Advertisment

ପରିବା କିଣିବା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ଏହି ଆଇଏଏସ୍‌ ଅଫିସର୍‌

ସିଲଂ:  ଖାଲି କଥା କହୁଥିବା ନେତା ଅବା ପ୍ରଶାସନ ଅଧିକାରୀଙ୍କୁ ଲୋକେ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ। କିନ୍ତୁ ଯାହାଙ୍କ କଥା ଓ କାମରେ ସାମଞ୍ଜସ୍ୟ ଥାଏ, ତାଙ୍କୁ ଲୋକେ ଅନୁକରଣ କରନ୍ତି। ଏମିତି ଜଣେ ପ୍ରଶାସନ ଅଧିକାରୀ ହେଉଛନ୍ତି ମେଘାଳୟର ୱେଷ୍ଟ୍ ଗାରୋ ହିଲ୍ସ ଜିଲ୍ଲାର ଡେପୁଟି କମିଶନର୍‌। ତାଙ୍କ ନାଁ ରାମ୍ ସିଂହ। ସେ ପ୍ରତି ସପ୍ତାହରେ ଗୋଟିଏ ଦିନ ୧୦ କିଲୋମିଟର ଚାଲି ଚାଲି ଯା’ନ୍ତି ଓ ସ୍ଥାନୀୟ ବଜାରର ପରିବା କିଣନ୍ତି। […]

ଅଦ୍ୟତନ ହୋଇଛି
ପରିବା କିଣିବା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ଏହି ଆଇଏଏସ୍‌ ଅଫିସର୍‌

ias

Advertisment

ସିଲଂ:  ଖାଲି କଥା କହୁଥିବା ନେତା ଅବା ପ୍ରଶାସନ ଅଧିକାରୀଙ୍କୁ ଲୋକେ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ। କିନ୍ତୁ ଯାହାଙ୍କ କଥା ଓ କାମରେ ସାମଞ୍ଜସ୍ୟ ଥାଏ, ତାଙ୍କୁ ଲୋକେ ଅନୁକରଣ କରନ୍ତି। ଏମିତି ଜଣେ ପ୍ରଶାସନ ଅଧିକାରୀ ହେଉଛନ୍ତି ମେଘାଳୟର ୱେଷ୍ଟ୍ ଗାରୋ ହିଲ୍ସ ଜିଲ୍ଲାର ଡେପୁଟି କମିଶନର୍‌। ତାଙ୍କ ନାଁ ରାମ୍ ସିଂହ। ସେ ପ୍ରତି ସପ୍ତାହରେ ଗୋଟିଏ ଦିନ ୧୦ କିଲୋମିଟର ଚାଲି ଚାଲି ଯା’ନ୍ତି ଓ ସ୍ଥାନୀୟ ବଜାରର ପରିବା କିଣନ୍ତି। ଆଉ ଏହା ପଛରେ ରହିଛି ତାଙ୍କର ଏକାଧିକ ମହତ ଉଦ୍ଦେଶ୍ୟ। ଏହା ଦ୍ୱାରା ସେ ସମସ୍ତଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାର ବାର୍ତ୍ତା ଦେଉଛନ୍ତି। ସୂଚନାଯୋଗ୍ୟ, ସେ ଖୁବ୍ ଫିଟ୍। ନିଜ ଫିଟ୍‌ନେସ୍‌ ପ୍ରତି ସେ ବିଶେଷ ଯତ୍ନବାନ। ତା’ସହିତ ସେ ପରିବେଶ ପ୍ରତି ମଧ୍ୟ ସଚେତନ। ସେ ଚାଲି ଚାଲି ଯିବା ଦ୍ୱାରା ପରିବେଶ ପ୍ରତି କିଛି ଖରାପ ପ୍ରଭାବ ପଡ଼ିଲା ନାହିଁ। କିନ୍ତୁ ଗାଡ଼ି ନେଇ ଯାଇଥିଲେ, ତାହା ପରିବେଶକୁ ପ୍ରଦୂଷଣ କରିଥା’ନ୍ତା। ସେହିପରି ସେ ପରିବା ଆଣିବା ପାଇଁ ପ୍ଲାଷ୍ଟିକ୍ ବ୍ୟାଗ୍ ନେଇ ଯା’ନ୍ତି ନାହିଁ। ତା’ ବଦଳରେ ସେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବାଉଁଶ ଝୁଡ଼ିକୁ ପିଠିରେ ପକାଇ ନିଅନ୍ତି। ତା’ସହିତ ସେ ରାସ୍ତାକଡ଼ରେ ବସି ବିକ୍ରି କରୁଥିବା ସ୍ଥାନୀୟ ଚାଷୀଙ୍କଠାରୁ ପରିବାପତ୍ର କିଣିବାକୁ ପସନ୍ଦ କରନ୍ତି। 

Advertisment

ନିକଟରେ ସେ ସୋଶାଲ୍ ମିଡିଆରେ ପୋଷ୍ଟ୍ କରିଥିବା ତାଙ୍କର ଏକ ଫଟୋର କ୍ୟାପ୍‌ସନ୍‌ରେ ଲେଖିଥିଲେ-  ସପ୍ତାହକ ପାଇଁ ୨୧ କେଜି ଅର୍ଗାନିକ୍ ପନିପରିବା କିଣିଲି। ପ୍ଲାଷ୍ଟିକ୍‌ ବ୍ୟାଗ୍ ଦରକାର ହେଲାନି, ଗାଡ଼ି ଚଳାଚଳ ଜନିତ ପ୍ରଦୂଷଣ ହେଲାନି, ଟ୍ରାଫିକ୍ ଜାମ୍ ମଧ୍ୟ ହେଲାନି। ଏହା ସହିତ ସେ ଫିଟ୍ ଇଣ୍ଡିଆ, ଫିଟ୍ ମେଘାଳୟ, ଇଟ୍ ଅର୍ଗାନିକ୍, କ୍ଲିନ୍ ଓ ଗ୍ରୀନ୍ ଟୁରା ଭଳି ବାର୍ତ୍ତା ଦେଇଥିଲେ। 

https://www.instagram.com/p/B2qOIE_hgr7/?utm_source=ig_web_button_share_sheet

Advertisment

ରାମ ସିଂହ କହିଛନ୍ତି,‘ଯେଉଁମାନେ ଟ୍ରାଫିକ୍‌ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରୁଛନ୍ତି, ମୁଁ ସେମାନଙ୍କ ପାଇଁ ଏହି ଉଦାହରଣ ହେବାକୁ ଚାହୁଁଛି। କିଛି ଲୋକ ଅଛନ୍ତି ଯେଉଁମାନେ ମୋ କାମକୁ ଅନୁକରଣ କରୁଛନ୍ତି। କିଛି ଲୋକ ମୋର ଏହି ଚିନ୍ତାଧାରାକୁ ପସନ୍ଦ କରିଥିବା ବେଳେ ଆଉ କିଛି ବାଉଁଶ ଝୁଡ଼ି ବୋହି ନେବାରେ କଷ୍ଟ ହେବ ବୋଲି କହିଛନ୍ତି। ତେବେ କୋକ୍‌ଚେଙ୍ଗେ(ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ବାଉଁଶ ଝୁଡ଼ି) ବୋହି ନେବାରେ ବେଶି ସମସ୍ୟା ନାହିଁ। ମୁଁ ଦେଖୁଛି ଆଜିକାଲିର ଯୁବପିଢ଼ି ଫିଟ୍‌ ନୁହନ୍ତି। ମୁଁ ସେମାନଙ୍କୁ ଚାଲିବାକୁ ପରାମର୍ଶ ଦେବି।’

ସ୍ୱାସ୍ଥ୍ୟ ପ୍ରତି ବେଶ୍‌ ସଚେତନ ରାମ ସିଂ ତାଙ୍କ କାର୍ଯ୍ୟଳୟରେ ମିଠା ବାଣ୍ଟିବାକୁ ମଧ୍ୟ ମନା କରି ଦେଇଛନ୍ତି। କାରଣ ମିଠା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ଏଥିସହ ସେ ପବ୍ଲିକ୍ ଟ୍ରାନ୍ସପୋର୍ଟରେ ଯା’ଆସ କରିବାକୁ ପସନ୍ଦ କରନ୍ତି। 

https://www.instagram.com/p/B1u7H_NBe_8/?utm_source=ig_web_button_share_sheet

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe