ଭାରତ-ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ...

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପ୍ରତିବାଦରେ ଭାରତ ପ୍ରତିଶୋଧ ନେବା ପରେ ଏବେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଛି ଛକାପଞ୍ଝ। ସୀମାରେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ଉପୁଜିଛି। ଗତକାଲି ପାକିସ୍ତାନର ଏଫ-୧୬ ଜେଟ୍‌କୁ ଭାରତ ଖସାଇଥିବା ଦାବି କରିଥିବା ବେଳେ ପାକିସ୍ତାନ ମଧ୍ୟ ଭାରତର ଗୋଟିଏ ବିମାନ ଖସାଇବା ସହ ଜଣେ ପାଇଲଟକୁ ଗିରଫ କରିଛି। ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ସିଭିଲ ବିମାନ ଉଡ଼ାଣକୁ ବାତି କରାଯାଇଛି। ପରିସ୍ଥିତି ଦିନକୁ ଜଟିଳ ହେବାରେ […]

DUM-KETE

DUM-KETE

Tapas Behera
  • Published: Thursday, 28 February 2019
  • Updated: 28 February 2019, 01:56 PM IST

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପ୍ରତିବାଦରେ ଭାରତ ପ୍ରତିଶୋଧ ନେବା ପରେ ଏବେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଛି ଛକାପଞ୍ଝ। ସୀମାରେ ଏକ ପ୍ରକାର ଯୁଦ୍ଧ ପରିସ୍ଥିତି ଉପୁଜିଛି। ଗତକାଲି ପାକିସ୍ତାନର ଏଫ-୧୬ ଜେଟ୍‌କୁ ଭାରତ ଖସାଇଥିବା ଦାବି କରିଥିବା ବେଳେ ପାକିସ୍ତାନ ମଧ୍ୟ ଭାରତର ଗୋଟିଏ ବିମାନ ଖସାଇବା ସହ ଜଣେ ପାଇଲଟକୁ ଗିରଫ କରିଛି। ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ସିଭିଲ ବିମାନ ଉଡ଼ାଣକୁ ବାତି କରାଯାଇଛି। ପରିସ୍ଥିତି ଦିନକୁ ଜଟିଳ ହେବାରେ ଲାଗିଛି। ଯଦିଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯୁଦ୍ଧ ବଦଳରେ ସମାଧାନ ପାଇଁ ଆଲୋଚନା ପ୍ରସ୍ତାବର ହାତ ବଢ଼ାଇଛନ୍ତି ତଥାପି ଭାରତ ଏହାକୁ ବିଶ୍ୱାସ କରିପାରୁ ନାହିଁ। କାରଣ ପାକିସ୍ତାନରେ ଶାସକ ଠାରୁ ସେନା ହେଉଛି ଅଧିକ ଶକ୍ତିଶାଳୀ। ତେଣୁ ଏଭଳି ପରିସ୍ଥିତିରେ କେତେବେଳେ ଯେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ନ ଲାଗିବ ତାହା କହି ହେବ ନାହିଁ। ତେବେ ପୂର୍ବରୁ ତିନି ତିନିଟି ଯୁଦ୍ଧରେ ଭାରତଠାରୁ ପାକିସ୍ତାନ ଧୂଳି ଚାଟିଛି। ହେଲେ ଏବେ ଉଭୟ ଦେଶ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର। ତେବେ ଆସନ୍ତୁ ଜାଣିବା ଭାରତ ଓ ପାକିସ୍ତାନର ସେନାର ଶକ୍ତି ଓ ସାମର୍ଥ୍ୟ ବିଷୟରେ।

ଭାରତ: ଭାରତୀୟ ସେନା ବିଶ୍ୱର ଦ୍ୱିତୀୟ ବୃହତ ସେନା। ବିଶ୍ୱର ସବୁଠୁ ଅଧିକ ସେନା ଚୀନ୍‌ ପାଖରେ ରହିଛି। ଚୀନ ପାଖରେ ୨୨.୬୦ ଲକ୍ଷ ସୈନିକ ଅଛନ୍ତି।  ୨୦୧୮ ‘ଗ୍ଲୋବାଲ ଫାୟାର ପାୱାର’ ଇଣ୍ଡେକ୍ସ ଅନୁଯାୟୀ ଭାରତୀୟ ସେନା ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନା ଭାବେ ଉଭା ହୋଇପାରିଛି। ଏହା ପଛରେ ମାତ୍ର ୩ଟି ଦେଶ ତଥା ଆମେରିକା,ଋଷ ଏବଂ ଚୀନ ରହିଛି। ଯେଉଁ ତାଲିକାରେ ପାକିସ୍ତାନ ୧୭ ନମ୍ବର ସ୍ଥାନରେ ରହିଛି। ଭାରତ ପାଖରେ ୧୩.୬୨ ଲକ୍ଷ ସୈନିକ ଅଛନ୍ତି। ତେବେ ଏଥିରେ ଅର୍ଦ୍ଧସାମରିକବଳଙ୍କ ସଂଖ୍ୟା ସାମିଲ ନାହିଁ। ୨୦୧୯ରେ ଭାରତର ପ୍ରତୀରକ୍ଷା ବଜେଟ୍ ୩ଲକ୍ଷ କୋଟି ଟଙ୍କା ଛୁଇଁଛି। ଶତ୍ରୁକୁ ସ୍ଥଳପଥରେ ମାତ୍ ଦେବାକୁ ଭାରତ ପାଖରେ ରହିଛି ୫୦୦୦ରୁ ଊର୍ଦ୍ଧ୍ୱ ଟ୍ୟାଙ୍କ। ସେହିପରି ଭାରତୀୟ ସେନା ପାଖରେ ରହିଛି ୧୭୦୦ ବାଲାଷ୍ଟିକ ମିଜାଇଲ। ସୁପରସୋନିକ କ୍ରୁଜ ମିସାଇଲ ‘ବ୍ରହ୍ମୋସ’ ଭାରତକୁ ଅଧିକ ଶକ୍ତିଶାଳୀ କରିଛି। ପ୍ରାୟ ୫୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ‘ଅଗ୍ନି-୫’ ମିଜାଇଲ ରହିଛି । ସେହିପରି ଆକାଶ ପଥରେ ଭାରତୀୟ ସେନାରେ ୨୧୨୮ଟି ଏୟାରକ୍ରାଫ୍ଟ ରହିଛି। ଏଥିସହ ୭୦୦ରୁ ୮୦୦ ଫ।ଇଟର୍ ପ୍ଲେନ୍‌ ସାମିଲ କରାଯାଇଛି। ସେଥିମଧ୍ୟରୁ ୩୦୦ଟି ମିଗ୍-୨୧, ୧୦୦ଟି ମିଗ୍-୨୭ ଶ୍ରେଣୀର। ସେହିପରି ଭାରତ ପାଖରେ 4426 ଟ୍ୟାଙ୍କ ରହିଛି। ଜଳପଥରେ ଭାରତ ତାର ପରାକ୍ରମ ଅନେକ ସମୟରେ ଦେଖାଇ ସାରିଛି। ୧୦ରୁ ଅଧିକ ବିଧ୍ୱଂସକାରୀ ଜାହାଜ ଭାରତୀୟ ନୌସେନାରେ ସ୍ଥାନ ପାଇଛି। ୧୪ଟି ଦ୍ରୁତଗାମୀ କ୍ଷୁଦ୍ର ନୌସେନା ଜାହାଜ ଓ ୧୫ଟି ସବ୍‌ମାରାଇନ୍ ଜାହାଜକୁ ନେଇ ସମୁଦ୍ରପଥରେ ବେଶ୍ ଶକ୍ତିଶାଳୀ ଭାରତୀୟ ସେନା। ସମୁଦ୍ରପଥରେ ଜାହାଜ ଉପରୁ ଉଡ଼ାଣ ଭରିପାରୁଥିବା ୨ଟି ଏୟାରକ୍ରାଫ୍ଟ ରହିଛି। ଭାରତ ପାଖରେ ଥିବା ମଡର୍ଣ୍ଣ ଫାଇଟର ଜେଟ୍ ଥରକରେ ୩୦୦ କିମି ଉଡ଼ିବାର କ୍ଷମତା ରହିଛି। ଭାରତୀୟ ସେନା ପାଖରେ ଏବେ ସୁଦ୍ଧା ୨୫୦ଟି ସୁଖୋଇ ବିମାନ ରହିଛି। ଏଥିସହ ଭାରତ ପାଖରେ ମିରାଜ୍‌, MIG-29, ଜାଗୁଆର ଏବଂ ତେଜସ୍‌ ବିମାନ ସହ ପରମାଣୁ ଆକ୍ରମଣ କରିବାର କ୍ଷମତା ରହିଛି।

ପାକିସ୍ତାନ୍‌: ଭାରତ ତୁଳନାରେ ପାକିସ୍ତାନ୍‌ର ସେନା ଦୁର୍ବଳ। ପ୍ରାୟ ୬.୩୭ ଲକ୍ଷ ସୈନ୍ୟକୁ ନେଇ ପାକିସ୍ତାନ ସେନା ବଳୀୟାନ୍‌। ସେହିପରି ପାକିସ୍ତାନ ପାଖରେ ୧୨୮୧ଟି ଏୟାରକ୍ରାଫ୍ଟ ରହିଛି। ୪୧୦ଟି ଫାଇଟର ଜେଟ୍‌ ରହିଛି। ଏଥିସହ ପାକିସ୍ତାନ ପାଖରେ 2182 ଟ୍ୟାଙ୍କ ରହିଛି। ହେଲେ ପାକିସ୍ତାନ ପାଖରେ ମାତ୍ର ୫ଟି ସବ୍‌ମାରାଇନ୍ ଜାହାଜ ରହିଛି। ପାକିସ୍ତାନ ପାଖରେ ୪୨୫ ଲଢ଼ୁଆ ବିମାନ ଅଛି । ଅର୍ଥାତ ଭାରତ ତୁଳନାରେ ଅଧା । ଏଥିରେ ଚୀନର F-7PG ଏବଂ ଆମେରିକାର F-16 ଫାଇଟିଂ ଜେଟ ରହିଛି। ପାକିସ୍ତାନ ପାଖରେ କିଛି ଏମିତି ଜେଟ  ରହିଛି ଯାହା ଆକ୍ରମଣ ପୂର୍ବରୁ ସୂଚନା ଦେଇଥାଏ । ସେହିପରି ପାକିସ୍ତାନ ପାଖରେ ବ୍ଲାକ୍ ପନ୍ଥର, ବ୍ଲାକ ସ୍ପାଇଡର ଏବଂ ଏଫ-୧୬ ଫାଇଟର ଜେଟ୍‌ ରହିବା ସହ ପରମାଣୁ ହତିଆର ମଧ୍ୟ ରହିଛି। ତା’ଛଡ଼ା ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ହେଉଛି ପାଖାପାଖି ୭୭ ହଜାର କୋଟି ଟଙ୍କା। ସର୍ବଦା ଯୁଦ୍ଧର ପରିଣାମ ବିନାଶ ହିଁ ହୋଇଥାଏ । ଇତିହାସରେ ଏହାର ଅନେକ ପ୍ରମାଣ ରହିଛି। ତେଣୁ ଏବେ ଉଭୟ ଦେଶ କେଉଁ ପନ୍ଥାକୁ ଆପଣାଇବେ ତାହା ବିଚାରଯୋଗ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story