Advertisment

ଏମାନଙ୍କ ପାଇଁ କରୋନା ସଂକ୍ରମଣ ବିପଜ୍ଜନକ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦୁନିଆରେ କରୋନା ଭୂତାଣୁର ଦାଉ ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯଦିଓ ଯେକୌଣି ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। ତଥାପି ଯେଉଁମାନଙ୍କୁ ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ରହିଛି, ସେମାନଙ୍କ କ୍ଷେତ୍ରରେ ଏହା ବେଶୀ ବିପଜ୍ଜନକ ଅଟେ। ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଲୋକଙ୍କଠାରେ କେବଳ ସାମାନ୍ୟ ଲକ୍ଷଣ ହିଁ ଦେଖିବାକୁ ମିଳିଛି। ୧୫ ପ୍ରତିଶତ ରୋଗୀ ଗମ୍ଭୀର […]

ଅଦ୍ୟତନ ହୋଇଛି
ଏମାନଙ୍କ ପାଇଁ କରୋନା ସଂକ୍ରମଣ ବିପଜ୍ଜନକ!

diabatic

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ଦୁନିଆରେ କରୋନା ଭୂତାଣୁର ଦାଉ ବଢ଼ିବାରେ ଲାଗିଛି। ଭାରତରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯଦିଓ ଯେକୌଣି ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହୋଇପାରେ। ତଥାପି ଯେଉଁମାନଙ୍କୁ ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟା ରହିଛି, ସେମାନଙ୍କ କ୍ଷେତ୍ରରେ ଏହା ବେଶୀ ବିପଜ୍ଜନକ ଅଟେ। ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଲୋକଙ୍କଠାରେ କେବଳ ସାମାନ୍ୟ ଲକ୍ଷଣ ହିଁ ଦେଖିବାକୁ ମିଳିଛି। ୧୫ ପ୍ରତିଶତ ରୋଗୀ ଗମ୍ଭୀର ରୂପେ ସଂକ୍ରମିତ ଏବଂ ଶେଷ ୫ ପ୍ରତିଶତ ଲୋକଙ୍କଠାରେ ଏହା ସାଂଘାତିକ ବା ଅତ୍ୟନ୍ତ ଗୁରୁତର ସ୍ଥିତି ଦେଖାଦେଉଛି।

Advertisment

ଇଣ୍ଟରନ୍ୟାସନାଲ ମେଡିକାଲ ଜର୍ନାଲ 'ଦି ଲାଁସେଟ୍' ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁମାନେ ବୃଦ୍ଧ, ଉଚ୍ଚ ରକ୍ତଚାପ, ହୃଦ୍ ଜନିତ ସମସ୍ୟା, କିଡନୀ ବା ମଧୁମେହ ରୋଗରେ ପୀଡ଼ିତ ସେମାନେ କରୋନା ସଂକ୍ରମିତ ହେଲେ ସାଂଘାତିକ ଭାବେ ଗୁରୁତର ହୋଇ ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଛି। ଚୀନର ଉହାନସ୍ଥିତ ଦୁଇଟି ହସ୍ପିଟାଲରେ ୧୯୧ଜଣ ରୋଗୀଙ୍କୁ ନେଇ ସର୍ଭେ କରାଯିବା ପରେ ଏହି ତଥ୍ୟ ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଯଦି ଭାରତ କଥା ଚିନ୍ତା କରିବା, ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ ଅଧିକା। ଇଣ୍ଟରନ୍ୟାସନାଲ ଡାଏବେଟିକ୍ ଫେଡେରେସନ ଅନୁଯାୟୀ, ଭାରତରେ ୨୦୧୯ ମସିହାରେ ମଧୁମେହ ରୋଗୀଙ୍କ ସଂଖ୍ୟା ୭ କୋଟି ଥିଲା ଆଉ ଏହି ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଲଗାତର ଦୁନିଆରେ କରୋନା ସଂକ୍ରମଣର ଆତଙ୍କ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ପକ୍ଷରୁ ମଧ୍ୟ ଗାଇଡଲାଇନ୍ ଜାରି କରାଯାଇଛି। ଏଥିରେ ମଧୁମେହ ରୋଗୀଙ୍କୁ ସଂକ୍ରମଣରୁ ରକ୍ଷା ପାଇବା ଲାଗି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଇଛି।

Advertisment

ପ୍ରକୃତରେ ମଧୁମେହ ରୋଗୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସାମାନ୍ୟ ଲୋକଙ୍କ ତୁଳନାରେ କମ୍ ରହିଥାଏ। ସେପଟେ ରୋଗ ପ୍ରତିରୋଧ କ୍ଷମତା କମ୍ ଥିଲେ କରୋନା ସଂକ୍ରମଣ ସହଜରେ ହୋଇଥାଏ ବୋଲି ଜଣାପଡ଼ିଛି। ଏମିତିରେ ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରାର ମାତ୍ରା ଅଧିକ ରହିଥିବାରୁ ଭୂତାଣୁ ଶରୀରରେ ଜୀବିତ ରହିବାକୁ ସହଜ ହୋଇଯାଏ। ଏଣୁ ମଧୁମେହ ରୋଗୀଙ୍କୁ ବିଶେଷ ଭାବେ ରକ୍ତରେ ଶର୍କରା ବା ବ୍ଲଡ୍ ସୁଗାର ନିୟନ୍ତ୍ରିତ କରି ରଖିବା ଆବଶ୍ୟକ।

ତେବେ ଡବ୍ଲୁଏଚଓ ପକ୍ଷରୁ ମଧୁମେହ ରୋଗୀଙ୍କ ଲାଗି ଜାରି କରାଯାଇଥିବା ଗାଇଡଲାଇନରେ କୁହାଯାଇଛି ଯେ, ଜନଗହଳି ସ୍ଥାନକୁ ବିଲକୁଲ ଯିବେ ନାହିଁ। ଯଦିଓ ଏବେ ଭାରତରେ ତାଲା ବନ୍ଦ ବା ଲକଡାଉନ୍ କରାଯାଇଛି। ତଥାପି ପନିପରିବା ତଥା ଅନ୍ୟାନ୍ୟ ଜିନିଷ କିଣିବା ଲାଗି ଲୋକମାନେ ଘରୁ ବାହାରକୁ ଯାଉଛନ୍ତି। ତେବେ ଅତ୍ୟାବଶ୍ୟକ ହେଲେ ପରିବାରର ଅନ୍ୟ ସଦସ୍ୟଙ୍କୁ ବାହାରକୁ ପଠାନ୍ତୁ କିନ୍ତୁ ଆପଣ ଯଦି ମଧୁମେହ ରୋଗୀ ଘରୁ ଭିଡ଼ ସ୍ଥାନକୁ ବିଲକୁଲ୍ ଯାଆନ୍ତୁ ନାହିଁ।

ଆପଣ ଯଦି ମଧୁମେହ ରୋଗୀ ତେବେ ପରିସ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ। ନିୟମିତ ସାବୁନ ଓ ପାଣିରେ ହାତ ଧୁଅନ୍ତୁ। ମୁହଁ, ଆଖି, ପାଟି, ନାକ ଆଦିକୁ ବାରମ୍ବାର ଛୁଁଅନ୍ତୁ ନାହିଁ। ଯଥା ସମ୍ଭବ ଏକାନ୍ତବାସକୁ ମାନି ଚଳନ୍ତୁ। ଯଦି କାହାକୁ ଭେଟୁଛନ୍ତି ବା ଦେଖା କରୁଛନ୍ତି ଶାରୀରିକ ଦୂରତା ବଜାୟ ରଖନ୍ତୁ। ହାତ ମିଶାନ୍ତୁ ନାହିଁ। ଘରେ ନିଶ୍ଚିତ ଭାବେ ବ୍ୟାୟାମ କରନ୍ତୁ। ଲକଡାଉନ ସମୟରେ ଘରେ ରହି ହିଁ ଏକ ଦିନଚର୍ଯ୍ୟା ପାଳନ କରନ୍ତୁ। ପୁଷ୍ଟିକର ଖାଦ୍ୟ ଖାଇବା ସହ ଖାଦ୍ୟରେ ସୋୟାବିନ୍, ସବୁଜ ପନିପରିବା ଓ ଡାଲି ପର୍ଯ୍ୟାପ୍ତ ମାତ୍ରାରେ ଖାଆନ୍ତୁ। ପ୍ରଚୁର ପାଣି ପିଅନ୍ତୁ ଏବଂ ଖାଦ୍ୟ ତାଲିକା ବାବଦରେ ନିଜ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ।

ତେବେ ସବୁଠାରେ ଜରୁରୀ ବିଷୟ ହେଲା, କରୋନା ଭୂତାଣୁ ସଂକ୍ରମଣ ପରିସ୍ଥିତିରେ ମଧୁମେହ ରୋଗୀଙ୍କୁ ନିୟମିତ ଭାବେ ନିଜର ବ୍ଲଡ୍ ସୁଗାର ପରୀକ୍ଷା କରିନେବା ଉଚିତ୍। ବ୍ଲଡ୍ ସୁଗାର ଟେଷ୍ଟ ରିପୋର୍ଟ ସ୍କ୍ରିପ୍ଟ କରି ରଖନ୍ତୁ। ଏହା ଆଗାମୀ ଭବିଷ୍ୟତରେ କାମରେ ଆସିପାରେ। ଫୋନ୍ ମାଧ୍ୟମରେ ନିଜ ଡାକ୍ତରଙ୍କୁ ସମୟ ସମୟରେ ଯୋଗାଯୋଗ କରୁଥାନ୍ତୁ। ଆଗୁଆ ଔଷଧ କିଣି ନିଜ ପାଖରେ ରଖିଥାନ୍ତୁ।

ଏପରି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆପଣ ସଜାଗ ରହି ନିଜର ଯଥୋଚିତ ଯତ୍ନ ନେଲେ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବେ। ଘରେ ରୁହନ୍ତୁ, ସଜାଗ ରୁହନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe