Advertisment

୮ ବର୍ଷର ପାଠ୍ୟକ୍ରମକୁ ମାତ୍ର ଏତିକି ଦିନରେ ସାରିଥିଲେ ବାବା ସାହେବ, ମିଳିଲା ଏହି ଡିଗ୍ରୀ...

ନୂଆଦିଲ୍ଲୀ: ଆଜି ଏପ୍ରିଲ ୧୪ ତାରିଖ। ଭାରତୀୟ ସମ୍ବିଧାନର ନିର୍ମାତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଆଜି ୧୨୯ତମ ଜୟନ୍ତୀ। ଏହି ଅବସରରେ ସାରା ଦେଶରେ ସରକାରୀ କାର୍ଯ୍ୟାଳୟ ତଥା ସାଧାରଣ ଲୋକମାନେ ନିଜ ନିଜ ଅନୁସାରେ ଆମ୍ୱେଦରକଙ୍କୁ ମନେପକାଇ ତାଙ୍କର ଜୟନ୍ତୀ ପାଳିଛନ୍ତି। ତେବେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲକଡାଉନ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପୂଜ୍ୟ ବାବା ସାହେବଙ୍କ ସ୍ମୃତିଚାରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। […]

ଅଦ୍ୟତନ ହୋଇଛି
୮ ବର୍ଷର ପାଠ୍ୟକ୍ରମକୁ ମାତ୍ର ଏତିକି ଦିନରେ ସାରିଥିଲେ ବାବା ସାହେବ, ମିଳିଲା ଏହି ଡିଗ୍ରୀ...

B.R Amedkar

Advertisment

ନୂଆଦିଲ୍ଲୀ: ଆଜି ଏପ୍ରିଲ ୧୪ ତାରିଖ। ଭାରତୀୟ ସମ୍ବିଧାନର ନିର୍ମାତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ଆଜି ୧୨୯ତମ ଜୟନ୍ତୀ। ଏହି ଅବସରରେ ସାରା ଦେଶରେ ସରକାରୀ କାର୍ଯ୍ୟାଳୟ ତଥା ସାଧାରଣ ଲୋକମାନେ ନିଜ ନିଜ ଅନୁସାରେ ଆମ୍ୱେଦରକଙ୍କୁ ମନେପକାଇ ତାଙ୍କର ଜୟନ୍ତୀ ପାଳିଛନ୍ତି। ତେବେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲକଡାଉନ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପୂଜ୍ୟ ବାବା ସାହେବଙ୍କ ସ୍ମୃତିଚାରଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ବାବା ସାହେବଙ୍କୁ ମନେପକାଇ ଏକ ଭିଡିଓ ଶେୟାର କରିଛନ୍ତି।

Advertisment

ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଦିଲ୍ଲୀରେ ଆଜି ଆମ୍ୱେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟପଟେ ବେଙ୍ଗାଲୁରୁଠାରେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କ ସମେତ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଡିକେ ଶିବକୁମାର ପ୍ରମୁଖ  ଡ. ଆମ୍ୱେଦକରଙ୍କୁ ତାଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ତାଙ୍କର ସ୍ମୃତିଚାରଣ କରିଛନ୍ତି।

Advertisment

ସେହିଭଳି ସ୍ୱରାଷ୍ଟ୍ର ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ, କଂଗ୍ରେସ ଦଳ ଏବଂ ରାହୁଲ ଗାନ୍ଧି ମଧ୍ୟ ଆମ୍ୱେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ବାବା ସାହେବଙ୍କ ଜନ୍ମ ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ମଧ୍ୟପ୍ରଦେଶର ଏକ ମରାଠୀ ପରିବାରରେ ହୋଇଥିଲା। ତାଙ୍କ ପ୍ରକୃତ ନାମ ଭୀମରାଓ ଥିଲା। ମାତ୍ର ୧୪ ବର୍ଷ ବୟସରେ ସେ ରମାବାଇଙ୍କୁ ବିବାହ କରିଥିଲେ। ହେଲେ ଦୀର୍ଘଦିନ ଧରି ଅସୁସ୍ଥତା ଯୋଗୁ ମାତ୍ର ୩୭ ବର୍ଷ ବୟସରେ ରମାବାଇଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ସେ ବ୍ରାହ୍ମଣ ପରିବାରର ସବିତା ଆମ୍ୱେଦକରଙ୍କୁ ବିବାହ କରିଥିଲେ। ସବିତା ବିବାହ ପରେ ବାବା ସାହେବଙ୍କ ସହ ବୌଦ୍ଧ ଧର୍ମ ପରିବର୍ତ୍ତନ କରିଥିଲେ। ୨୦୦୩ରେ ସେ ଇହଳୀଳା ତ୍ୟାଗ କଲେ।

ବାବା ସାହେବ ଆମ୍ବେଦକର ୬୪ଟି ବିଷୟରେ ପାରଙ୍ଗମ ଥିବାବେଳେ ୯ଟି ଭାଷାରେ ପ୍ରବୀଣ ଥିଲେ।  ଏହାସହ ତାଙ୍କ ନିକଟରେ ମୋଟ ୩୨ଟି ଡିଗ୍ରୀ ଥିଲା। ଏହାବ୍ୟତୀତ ପ୍ରାୟ ୨୧ ବର୍ଷ ଯାଏ ସେ ଦୁନିଆର ସମସ୍ତ ଧର୍ମଗୁଡ଼ିକ ଉପରେ ତୁଳନାତ୍ମକ ବିଶ୍ଲେଷଣ ଓ ଅଧ୍ୟୟନ କରିଥିଲେ। ସେ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ ଦୀର୍ଘ ୮ ବର୍ଷର ଅର୍ଥନୀତି ବିଷୟର ପାଠ୍ୟକ୍ରମକୁ ମାତ୍ର ୨ ବର୍ଷ ୩ ମାସ ସମୟ ମଧ୍ୟରେ ଶେଷ କରିଦେଇଥିଲେ। ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସରେ 'ଡକ୍ଟର ଅଫ୍ ସାଇନ୍ସ' ଭଳି ମୂଲ୍ୟବାନ ପିଏଚଡି ଡିଗ୍ରୀ ପ୍ରାପ୍ତ କରିଥିବା ଆମ୍ୱେଦକର ହେଉଛନ୍ତି ଦୁନିଆର ପ୍ରଥମ ଏବଂ ଏକମାତ୍ର ବ୍ୟକ୍ତି।

Baba Saheb and his wife savita ambedkar

୧୯୫୦ରେ ଆମ୍ୱେଦକରଙ୍କ ପ୍ରଥମ ପ୍ରତିମୂର୍ତ୍ତି କୋଲହାପୁର ସହରରେ ନିର୍ମାଣ କରାଯାଇଥିଲା। ତେବେ ସେ ହେଉଛନ୍ତି ପ୍ରଥମ ଭାରତୀୟ, ଯାହାଙ୍କ ପ୍ରତିମୂର୍ତ୍ତି କାର୍ଲ ମାକ୍ସଙ୍କ ସହ ଲଣ୍ଡନ ସଂଗ୍ରହାଳୟରେ ସ୍ଥାନ ପାଇଛି। ଭାରତୀୟ ତ୍ରିରଙ୍ଗା ବା ଜାତୀୟ ପତାକାରେ ଅଶୋକ ଚକ୍ରକୁ ସ୍ଥାନ ଦେବାର ଶ୍ରେୟ ମଧ୍ୟ ଆମ୍ୱେଦକରଙ୍କୁ ହିଁ ଦିଆଯାଇଛି। ୧୯୫୬ରେ ନୂଆଦିଲ୍ଲୀରେ ବାବା ସାହେବ ଇହଲୀଳା ତ୍ୟାଗ କରିଥିଲେ। ସମ୍ପୂର୍ଣ୍ଣ ବୌଦ୍ଧ ରୀତିନୀତିରେ ତାଙ୍କ ଅନ୍ତିମ ସଂସ୍କାର ସମାପନ କରାଯାଇଥିଲା। ଏହାପରେ ୧୯୯୦ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ବାବା ସାହେବଙ୍କୁ ସମ୍ମାନିତ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe