Advertisment

ହାତୀଙ୍କ ଜୀବନପ୍ରତି ବିପଦ ସାଜିଛି ଡଗ୍ ୱେଲ୍

ବାରିପଦା (ମାନିକ୍‌ ଲାଲା ପାଣି): ୭ ଡିସେମ୍ବର ୨୦୧୪। ବାରିପଦା ବନଖଣ୍ଡ ଅଧୀନ ସାନଶୋଳ ବିଟ ହାଉସ ଅନ୍ତର୍ଗତ ଜଙ୍ଗଲରେ ୩ଟି ହାତୀ ପାହାଡ଼ ତଳକୁ ଆସିଥିବା ବେଳେ ଡଗ୍‌ ୱେଲ ଗାଡ଼ ଭିତରେ ଫସି ଯାଇଥିଲା। ବନ ବିଭାଗ ୧୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ହାତୀମାନଙ୍କୁ ଉଦ୍ଧାର କରିଥିଲା। ୧ ଜୁଲାଇ ୨୦୧୬ରେ ସମାନ ଧରଣର ଆଉ ଏକ ଘଟଣା ଘଟିଥିଲା। ବାରିପଦା ବନଖଣ୍ଡ ଅଧୀନ ବଡ଼ଶୋଲ ଅଞ୍ଚଳରେ ୩୦ ଫୁଟ ଗଭୀର ଓ ପଥୁରିଆ […]

ଅଦ୍ୟତନ ହୋଇଛି
ହାତୀଙ୍କ ଜୀବନପ୍ରତି ବିପଦ ସାଜିଛି ଡଗ୍ ୱେଲ୍

dog-wel

Advertisment

ବାରିପଦା (ମାନିକ୍‌ ଲାଲା ପାଣି): ୭ ଡିସେମ୍ବର ୨୦୧୪। ବାରିପଦା ବନଖଣ୍ଡ ଅଧୀନ ସାନଶୋଳ ବିଟ ହାଉସ ଅନ୍ତର୍ଗତ ଜଙ୍ଗଲରେ ୩ଟି ହାତୀ ପାହାଡ଼ ତଳକୁ ଆସିଥିବା ବେଳେ ଡଗ୍‌ ୱେଲ ଗାଡ଼ ଭିତରେ ଫସି ଯାଇଥିଲା। ବନ ବିଭାଗ ୧୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ହାତୀମାନଙ୍କୁ ଉଦ୍ଧାର କରିଥିଲା।

Advertisment

୧ ଜୁଲାଇ ୨୦୧୬ରେ ସମାନ ଧରଣର ଆଉ ଏକ ଘଟଣା ଘଟିଥିଲା। ବାରିପଦା ବନଖଣ୍ଡ ଅଧୀନ ବଡ଼ଶୋଲ ଅଞ୍ଚଳରେ ୩୦ ଫୁଟ ଗଭୀର ଓ ପଥୁରିଆ ଡଗ୍‌ ୱେଲ ଭିତରେ ପଡ଼ି ଯାଇଥିଲା ଗୋଟିଏ ଦନ୍ତା ହାତୀ। ବନ ବିଭାଗ ପକ୍ଷରୁ ବହୁ ପରିଶ୍ରମ ପରେ ପଥର କାଟି ହାତୀଟିକୁ ଉଦ୍ଧାର କରାଯାଇଥିଲା। ହେଲେ ଉଦ୍ଧାର ହେବାର ୨୪ ଘଣ୍ଟା ଭିତରେ ସେ ଆଖି ବୁଜି ଦେଇଥିଲା।

ସେହିପରି ଚଳିତ ମାସ ୮ ତାରିଖରେ ରିପଦା ବନଖଣ୍ଡ ଅନ୍ତର୍ଗତ ହଳଦୀବଣି ସେକ୍‌ସନ ଅଞ୍ଚଳରେ ୨ଟି ହାତୀ ଡଗ୍‌ ୱେଲ ଗାତ ଭିତରେ ଖସିପଡ଼ି ଘଣ୍ଟାଘଣ୍ଟା ଧରି ଛଟପଟ ହୋଇଥିଲେ। ତେବେ ସୌଭାଗ୍ୟକୁ ହାତୀମାନେ କାଦୁଅ ଭିତରୁ ଉଠି ଜଙ୍ଗଲ ମୁହାଁ ହେବାରେ ସଫଳ ହୋଇଥିଲେ।

Advertisment

ଗତ ୧୦ ବର୍ଷ ଭିତରେ ୨୦ରୁ ଅଧିକ ହାତୀ ଡଗ୍‌ ୱେଲରେ ପଡ଼ି ମୃତାହତ ହୋଇଛନ୍ତି। ଅବ୍ୟବହୃତ ଡଗ୍‌ ୱେଲକୁ ପୋତି ଦେବା କିମ୍ବା ଏହା ଚାରିପଟେ ପାଚେରି କରିବାର ନିୟମ ରହିଛି। ହେଲେ ସଚେତନତାର ଅଭାବ ହେଉ କି ଜାଣିଶୁଣି, ଏହାକୁ ବ୍ୟବହାର କଲା ପରେ ଖୋଲା ଛାଡ଼ି ଦିଆଯାଉଛି, ଯାହା ହାତୀପଲ ପାଇଁ ବିପଦ ସୃଷ୍ଟି କରୁଛି। ବାରିପଦା ବନଖଣ୍ଡ ଅଧୀନରେ ରହିଥିବା ଗାଁମାନଙ୍କରେ ୭୦୦ରୁ ଅଧିକ ଡଗ୍‌ ୱେଲ ରହିଛି।

ବାରିପଦା ଡିଏଫଓ ସନ୍ତୋଷ କୁମାର ଯୋଶୀ କହିଛନ୍ତି, ହାତୀମାନେ ଚଳାଚଳ କରୁଥିବା ରେଞ୍ଜ ଭିତରେ ୭୦୦ଟି ଡଗ୍‌ ୱେଲ୍ ଚିହ୍ନଟ କରାଯାଇଛି। ହାତୀମାନେ ବିଶେଷ ଭାବେ ଚଳାଚଳ କରୁଥିବା ଅଞ୍ଚଳକୁ ପ୍ରାଥମିକତା ଦିଆଯାଇଥିବା ବେଳେ କମ୍ ହାତୀ ଚଳାଚଳ କରୁଥିବା ଅଞ୍ଚଳକୁ କମ୍ ଗୁରୁତ୍ୱ ଦିଆଯାଉଛି। ହାତୀ ଚଳାଚଳ ପଥରେ ମୁକୁଳା ଥିବା ଡଗ୍ ୱେଲ୍‌ଗୁଡ଼ିକୁ ବାଡ଼ ଦେବା ନିମନ୍ତେ ଚାଷୀଙ୍କ ସହ ଆଲୋଚନା କରାଯିବ। ଯେଉଁଗୁଡ଼ିକ ବ୍ୟବହାର ହେଉଛି ସେଗୁଡ଼ି ଚାରିପଟେ ବାଡ଼ ଦିଆଯିବ ଓ ଯେଉଁଗୁଡ଼ିକ ବ୍ୟବହାର ହେଉନି ସେଗୁଡ଼ିକୁ ବନ୍ଦ କରିଦେବା ନିମନ୍ତେ ଚାଷୀଙ୍କୁ କୁହାଯିବ।

ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଓ ବିବେକାନନ୍ଦ ପଟ୍ଟନାୟକ କହିଛନ୍ତି, ହାତୀ ମୃତ୍ୟୁ ରୋକିବାକୁ ସରକାର ଗୁରୁତ୍ୱ ଦେଉନାହାନ୍ତି। ବାରିପଦା ଡିଭିଜନ୍‌ରେ ରହିଥିବା ଅବ୍ୟବହୃତ ଡଗ୍‌ ୱେଲ୍‌ଗୁଡ଼ିକୁ ବନ୍ଦ କରିବାକୁ ପଦକ୍ଷେପ ନିଆଯିବା ଜରୁରୀ। ୮ ବର୍ଷ ତଳେ ଡଗ୍‌ ୱେଲ୍‌ରେ ପଡ଼ି ୨ଟି ହାତୀଙ୍କ ମୃତ୍ୟୁ ପରେ ସର୍ଭେ ହୋଇଥିଲା। ଏହି ସର୍ଭେ ଫାଇଲ୍ ସରକାରଙ୍କ ଫ୍ରିଜ୍‌ରେ ପଡ଼ିଛି। ଉକ୍ତ ଘଟଣା ପରେ ଡଗ୍‌ ୱେଲ୍‌ରେ ପଡ଼ି ଆଉ ୨ଟି ହାତୀ ମଧ୍ୟ ମରିଛନ୍ତି। ବ୍ୟବହୃତ ଡଗ୍‌ ୱେଲ୍‌ଗୁଡ଼ିକୁ ବାଡ଼ କରାଯାଉ ଓ ଅବ୍ୟବହୃତ ଗୁଡ଼ିକୁ ପୋତି ଦିଆଯାଉ। ଏହା ହାତୀଙ୍କ ଜୀବନ ରକ୍ଷା କରିପାରିବ।

ସୂଚନା ଥାଉକି, ଚାଷୀମାନେ ଚାଷ ଜମିରେ ପାଣି ମଡ଼ାଇବା ନିମନ୍ତେ ଏହି ଡଗ୍‌ ୱେଲ ଖୋଳି ଥା’ନ୍ତି। ଚାଷୀଙ୍କୁ ଏ ବାବଦରେ ସରକାରୀ ପ୍ରୋତ୍ସାହନ ରାଶି ମଧ୍ୟ ମିଳିଥାଏ। ଏବେ ଏହି ସହାୟତା ମିଳିବା ବନ୍ଦ ହୋଇଗଲାଣି। ଚାଷୀମାନେ ଅବ୍ୟବହୃତ ଡଗ୍‌ ୱେଲକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନେଉ ନ ଥିବା ବେଳେ ପ୍ରଶାସନ ବି ଚୁପ୍ ବସିଛି, ଯାହା ହାତୀଙ୍କ ଜୀବନ ପ୍ରତି ବିପଦ ହୋଇ ଉଭା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe