ରଙ୍ଗ ଖେଳିବା ବେଳେ କେମିତି ନେବେ କେଶର ଯତ୍ନ: ଆପଣଙ୍କ ପାଇଁ ହୋଲି ଟିପ୍ସ

ଆସୁଛି ରଙ୍ଗର ପର୍ବ ହୋଲି। ଏବେଠୁ ହୋଲି ପାଇଁ ବିଭିନ୍ନ ରଙ୍ଗ ଦୋକାନରେ ବେପାରୀଙ୍କ ଭିଡ଼ ଜମିଲାଣି। ରଙ୍ଗ ଖେଳିବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଆସନ୍ତୁ ଜାଣିବା ରଙ୍ଗ ଖେଳିବା ବେଳେ କିପରି ନେବେ କେଶର ଯତ୍ନ। ୧- ରଙ୍ଗ ଖେଳିବାର ଗୋଟିଏ ଦିନ ପୂର୍ବରୁ ଉଷୁମ ନଡ଼ିଆତେଲ, ଜୁଜୁବା ତେଲ ଓ ଜଡ଼ାଦେଲକୁ କେଶରେ ମାଲିସ୍‌ କରନ୍ତୁ।  ଏହାଦ୍ୱାରା ଆମ କେଶକୁ ପୋଷଣ ମିଳିଥାଏ ଓ କେଶ ଶୁଷ୍କ ହୋଇ ନଥାଏ। ରଙ୍ଗ […]

hair,,

Rakesh Mallick
  • Published: Monday, 06 March 2017
  • , Updated: 06 March 2017, 01:37 PM IST

ଆସୁଛି ରଙ୍ଗର ପର୍ବ ହୋଲି। ଏବେଠୁ ହୋଲି ପାଇଁ ବିଭିନ୍ନ ରଙ୍ଗ ଦୋକାନରେ ବେପାରୀଙ୍କ ଭିଡ଼ ଜମିଲାଣି। ରଙ୍ଗ ଖେଳିବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ଆସନ୍ତୁ ଜାଣିବା ରଙ୍ଗ ଖେଳିବା ବେଳେ କିପରି ନେବେ କେଶର ଯତ୍ନ।

୧- ରଙ୍ଗ ଖେଳିବାର ଗୋଟିଏ ଦିନ ପୂର୍ବରୁ ଉଷୁମ ନଡ଼ିଆତେଲ, ଜୁଜୁବା ତେଲ ଓ ଜଡ଼ାଦେଲକୁ କେଶରେ ମାଲିସ୍‌ କରନ୍ତୁ।  ଏହାଦ୍ୱାରା ଆମ କେଶକୁ ପୋଷଣ ମିଳିଥାଏ ଓ କେଶ ଶୁଷ୍କ ହୋଇ ନଥାଏ। ରଙ୍ଗ ଲଗାଇଲେ ଏହା କେଶରେ ଲାଗି ନ ଥାଏ। ରଙ୍ଗ ଆମ କେଶ ଉପରେ ପ୍ରଭାବ ପକାଇ ନଥାଏ।

୨- ହୋଲିର ଗୋଟିଏ ଦିନ ପୂର୍ବରୁ କେଶକୁ ସାମ୍ପୁ କରନ୍ତୁ ନାହିଁ।

୩- ମୁଣ୍ଡରେ ଚୁଟି ଥିବା ଚର୍ମ ଅଂଶ ଯଦି ସମ୍ବେଦନଶୀଳ ହୋଇଥାଏ ତାହାହେଲେ ଲେମ୍ବୁ ରସକୁ ଲଗାନ୍ତୁ। ଫଳରେ ଏହା ବିଷାକ୍ତ ରଙ୍ଗରୁ ରକ୍ଷା କରିଥାଏ। ଲେମ୍ବୁରସ ଆମ ଚର୍ମର ଅଂଶକୁ ରକ୍ଷା କବଜ ଭାବେ କାମ କରିଥାଏ।

 ଆସନ୍ତୁ ଜାଣିବା ରଙ୍ଗ ଖେଳିବା ପରେ କିପରି ନେବା କେଶର ଯତ୍ନ

୧-   ରଙ୍ଗ ଖେଳିବା ପରେ ପ୍ରଥମେ କେଶକୁ ପାଣିରେ ଧୋଇ ଦିଅନ୍ତୁ। ପରେ ସାମ୍ପୁ ଓ କଣ୍ଡିସନର ଲଗାଇ ଧୋଇଦିଅନ୍ତୁ। କେଶକୁ ଧୋଇବା ପରେ ଯଦି ରଙ୍ଗ ଆମ କେଶରୁ ନ ଯାଏ, ତା ହେଲେ କେଶକୁ ଆଉଥରେ ସଫା କରନ୍ତୁ ନାହିଁ। କେଶରେ ଅଲିଭ ତେଲ ଲଗାଇ ଦିଅନ୍ତୁ। ପରଦିନ କେଶକୁ ଧୋଇଦିଅନ୍ତୁ।

 

 

Related story