ଦେଶରେ ଖୋଲିଲା ଏମିତି ରେସ୍ତୋରାଁ, ଯେଉଁଠି ଖାଦ୍ୟ ପରଷିବେ ମିଛ ମଣିଷ

ଚେନ୍ନାଇ(ଓଡ଼ିଶା ରିପୋର୍ଟର) ଶୀର୍ଷ ପଢ଼ି ଟିକେ ଚମକି ପଡ଼ିବେ। ହଁ ଚେନ୍ନାଇରେ ଏବେ ସେମିତି ଏକ ସ୍ୱତନ୍ତ୍ର ରେସ୍ତୋରାଁ ଖୋଲିଛି। ଯେଉଁଠି ମିଛ ମଣିଷ କରିବେ ସତସତିକା କାମ। ମାନେ ଆପଣଙ୍କୁ ଆଉ ମଣିଷ ନୁହେଁ ରୋବର୍ଟ ପରଷିବେ ଖାଦ୍ୟ। ଆପଣ ରେସ୍ତୋରାଁ ଯାଉଥିବେ। ସେଠାରେ ଆପଣଙ୍କୁ ଖାଦ୍ୟ ପରଷିବା ପାଇଁ ୱେଟର ଥାନ୍ତି । କିନ୍ତୁ ଏବେ ସେଇ ପରିଶ୍ରମକୁ ହାଲୁକା କରିବେ ରୋବଟ୍‌। ଆଇଟି ପାଇଁ ପ୍ରସିଦ୍ଧ ସହର ଚେନ୍ନାଇରେ ଦେଶର ପ୍ରଥମ ରୋବୋଟ୍ […]

ROBOT1-750x430

Biswobandita Swain
  • Published: Thursday, 07 February 2019
  • , Updated: 07 February 2019, 10:57 AM IST

ଚେନ୍ନାଇ(ଓଡ଼ିଶା ରିପୋର୍ଟର) ଶୀର୍ଷ ପଢ଼ି ଟିକେ ଚମକି ପଡ଼ିବେ। ହଁ ଚେନ୍ନାଇରେ ଏବେ ସେମିତି ଏକ ସ୍ୱତନ୍ତ୍ର ରେସ୍ତୋରାଁ ଖୋଲିଛି। ଯେଉଁଠି ମିଛ ମଣିଷ କରିବେ ସତସତିକା କାମ। ମାନେ ଆପଣଙ୍କୁ ଆଉ ମଣିଷ ନୁହେଁ ରୋବର୍ଟ ପରଷିବେ ଖାଦ୍ୟ। ଆପଣ ରେସ୍ତୋରାଁ ଯାଉଥିବେ। ସେଠାରେ ଆପଣଙ୍କୁ ଖାଦ୍ୟ ପରଷିବା ପାଇଁ ୱେଟର ଥାନ୍ତି । କିନ୍ତୁ ଏବେ ସେଇ ପରିଶ୍ରମକୁ ହାଲୁକା କରିବେ ରୋବଟ୍‌।

ଆଇଟି ପାଇଁ ପ୍ରସିଦ୍ଧ ସହର ଚେନ୍ନାଇରେ ଦେଶର ପ୍ରଥମ ରୋବୋଟ୍ ରେସ୍ତୋରାଁ ଖୋଲିଛି । ଆଉ ଏହାର ସଫଳତା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ଚେନ୍ନାଇରୁ ଆରମ୍ଭ ହୋଇଥିବା ଏହା ଧିରେ ଧିରେ ଅନ୍ୟ ସହରକୁ ବ୍ୟାପକ ହେଉଛି । ପ୍ରଥମେ ଏହାର ଏକ ବ୍ରାଞ୍ଚ କୋୟଂବଟୁରରେ ଓ ଏବେ ଦ୍ୱିତୀୟଟି ମୁଗଲିୱକ୍କମ ପରୋରରେ ଖୋଲାଯାଇଛି । ଏହି ‘ରୋବୋଟ୍ ରେସ୍ତୋରାଁ’ର ଆପଣଙ୍କୁ ଖାଦ୍ୟ ପରଷିବା ପାଇଁ ରୋବୋଟ୍ ମିଳିବେ । ଏମାନେ କଷ୍ଟମରଙ୍କ ସହିତ ତାମିଲ ଓ ଇଂରାଜୀରେ କଥା ମଧ୍ୟ ହୋଇପାରିବେ। ଆଉ ଅର୍ଡ଼ର ମଧ୍ୟ ନେଇପାରିବେ। କେବଳ ଏତିକି ନୁହେଁ, ରେସ୍ତୋରାଁରେ ରିସେପ୍ସନିଷ୍ଟ ମଧ୍ୟ ରୋବୋଟକୁ ହିଁ ରଖାଯାଇଛି। ଯାହା ତାମିଲ ଓ ଇଂରାଜୀରେ କଥା ହୋଇପାରିବ।

ମୁଗଲିୱକ୍କମ ପରୋରର ଏହି ରୋସ୍ତୋରାଁରେ ମୋଟ୍ ୭ଜଣ ୱେଟର ରୋବୋଟ୍ ଓ ଜଣେ ରିସେପ୍‌ସିନିଷ୍ଟ ରୋବୋଟ୍ ଅଛନ୍ତି । ଏହି ରୋବୋଟ୍ ଗୁଡିକର ନାମ ଏପର୍ଯ୍ୟନ୍ତ କିଛି ରଖାଯାଇନି । ଏମାନଙ୍କ ନାମ ଗ୍ରାହକଙ୍କ ପରାମର୍ଶ ନେଇ ରଖାଯିବ ବୋଲି ରେସ୍ତୋରାଁ ମାଲିକ କହିଛନ୍ତି। ପରୋରର ଏହି ରେସ୍ତୋରାଁର ଥିମ୍ ଗୋଲ୍ଫ ଏବଂ ବ୍ଲାକ୍ ରଖାଯାଇଛି ।

 

Related story