହ ଲଢ଼ିବାକୁ ଯଷ୍ଟିମଧୁ, ତୁଳସୀ, ଅଦା, ଅଶ୍ୱଗନ୍ଧା ଓ ଗୁଳୁଚି ଏବଂ ଜୁଆଣି ମିଶାଇ ମଧ୍ୟ ଚା' ପ୍ରସ୍ତୁତ କରାଯାଏ।

Advertisment

china-tea

ଆଜିକାଲି ନୋଏଡାରେ ଆଣ୍ଟି କରୋନା ରାମବାଣ, ଆଣ୍ଟି କୋଭିଡ୍ ସୂର୍ଯ୍ୟାସ୍ତ୍ର ଏବଂ ବ୍ରହ୍ମାସ୍ତ୍ର ନାମରେ ଚା' ବିକ୍ରି ହେଉଛି। ଏହାର ଜଣେ ସଫଳ ବ୍ୟବସାୟୀ ଜଗଦୀଶ କୁହନ୍ତି, ଇତିହାସ ଅନୁଯାୟୀ, ଚା'ର ଆବିଷ୍କାର ହଠାତ୍ ହୋଇଯାଇଥିଲା। ଚୀନରେ ବାଦଶାହ ସମ୍ରାଟ ଶେନ ନୁଗ୍ନ ଉଦ୍ୟାନରେ ବସି ପ୍ରତିଦିନ ଖାଲି ପେଟରେ ଗରମ ପାଣି ପିଅନ୍ତି। ଦିନେ ବନ୍ଧୁମାନଙ୍କ ସହ ଆଲୋଚନା କରୁଥିବା ସମୟରେ ହଠାତ୍ କିଛି ପତ୍ର ସମ୍ରାଟଙ୍କ ଗରମ ପାଣିରେ ପଡ଼ିଗଲା। ଫଳରେ ଗରମ ପାଣିର ରଙ୍ଗ ପରିବର୍ତ୍ତନ ହେବା ସହ ସୁଗନ୍ଧ ମଧ୍ୟ ଅନୁଭବ ହୋଇଥିଲା। ବାଦଶାହ ସେହି ଗରମ ପାଣି ପିଇଥିଲେ।

assam-tea

ଏହାପରେ ତାହା ବାଦଶାହଙ୍କ ମନପସନ୍ଦ ପାନୀୟ ହୋଇଗଲା। ବାଦଶାହ ଏନେଇ ଚା'ର ପ୍ରସ୍ତୁତି ପ୍ରଣାଳୀ କାହାକୁ ନ କହିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ବର୍ଷ ବର୍ଷ ଧରି ଦୁନିଆର ଅନ୍ୟ ପ୍ରାନ୍ତରେ ଚା'ର ଆବିଷ୍କାର ପଛର କାହାଣୀ କାହାକୁ ଜଣା ନ ଥିଲା। ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ପାନୀୟ ହୋଇଥିବାରୁ ବୌଦ୍ଧ ଧର୍ମାବଲମ୍ୱୀମାନେ ମଧ୍ୟ ଏହାକୁ ପିଇବା ଆରମ୍ଭ କରିଦେଲେ। ସେମାନଙ୍କ ମାଧ୍ୟମରେ ଆସାମରେ ଚା'ର ଗୁଣବତ୍ତା ପ୍ରଚାର ପ୍ରସାର ହେଲା ଏବଂ ସେଠାରେ ଚା' ଦୌନନ୍ଦିନ ଜୀବନଶୈଳୀରେ ସାମିଲ ହେଲା।

ଏକ ସର୍ଭେରୁ ଜଣାପଡ଼ିଛି ଯେ, ସାଧାରଣ ଲୋକଙ୍କ ତୁଳନାରେ ଚା' ପିଉଥିବା ଲୋକଙ୍କ ମସ୍ତିଷ୍କର କାର୍ଯ୍ୟ କ୍ଷମତା ଅଧିକ। ନ୍ୟାଶନାଲ ୟୁନିଭର୍ସିଟି ଅଫ୍ ସିଙ୍ଗାପୁରର ତାଜା ତଥ୍ୟ ଅନୁସାରେ, ଚା' ପିଇବା ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ। ବୟସ ବଢ଼ିବା ସହ ମସ୍ତିଷ୍କର କ୍ଷମତା ହ୍ରାସ ପାଇବାରୁ ମଧ୍ୟ ଚା' ରକ୍ଷା କରିଥାଏ। ଗୁଡ଼ରେ ତିଆରି ଚା' ମନର ସ୍ଥିତିକୁ ସୁଧାରିବା ସହ ହୃଦରୋଗରୁ ମଧ୍ୟ ରକ୍ଷା କରିଥାଏ।

ତେବେ ଆଜି ହେଉଛି ଅନ୍ତର୍ଜାତୀୟ ଚା' ଦିବସ। ମିଳିତ ଜାତିସଂଘ ଅନୁଯାୟୀ ପ୍ରତିବର୍ଷ ମେ' ୨୧ ଅନ୍ତର୍ଜାତୀୟ ଚା' ଦିବସ ପାଳନ କରାଯିବାକୁ ସ୍ଥିର ହୋଇଛି। ମୁଖ୍ୟତଃ ସାରା ବିଶ୍ୱରେ ଚା'ର ଚାହିଦାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରିବା ଆରମ୍ଭ କରାଯାଇଥିଲା। ୨୦୧୯ ଡିସେମ୍ୱର ୨୧ରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ବିଶ୍ୱର ଅନ୍ୟତମ ପୁରାତନ ପାନୀୟ ଭାବେ ଚା'କୁ ମାନ୍ୟତା ଦେଇଛି। ଏଣୁ ଆଜି ଜାତିସଂଘ ପକ୍ଷରୁ ପ୍ରଥମ ଅନ୍ତର୍ଜାତୀୟ ଚା' ଦିବସ ପାଳନ କରାଯାଉଛି। ତେବେ ୨୦୦୫ ମସିହାରୁ ଭାରତ, ଶ୍ରୀଲଙ୍କା, ନେପାଳ, ଭିଏତନାମ, ଇଣ୍ଡୋନେସିଆ, ବାଂଲାଦେଶ, କେନିଆ, ମଲାଓ୍ୱି, ମାଲେସିଆ, ଉଗାଣ୍ଡା ଏବଂ ତାଞ୍ଜାନିଆ ଭଳି ପ୍ରମୁଖ ଚା' ଉତ୍ପାଦନକାରୀ ଦେଶରେ ଚା' ଦିବସ ପାଳିତ ହୋଇଆସୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe